Odisha News Portal

ମଦପାନ କରୁଥିବା ବ୍ୟକ୍ତିଙ୍କ ଶରୀରରେ କାମ କରିବନି କୋରନା ମେଡିସିନ୍ !ଏହାର ପ୍ରକୃତ କାରଣ ଜାଣିଲେ ଆପଣ ହୁଏତ ଅବାକ୍ ହୋଇପାରନ୍ତି !

କରନା ପାଇଁ ଏବେ ସମସ୍ତ ଦେଶରେ ଚିନ୍ତା ବଢିବାରେ ଲାଗିଛି , ମାତ୍ର ଏବେ ଟିକେ ଚିନ୍ତାରୁ ନିସ୍ତାର ମଧ୍ୟ ମିଳିବାକୁ ଲାଗିଛି କାହିଁକିନା ବିସ୍ୱରେ କରୋନାର ପ୍ରଥମ ଟିକା ଆସିଯାଇଛି । ତେବେ ଏହି ପ୍ରଥମ ଟିକା ଦେଶ ବ୍ରିଟେନ ତିଆରି କରିଛି । ତେବେ ଏହି ଟିକାକୁ ଅନେକ ଦେଶର ଲୋକମାନେ ମଧ୍ୟ ନେବା ଆରମ୍ଭ କରିସାରିଲେଣି । ତେବେ ଭାରତରେ ମଧ୍ୟ ଏହି କରୋନା ଟିକା ବହୁତ ଶୀଘ୍ର ମିଳିବ । ଏତେ ଦିନର ଅପେକ୍ଷା ପରେ ଏବେ କରୋନାର ଟୀକା ସମସ୍ତଙ୍କୁ ମିଳିବ ।

ମାତ୍ର ଏହି ଟିକା ନେବାରେ ମଧ୍ୟ ଏକ ଅସୁବିଧା ରହିଛି , ତେବେ ଅସୁବିଧା ଏହା ହେଉଛି କି କରୋନା ଟିକା ନେବା ପରେ ଆପଣ ମାନଙ୍କୁ ବହୁତ ସାବଧାନତାର ସହ ରହିବା ପାଇଁ ପଡିବ । ବିଶେଷଜ୍ଞମାନେ କହିଛନ୍ତି ଯେ ଟୀକାକରଣ ପରେ ଲୋକମାନେ 2 ମାସ ପର୍ଯ୍ୟନ୍ତ ମଦ୍ୟପାନରୁ ଦୂରେଇ ରହିବା ଉଚିତ୍ । ତେବେ ଯେଉଁ ମାମେନ ମଦର ସେବନ କରୁଛନ୍ତି ସେମାନଙ୍କ ପାଇଁ କରୋନା ଟିକା କିଛି କାର୍ଯ୍ୟକାରୀ ହେବ ନାହିଁ । ଅର୍ଥାତ ସେମାନଙ୍କୁ କରୋନା ଟିକାର ପ୍ରଭାବ ପଡିବ ନାହିଁ ।


କୋଭିଡ ଟିକା ନେବା ପରେ ମଦ୍ୟପାନ ମନା , ରୁଷ ନାଗରିକ ମାନଙ୍କୁ କରୋନା ଟିକା ଦେବା ପରେ ଏଭଳି ଏକ ପରାମର୍ଶ ପ୍ରଦାନ କରାଯାଇଛି । ରୁଷ ନିର୍ମିତ ସ୍ପୁଟନିକ-ଭି ଟିକା ନେବା ପରେ ଦୁଇ ମାସ ମଦ୍ୟପାନ ନକରିବାକୁ ପରାମର୍ଶ ପ୍ରଦାନ କରିଛନ୍ତି କଞ୍ଜୁମର ହେଲଥ ସଂସ୍ଥାର ମୁଖ୍ୟ ଆନା ପୋପୋଭା ।

ପ୍ରଥମ ଟିକା ନେବାର 21 ଦିନ ପରେ ଦ୍ୱିତୀୟ ଟିକା ଦିଆଯାଉଛି । ଟିକା ନେବା ପରେ ଶରୀରେ କୋଭିଡ ଭୂତାଣୁ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ମାତ୍ର ମଦ୍ୟପାନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି କ୍ଷମତା ସୃଷ୍ଟି ହୋଇନଥାଏ । ଋଷର ଉପମୁଖ୍ୟମନ୍ତ୍ରୀ ଟାଟିଆନା ଗୋଲିକୋଭା ଏକ ସାକ୍ଷାତକାରରେ କହିଛନ୍ତି ଯେ ଟିକା ଲଗାଇବା ପରେ ଋଷର ଲୋକଙ୍କୁ 42 ଦିନ ପାଇଁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡିବ।

କାରଣ କରୋନା ଟିକା ସ୍ପୁଟନିକ୍ ଭି ଶରୀରରେ ସମ୍ପୁର୍ଣ୍ଣ କାମ କରିବାକୁ ସର୍ବନିମ୍ନ 42 ଦିନ ସମୟ ଲାଗିବ। ତେଣୁକରି ଏହି ଟିକା ନେବା ପରେ ସେବଳ ମଦ୍ୟପାନ ନୁହେଁ ବରଂ ଅନେକ ସତର୍କତା ଅବଲମ୍ବର କରିବାକୁ ପଡିବ , ଯେମିତିକି ଲୋକଙ୍କୁ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯିବା ମନା , ସର୍ବଦା ମାସ୍କର ପ୍ରୟୋଗ କରିବା , ସାନିଟାଇଜର ବ୍ୟବହାର କରିବାକୁ ଏବଂ ମଦ୍ୟପାନରୁ ଦୂରେଇ ରହିବାକୁ ପଡିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।