Odisha News Portal

ହେ ଭଗବାନ !! ମାଳିକା ଦେଲା ଆଶ୍ଚର୍ଯ୍ୟଜନକ ଭବିଷ୍ୟତ ବାଣୀ ,ଜାଣନ୍ତୁ କଳିଯୁଗ କେବେ ଆଉ କେମିତି ଶେଷ ହେବ !

0 3

ଆପଣ ମାନଙ୍କ ମନରେ ନିଶ୍ଚିତ ଭାବରେ ପ୍ରଶ୍ନ ଆସୁଥିବ ଯେ ଏହି କଳିଯୁଗ କେବେ ସରବି । କେବେ ସରିବ ଏବଂ କାହିଁକି ସରିବ , ଏହାସହିତ କଳିଯୁଗ ଆଉ କେତେ ସମୟ ଭୋଗ ଅଛି । ତେବେ ଏହି କଳି ଯୁଗ କେବେ, କେମିତି, କାହିଁକି ଏବଂ କେଉଁ ଭାବରେ ସରିବ ଏ ସଂପର୍କରେ କେହି ହେଲେ କହି ପାରିବେ ନାହିଁ କିନ୍ତୁ ଗୋଟିଏ ଯୁଗର ଅବସାନ ଘଟିବ । କାହିଁକି ନାଁ ସତ୍ୟ ପରେ ତ୍ରେତୟା ଏବଂ ତ୍ରେତୟା ପରେ ଦ୍ବାପର ଆଉ ଦ୍ବାପର ପରେ କଳି ଯୁଗ ଆସିଥିଲା । ତେଣୁ କଳିଯୁଗର ନିଶ୍ଚୟ ଅନ୍ତ ଘଟିବ ଏବଂ କଳି ପରେ ନିଶ୍ଚୟ ଆଉ ଗୋଟିଏ ଯୁଗ ଆସିବ ଅନନ୍ତ ଯୁଗ ।

ତେବେ ମହାପୁରୁଷ ମାନେ କହିଛନ୍ତି ଯେ କଳିଯୁଗର ପରମାୟୁ 4 ଲକ୍ଷ 32 ହଜାର ବର୍ଷ । କଳିର ପ୍ରଭାବରେ ଲୋକମାନେ ଏତେ ପାପ କର୍ମ କରିବେ ଯେ ଯାହା ଫଳରେ କି ଗୋଟିଏ ଯୁଗର ପରମାୟୁଷ 4ଲକ୍ଷ 32 ହଜାର ବର୍ଷ ହେଲେ ମଧ୍ୟ ତାହା କଟି ଯାଇ ମାତ୍ର 10 ହଜାର ବର୍ଷ ଭୋଗ କରିବେ ବୋଲି ମହାମୁନି ବ୍ୟାସ କହି ଯାଇଛନ୍ତି ।

ତେବେ ଏହି 4ଲକ୍ଷ 32 ହଜାର ବର୍ଷ କେଉଁ କେଉଁ ପାପ କରିଲେ କଟିଯିବ ସେ କହିଛନ୍ତି । ଯେମିତିକି ଗୋହତ୍ୟା ପାଇଂ ଲକ୍ଷେ କଟିଯିବ , ମାତୃହତ୍ୟା, ଶିଶୁ ହତ୍ୟା, ବ୍ରହ୍ମ ହତ୍ୟା, ମିଥ୍ୟା କହିବା, ପରଧନ ତଥା ପର ନାରୀ ହରଣ କରିବା, ଭାତୃ ନିରାଶ କରିବା , କୁଟୁମ୍ବ ନିରାଶ କରିବା, ଗୁରୁଜନ ମାନଙ୍କ ନିନ୍ଦା, ଦେଦାଦେବୀ ନିନ୍ଦା, ଠାକୁର ଅପୂଜା ରହିବା, ତୁଳସୀ ଲଗେଇ ଜଳ ନଦେବା ଏହି ସବୁ । ତେଣୁ ମାଳିକା ବି ପ୍ରମାଣ କରିଛି ଯେ କଳି ଯୁଗ 10 ହଜାର ବର୍ଷରେ ହିଁ କଟିଯିବ ଆଉ ବ୍ୟାସ ମଧ୍ୟ କହିଛନ୍ତି ଦଶ ହଜାର ବର୍ଷରେ କଳିଯୁଗ କଟିଯିବ ।


ତେବେ ଆପଣ ମାନଙ୍କୁ କେବଳ ଏତିକି କହିବୁ ଏହି 10 ହଜାର ବର୍ଷ ମଧ୍ୟ ସରି ଗଲାଣି ଏବଂ କଳି ଯୁଗର ଅନ୍ତ ପ୍ରାୟ ପାଖେଇ ଆସିଲାଣି । ତେବେ ଆଗରୁ ତ ତାହାର ଲକ୍ଷଣ ଗୁଡିକ କୁହାଯାଇଛି ବିଭିନ୍ନ ମାଳିକାରେ। କିନ୍ତୁ କଳି ଯୁଗରେ ଭଗବାନ କଳକୀ ଅବତାର ହେବେ , ବଳଦେବ ରାଜା ହେବେ ।

ତେବେ କଳି ଯୁଗର ସମାପ୍ତ କେବେ ହେବ , କେଉଁ ବାରରେ ହେବ ତାହା କହିବା ତ ସମ୍ଭବ ନୁହେଁ କିନ୍ତୁ ମହାପୁରୁଷ ଅଚ୍ୟୁତାନନ୍ଦ ଗୋଟିଏ ଜାଗାରେ କହି ଯାଇଛନ୍ତି । ତେବେ ଅଚ୍ୟୁତାନନ୍ଦଙ୍କୁ ତାଙ୍କ ଶିଷ୍ୟ ପଚାରିଥିଲେ ଯେ ଗୁରୁ କଳି ଯୁଗ ଆଉ କେତେ ସମୟ ରହିଲା ଏବଂ ଅଚ୍ୟୁତାନନ୍ଦ କହିଥିଲେ ଆଉ 5ଶହ ବର୍ଷ ।

ଅର୍ଥାତ ପଞ୍ଚସଖା ଯେତେବେଳେ ଥିଲେ ଦେହଧାରୀ ହୋଇ ସେତେବେଳେ ସେ କହିଥିଲେ ଆଉ 5 ହଜାର ବର୍ଷ ରହିଲା ତେବେ ପଞ୍ଚସଖା ଯୁଗ ପଞ୍ଚଦଶ ଶତାବ୍ଦି ପ୍ରତାପରୁଦ୍ରଦେବଙ୍କ ସମୟରୁ ସେ କହିଥିଲେ । ସେହି ପାଞ୍ଚ ହଜାର ବର୍ଷ ସରିବ ଯେଉଁ ଦିନ ସେ ଦିନ ହୋଇଥିବ ବୈଶାଖ ମାସ ଶୁକ୍ଳ ଅଷ୍ଟମୀ ଗୁରୁବାର ସେହି ଦିନ କଳି ଯୁଗ ସରିବ ।