Odisha News Portal

ମାତ୍ର 40 ଟଙ୍କାରେ ପେଟପୂରା ଖାଇବା ଦେଉଥିବା ଏହି ବ୍ୟକ୍ତିଙ୍କ ପ୍ରକୃତ ପରିଚୟ ଜାଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ …

ଆମ ସମାଜରେ ବା ଏହି ଧରାପୃଷ୍ଠରେ ବିଭିନ୍ନ ପ୍ରକାର ମଣିଷ ଦେଖା ଯାଇଥାନ୍ତି । ତେବେ ଆମ ସୋସାଇଟିରେ ଏମିତି ବହୁତ ଲୋକ ରହିଛନ୍ତି ଯେଉଂମାନେ କି ବିପଦ ସମୟରେ ପାଖ ମାଡିନଥାନ୍ତି କିନ୍ତୁ ସଂମ୍ପଦ ସମୟରେ ସବୁିବେଳେ ସାଙ୍ଗରେ ଆସି ଛିଡା ହୋଇଥାନ୍ତି । ତେବେ କେବଳ ଯେ ଖରାପ ଲୋକ ସମାଜରେ ଅଛନ୍ତି ତାହା କହିବା ବହୁତ ବଡ ଭୁଲ ଅଟେ । କାହିଁକି ନାଁ ଦୁନିଆରେ ଏମିତି ମଧ୍ୟ ବହୁତ ଲୋକମାନେ ରହିଛନ୍ତି ଯେଉଁମାନେ ଅନ୍ୟର ଅସୁବିଧା ଏବଂ ସମସ୍ୟା ସମୟରେ ସହାୟତା ର ହାତ ବଢାଇଥାନ୍ତି ତ ପୁଣି କେତେବେଳେ ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିଜର ଖୁସି କୁ ମଧ୍ୟ ଆହୁତି ଦେଇ ଦିଅନ୍ତି ।

କାରଣ ତାଙ୍କ ପାଇଁ ଅନ୍ୟର ଖୁସି ହେଉଛି ସବୁଠାରୁ ବଡ ଏବଂ ମହତ୍ବ ରଖେ, ସେମାନେ ଅନ୍ୟର ଖୁସିରେ ନିଜେ ଖୁସି ହୋଇଥାନ୍ତି ଏବଂ ଅନ୍ୟରେ ଦୁଃଖରେ ଦୁଃଖୀ । ବର୍ତ୍ତମାନ ସମୟରେ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଲା ଉଦାରତା ଏବଂ ମାନବିକତାର ଏକ ନିଛକ ପ୍ରତିଛବି।

ତେବେ ଲୋକମାନଙ୍କ ପ୍ରତି ରହିଥିବା ଲୋକଙ୍କ ଧାରଣା ସବୁବେଳେ ସମାନ ନୁହଁ ତାହା ଏହି ଘଟଣାରୁ ସ୍ପଷ୍ଟ ଭାବରେ ବାରି ହୋଇ ପଡୁଛି । କାହିଁକି ନାଁ ଦୁନିଆରେ ପ୍ରତ୍ୟେକ ମଣିଷ ସମାନ ନୁହଁନ୍ତି । ଆଜିର ଏହି ଦୁନିଆରେ ମଧ୍ୟ ବହୁତ୍ ଭଲ ଲୋକ ଅଛନ୍ତି । ଯେଉଁମାନେ କି ମାନବିକତା , ଉଦାରତା ଏବଂ ପରୋପକାରକୁ ବହୁତ୍ ଗୁରୁତ୍ଵ ତଥା ମହତ୍ବ ଦେଇଥାନ୍ତି । ମଣିଷ କେବଳ ନିଜର ଆତ୍ମସମ୍ମାନକୁ ହରାଇ ଆଘାତ ପାଇବା ପରେ କଠୋର ହୋଇଯାଏ ତାହା ନୁହେଁ ବରଂ ଅସୁବିଧା ସମୟରେ ମଧ୍ୟ ସେ ସହାୟତାର ହାତ ବଢ଼ାଇ ନିଜର ଦୟା ଭାବନାକୁ ମଧ୍ୟ ପ୍ରଦର୍ଶନ କରିଥାଏ।

