Odisha News Portal

ମାଆ ହେବେ ନେହା କକ୍କର : ବିବାହର ମାତ୍ର ୨ମାସ ଭିତରେ ଏତେ ଶୀଘ୍ର କେମିତି ସମ୍ଭବ? ଜାଣନ୍ତୁ ରହସ୍ୟ ,ସୋସିଆଲ ମିଡିଆରେ ସେୟାର କଲେ ବେବି ବମ୍ପ ଫଟୋ …..

0 8

ବଲିଉଡ ଜଗତରୁ ପ୍ରତ୍ୟେକ ଦିନ କିଛି ନାଁ କିଛି ରୋଚକପୂର୍ଣ୍ଣ ଖବର ସାମ୍ନାକୁ ଆସି ଥାଏ । ତେବେ ଆପଣ ମାନେ ତ ସମସ୍ତେ ବଲିଉଡର ଫେମସ୍ ଫିମେଲ୍ ସିଙ୍ଗର ନେହା କକ୍କର ଙ୍କୁ ବହୁତ ଭଲ ଭାବରେ ଜାଣି ଥିବେ । ସେ ତାଙ୍କର ବିଚକ୍ଷଣ ସ୍ବରରେ ଦର୍ଶକଙ୍କୁ ଏମିତି ମୁଗ୍ଧ କରି ଦେଇଥାନ୍ତି ଯେ ଲୋକମାନେ ଯେଉଁଠି ବି ତାଙ୍କର ଗୀତ ଶୁଣିଥାନ୍ତି ସେଠାରେ ପୂରା ଭାବପ୍ରବଣ ହୋଇ ଯାଇଥାନ୍ତି । ତେବେ ବଲିଉଡ ଫିମେଲ୍ ସିଙ୍ଗର ନେହା କକ୍କରଙ୍କ ବହୁତ ଫ୍ୟାନ୍ ଫଲୋର୍ସ ମାନେ ରହିଛନ୍ତି । ଯେଉଂ ମାନେ କି ନେହା ଙ୍କର ଜୀବନଶୈଳୀକୁ ମଧ୍ୟ ଅନୁ ସରଣ କରିଥାନ୍ତି । ତାଙ୍କର କ୍ୟୁଟ କଥା ଏବଂ ତାଙ୍କ ହସ ପାଇଂ ଲୋକମାନେ ତାଙ୍କର ଦ୍ବିୱାନ ହୋଇ ଯାଇଥାନ୍ତି ।

ତେବେ ଆପଣ ମାନେ ନିହାତି ଭାବରେ ଜାଣିଥିବେ ନେହା କକ୍କର ଗତ କିଛି ଦିନ ହେବ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଆଉ ବର୍ତ୍ତମାନ ଯେଉଁ ଖବର ସାମ୍ନାକୁ ଆସିଛି ତାହା ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଚାଲନ୍ତୁ ଜାଣିବା ସେହି ଘଟଣା ବିଷୟରେ କିନ୍ତୁ ସେଥିପାଇଂ ଆପଣ ମାନେ ଆମର ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ ।

ତେବେ ବଲିଉଡ ଗାୟିକା ନେହା କକ୍କର ତାଙ୍କ ପ୍ରଶଂସକଙ୍କୁ ବଡ଼ ଖୁସି ଖବର ଦେଇଛନ୍ତି। ନେହା କକ୍କର ଶୀଘ୍ର ମାଁ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେ ନିଜ ଖୁସି ଘୋଷଣା କରିଛନ୍ତି। ନେହା କକ୍କର ଇନଷ୍ଟାଗ୍ରାମରେ ସ୍ୱାମୀ ରୋହନପ୍ରୀତ ସିଂଙ୍କ ସହ ଏକ ଅତି ସୁନ୍ଦର ଏବଂ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ବେବି ବମ୍ପ ଧରିଥିବାର ଦେଖିବାକୁ ମିଳୁଛି। ଫଟୋରେ ନେହାଙ୍କୁ ନୀଳ ଡେନିମ୍ ଡୁଙ୍ଗାରିରେ ଦେଖିବାକୁ ମିଳିଛି। ଏହାସହ ସେ କ୍ୟାପସନରେ ଲେଖିଛନ୍ତି, ‘#KhyalRakhyaKar.’

ତଥାପି, ତାଙ୍କ ପ୍ରଶଂସକମାନେ ନେହା କକ୍କରଙ୍କ ଗର୍ଭଧାରଣକୁ ବିଶ୍ୱାସ କରି ପାରୁ ନାହାନ୍ତି। କମେଣ୍ଟ ମାଧ୍ୟମରେ ନେହାଙ୍କ ଗର୍ଭଧାରଣ ଖବର ପାଇଁ ଅନେକ ୟୁଜର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, କାରଣ ଉଭୟଙ୍କ ନିକଟରେ ହିଁ ବିବାହ ହୋଇଥିଲା। 2 ମାସ ପୂର୍ବରୁ ନେହା ରୋହନପ୍ରୀତଙ୍କୁ ବିବାହ କରିଥିଲେ। ଏଭଳି ପରିସ୍ଥିତିରେ ଏହି ଖବର କେବଳ ତାଙ୍କ ପ୍ରଶଂସକଙ୍କ ପାଇଁ ନୁହେଁ ବରଂ ସମସ୍ତଙ୍କ ପାଇଁ ଟିକେ ଆଶ୍ଚର୍ଯ୍ୟଜନକ ଅଟେ।


ତେବେ ନେହା କକ୍କର ଗତ ଅକ୍ଟୋବର 24 ରେ ରୋହନପ୍ରୀତ ସିଂ ଙ୍କୁ ବିବାହ କରିଥିଲେ। ରୋହନପ୍ରୀତଙ୍କ ସହ ବିବାହକୁ ଭଲ ପାଇବା ସହ ନେହା ସୋସିଆଲ ମିଡିଆରେ ମଧ୍ୟ ଘୋଷଣା କରିଥିଲେ। ରୋହନପ୍ରୀତଙ୍କ ପ୍ରତି ତାଙ୍କ ପ୍ରେମ ଘୋଷଣା କରିବାର କିଛି ଦିନ ପରେ ଦୁହେଁ ବିବାହ କରିଥିଲେ। ତେବେ ଲୋକଙ୍କ କହିବାନୁସାରେ ଉଭୟ ପୂର୍ବରୁ ସମ୍ପର୍କ ରଖି ସାରିଥିବା ବେଳେ ନେହା ମାଁ ହେବାକୁ ଯାଉଛନ୍ତି ଜାଣି ସାରିବା ପରେ ଉଭୟ ବିବାହ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।