Odisha News Portal

ମାଳିକାର ଆଗାମୀ ଭବିଷ୍ୟତବାଣୀ ! ବାହ୍ମଣ ହେବେ ଦେଶର ପ୍ରଧାନ ମନ୍ତ୍ରୀ , ବିଶ୍ବରେ ରାଜ କରିବ ହିନ୍ଦୁ ଧର୍ମ !

ଆଜି ଆମେ ଯାଇଫୁଲ ମାଳିକାର ଏକ ସୁନ୍ଦର କଥାଟି ଆପଣ ମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବୁ । ତେବେ ମହାପୁରୁଷ ମାନେ ଯାଇଫୁଲ ମାଳିକାରେ ପ୍ରମାଣ ଦେଇଛନ୍ତି ଯେ ଭାରତ ହେବ ବିଶ୍ବଗୁରୁ । ଅର୍ଥାତ ଯେଉଁ ବିଶ୍ବଗୁରୁ ରୂପରେ ଭାରତ ସାରା ବିଶ୍ବକୁ ଆଲୋକ ଦେଖେଇବ । ଯେଉଁ ଦୀପ ଭାରକ ମାଟିରେ ଜଳି ସାରା ବିଶ୍ବକୁ ଆଲୋକିତ କରିବ । ଏହାସିହତ ମାହାପୁରୁଷ ଲେଖିଥିଲେ ଯେ ବ୍ରାହ୍ମଣ ରାଜା ହେବେ ଦିଲ୍ଲୀ ଦରବାରେ ଏବଂ ଜବତଗୁରୁ ତଥା ବିଶ୍ବଗୁରୁର ଆଖ୍ୟା ପାଇବ ଏହି ଭାରତଭୂମି । ତେବେ ମହାପୁରୁଷ ଅଚ୍ୟୁତ ଲେଖିଥିଲେ ଯାଇଫୁଲ ମାଳିକାରେ –

କେବଳ ଏ ସନାତନ ଧର୍ମକୁ ସ୍ଥାପିବେ ସେ ନାରାୟଣ, ଯାଇଫୁଲ । ସବୁ ଧର୍ମ ହେବ ଚୁର୍ଣ୍ଣ ଯାଇଫୁଲ । ଅର୍ଥାତ ମହାପୁରୁଷ ଅଚ୍ୟୁତାନନ୍ଦ କହୁଛନ୍ତି ଯେ ଏମିତି ଏକ ସମୟ ଆସିବ ଯେଉଁ ସମୟ. ଭିତରେ ସବୁ ଧର୍ମ ଚୁର୍ଣ୍ଣ ହୋଇଯିବ ଏବଂ କେବଳ ସନାତନ ଧର୍ମ ବିଶ୍ବରେ ବଞ୍ଚିରହିବ ଏବଂ ହିନ୍ଦୁ ରାଷ୍ଟ୍ର ଭାରତର ଦୀପରେ ସମସ୍ଗ ପୃଥିବୀ ଆଲୋକିତ ହେବ ।

ଆଉ ବର୍ତବର୍ଷକୁ ସମସ୍ତେ ମାନିବେ । ନିକଟ ଅତୀତ କଥା ଆପଣ ମାନେ ସମସ୍ତେ ଜାଣିଥିବେ ଯେଉଁ ଭାରତ ସଂସ୍କୃତିକୁ ସମସ୍ତେ ଆପଣେଇଲେ , ହାତ ଯୋଡିବା ଠାରୁ ଶବ ପୋଡିବା ପର୍ଯ୍ୟନ୍ତ । ଆଉ ଏହିଥିରୁ ଆପଣ ମାନେ ସମସ୍ତେ ଜାଣିଥିବେ ମହାପୁରୁଷଙ୍କର ସେହି ପବିତ୍ର ବାକ୍ୟକେତେ ଦୂର ସତ୍ୟ ।


ତେବେ ସାରା ବିଶ୍ବରେ କେବଳ ଗୋଟିଏ ଧର୍ମ ହିଁ ରହିବ ଆଉ ତାହା ହେଉଛି ସନାତନ ଧର୍ମ । ରାମ, କୃଷ୍ଣ, , ଯୀଶୁ, ରୋହିମ୍, ବୁଦ୍ଧ ନାମ ବୋଲି ଯେ ନାମେ ଡାକିଲେ ଶୁଣନ୍ତି ସେ ସର୍ବ ହରି । ତେବେ ଯେଉଁ ନାମରେ ତାଙ୍କୁ ଡାକିଲେ ମଧ୍ୟ ସେ ଶୁଣି ପାରନ୍ତି । କେବଳ ସେତିକି ନୁହଁ ପ୍ରଭୁପୂର୍ଣ୍ଣ ସର୍ବଘଟେ ସର୍ବେଠାବେ ଯହିଁ ପ୍ରେମେ ଡାକ ତହିଁ ସେ ଶୁଣିବେ । ଅର୍ଥାତ ପ୍ରଭୁ ସବୁ ଘଟରେ ଅଛନ୍ତି , ଅର୍ଥାତ ଏହି ଧର୍ମକୁ ବିଶ୍ବାସ କରି ତାଙ୍କୁ ଯେଉଁ ଜାଗାର ଡାକିବ ସେ ଶୁଣିବୂେ ବୋଲି ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ କଲମ କରିଛନ୍ତି ।


କେବଳ ସେତିକି ନୁହଁ ମହାପୁରୁଷ ଅଚ୍ୟୁତଙ୍କର ସେହି ଭବିଷ୍ୟ ବାଣୀ ବିଶ୍ବଗୁରୁ ହେବ ଭାରତବର୍ଷ । ତେବେ ଭାରତ ର ସଂସ୍କୃତି ଏବଂ ତାହାର ଆଦି ପରମ୍ପରାର ସଂସ୍କୃତି ତଥା ଋଷିମୂନିଙ୍କର ସଂସ୍କୃତି ଭାରତ କୃଷି ପ୍ରଧାନ ଦେଶ ନୁହଁ ବରଂ ଋଷି ପ୍ରଧାନ ଦେଶ ବୋଲି ଜଗତରେ ପରିଚିତ ହୋଇଛି । ଆଉ ସେହି ଋଷିର ସଂସ୍କୃତିକୁ ଆମେ ନିହାତି ଭାବରେ ଆପଣେଇବା ଏବଂ ପାଶ୍ଚାତ୍ୟ ସଭ୍ୟତାକୁ ଦୂରେଇବା । ମାନବବାଦୀ ସମାଜ ଗଠନ ହେବ ଅର୍ଥାତ ଯେଉଁଠି କେବଳ ସତ୍ୟ, ପ୍ରେମ , ଧର୍ମ ଥିବ ଆଉ ସମସ୍ତ ଙ୍କ ର ଗୁରୁ ସେହି ଆତ୍ମା ରାମ ଥିବ ଆଉ ଏମିତି ସମୟ ଆସିବ ଭାରତ ହେବ ବିଶ୍ବଗୁରୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।