ସେହିଭଳି ଏକ ଘଟଣା ଘଟିଛି ଗୁଜରାଟର ମୁରବା ସହରରେ । ଏଠାରେ ବଚୁ ଦାଦା ନାମକ ଏକ ଢାବା ରହିଛି । ଆଉ ସେହି ଢ଼ାବାଟି ହେଉଛି ଜଣେ 72 ବର୍ଷୀୟ ବୃଦ୍ଧ ବଚୂ ଦାଦାଙ୍କର , ତେବେ ବଚୁଦାଦା ନିଜେ ଏହାକୁ ପରିଚାଳନା କରନ୍ତି । ତାଙ୍କର ସେହି ଢ଼ାବାକୁ ଅନେକ ଲୋକ ପ୍ରତିଦିନ ଖାଇବାକୁ ଆସନ୍ତି।


ତେବେ ଯେଉଁଭଳି ଭାବରେ ଆପଣ ଜାଣିଥିବେ କିଛି ଦିନ ପୂର୍ବେ ବାବା କି ଢ଼ାବା ନାମକ ଏକ ରେଷ୍ଟୁରାଣ୍ଟଟି ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏବଂ ପରେ ସେଲିବ୍ରେଟି ମାନଙ୍କ ଦ୍ଵାରା ମଧ୍ୟ ପ୍ରଚାର ପ୍ରସାର ପରେ ଦୀର୍ଘଦିନ ଧରି ବନ୍ଦ ରହିଥିବା , ଆଉ ପୁଣି ଏହି ବୃଦ୍ଧ ଦମ୍ପତ୍ତିଙ୍କ ଢ଼ାବାଟି ଖୋଲିଥିଲା ।ଆଉ ଏହାପରେ ବହୁ ଲୋକ ସେହି ଢ଼ାବାକୁ ଖାଇବାକୁ ଆସିଥିଲେ ଓ ତାର ଚାହିଦା ମଧ୍ୟ ବଢ଼ିବାରେ ଲାଗିଥିଲା । ତେବେ ଜଣେ ହେଲେ ବି ଆସୁ ନଥିବା ସେହି ଢ଼ାବାକୁ ପରେ ଲୋକଙ୍କ ଲମ୍ବା ଲାଇନ୍ ଲାଗିଥିଲା ।

ଅର୍ଥାତ୍ କହିବାକୁ ଗଲେ ସୋସିଆଲ ମିଡ଼ିଆର ଶକ୍ତି ଏମିତି ଯେ ଜଣଙ୍କୁ ଏହା ରାତାରାତି ଫେମସକରିଦେବା ବେଳେ ଜଣଙ୍କୁ ରାତାରାତି ବଦନାମ ମଧ୍ୟ କରିଦେଇପାରେ । ସେହିଭଳି ଭାବରେ ବଚୁ ଦାଦାଙ୍କ ଢ଼ାବା ବି ବହୁତ୍ ଫେମଶ ହୋଇଗଲା । ଏଠାରେ 40 ଟଙ୍କାରେ ଜଣେ ପେଟ ପୂରା ଖାଇବା ଖାଇ ପାରିବ, ଆଉ ଏହା ବହୁତ ସୁସ୍ୱାଦୁ ଭୋଜନ ମଧ୍ୟ । 20 ଟଙ୍କା ଦେଲେ ମଧ୍ୟ ଦାଦା ପେଟ ପୂରା ଖାଇବାକୁ ଦିଅନ୍ତି । ଅନେକ ଅଭାବୀ ଲୋକ ମାଗଣାରେ ଆସି ଏଠାରେ ଖାଇଥିଲେ ମଧ୍ୟ ଵଚୁ ଦାଦା ସେମାନଙ୍କୁ ଟଙ୍କା ମାଗନ୍ତି ନାହିଁ। ବରଂ ପ୍ରତିଦିନ ଅନେକ ଅସହାୟ ଲୋକଙ୍କ ପେଟରେ ଦାନା ଦେଇ ବଚୁ ଦାଦା ବହୁତ୍ ଖୁସି ହୋଇଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।