ମାତୃତ୍ଵ ଲାଭ କରିବା ସବୁ ନାରୀଙ୍କ ପାଇଁ ଏକ ଭିନ୍ନ ଅନୁଭୂତି ହୋଇଥାଏ। ଏହା ଜଣେ ମହିଳାର ଜୀବନକୁ ସମ୍ପୂର୍ଣ୍ଣ କରିଥାଏ ବୋଲି କୁହାଯାଏ। ତେବେ ବିବାହ ପରେ କିଛି ସମୟ ବୈବାହିକ ଜୀବନକୁ ଅତିବାହିତ କରିବା ପରେ ପ୍ରାୟତଃ ସବୁ ଦମ୍ପତି ବାପା ମାଆ ହେବାକୁ ଇଚ୍ଛା କରିଥାନ୍ତି। ମାଆ ପାଇଁ ଏହା ଏକ ସ୍ବତନ୍ତ୍ର ଅନୁଭବ ଆଣି ଦେଇଥାଏ। କିଛି ଦମ୍ପତ୍ତି ବିଳମ୍ବରେ ପିଲା ଚାହୁଁଥିଲେ ବି କିଛି ପିଲା ବିବାହ ଅଳ୍ପ ବର୍ଷ ପରେ ପିଲା ଚାହିଁଥାନ୍ତି। ସମସ୍ତଂକ ପାଇଁ ସନ୍ତାନ ସୁଖ ପ୍ରାପ୍ତ କରିବା ଏକ ନିଆରା ଅନୁଭୂତି ହୋଇଥାଏ। ତେବେ ସମସ୍ତ ଦମ୍ପତ୍ତି କିନ୍ତୁ ଏହି ଖୁସି ପାଇ ପାରି ନାହାଁନ୍ତି।
କିଛି ନା କିଛି ସମସ୍ୟା କାରଣରୁ ସେମାନେ ଏଥିରୁ ବଞ୍ଚିତ ରୁହନ୍ତି। କିନ୍ତୁ ଏହି ସନ୍ତାନ ସୁଖ ପାଇବା ପାଇଁ ଜଣେ ମହିଳା କୁ ଗର୍ଭ ଧାରଣ କରିବାକୁ ପଡ଼ିଥାଏ।ଆଉ ଏଥି ନିମିତ୍ତ ଅନେକ କିଛି କଥା ଉଭୟ ସ୍ଵାମୀ ଏବଂ ସ୍ତ୍ରୀ ଙ୍କୁ ଜାଣିବା ଦରକାର୍ ହୋଇଥାଏ। ସେମାନେ ଏହାକୁ ଜାଣିବା ଦରକାର୍ ଯେ କେଉଁ ସମୟରେ ଶାରୀରିକ ସଂପର୍କ ସ୍ଥାପନ ଦ୍ଵାରା ଜଣେ ମହିଳା ଗର୍ଭବତୀ ହୋଇ ଥାଆନ୍ତି। ଏହାଛଡା ମାଆ ହେବା ପାଇଁ ଜଣେ ମହିଳା ପାଇଁ ପ୍ରକୃଷ୍ଟ ବୟସ କଣ ଅଟେ?
ତେବେ ଯଦି ମେଡିକାଲ ଟର୍ମରେ କହିବା ତେବେ ମାତୃତ୍ଵ ଲାଭ କରିବା ପାଇଁ ଆଇଡଲ୍ ଏଜ୍ ଗ୍ରୁପ୍ ହେଉଛି ୨୦ ରୁ ୩୫ ବର୍ଷ।ଏହି ବୟସ ସୀମାରେ ମାଆ ହେବା ଭଲ ହୋଇଥାଏ। ତେବେ ପିରିଆଡସ ର ଆରମ୍ଭରୁ ପିରିଆଡ଼ସର ଶେଷ ପର୍ଯ୍ୟନ୍ତ ଜଣେ ମହିଳା ମାଆ ହୋଇ ପାରିବେ। କିନ୍ତୁ ସେହି ପୂରା ପିରିଅଡଟି ମାଆ ହେବାପାଇଁ ସୁରକ୍ଷିତ ନୁହେଁ। ଏଥିପାଇଁ ଦମ୍ପତ୍ତି ପ୍ରେଗ୍ନାନସି ପ୍ଲାନ୍ କରିବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଦରକାର। ଯାହା ଫଳରେ କିଛି ପରୀକ୍ଷାରୁ ମହିଳା ଜଣଙ୍କ ମାଆ ହେବା ପାଇଁ ସକ୍ଷମ କି ନାହିଁ ତାହା ଜଣା ପଡ଼ିଥାଏ। ପ୍ରେଗ୍ନେନସିର ଦୁଇ ତିନି ମାସ ପୂର୍ବରୁ ଯଦି ଜଣେ ମହିଳା ଫଲିକ ଏସିଡ ବ୍ଯବହାର କରେ, ତେବେ ପିଲାର ଜନ୍ମଗତ ସମସ୍ୟା ଦେଖାଦେବାର ଆଶଙ୍କା କମ୍ ଥାଏ।
ଡାକ୍ତରଙ୍କ ଅନୁସାରେ ପ୍ରେଗ୍ନେନସିର ସାତ ମାସ ପର୍ଯ୍ୟନ୍ତ ପ୍ରତିଦିନ ଚେକ୍ ଅପ୍ କରିବା ଆବଶ୍ୟକ।୮ ମାସରେ ୧୫ ଦିନ ଅନ୍ତରରେ ଏବଂ ୯ ମାସରେ ପ୍ରତି ସପ୍ତାହରେ ଡାକ୍ତରଙ୍କ ସହ ପରାମର୍ଶ କରିବା ଗର୍ଭବତୀ ମହିଳା ମାନଙ୍କ ପାଇଁ ଭଲ ଅଟେ। ତେବେ ଏହି ସମୟରେ ମହିଳା ମାନେ ଭାରି ଏକାରସାଇଯ ନକରି ଲାଇଟ୍ ଏକ୍ସରସାଇଯ କରି ପାରିବେ। ଏହାଛଡା ଡାକ୍ତରଙ୍କ ପରାମର୍ଶ କ୍ରମେ ଉପଯୁକ୍ତ ସ୍ବାସ୍ଥ୍ୟ ପରୀକ୍ଷା ସହିତ ସୁଷମ ଏବଂ ସୁସ୍ଥକର ଖାଦ୍ୟ ପଦାର୍ଥ ଖାଇବା ଆବଶ୍ୟକ ହୋଇଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।