ଆପଣମାନେ ଓଡ଼ିଆ ସିନେମା ଦେଖିବା ପାଇଁ ଖୁବ୍ ଭଲ ପାଉ ଥିବେ। ଏବଂ ଏହି ସିନେମା ଇଣ୍ଡଷ୍ଟ୍ରିରେ କାମ କରୁଥିବା ସବୁ ଅଭିନେତ୍ରୀ ଓ ଅଭିନେତା ମାନଙ୍କୁ ଖୁବ୍ ଭଲ ଭାବରେ ଜାଣି ଥିବେ।ସେମାନଙ୍କ ରିଲ ଲାଇଫ ଓ ସେମାନଙ୍କ ରିଅଲ ଲାଇଫ କଣ ସବୁ ଘଟଣା ଘଟି ଯାଉଛି ତାହା ଜାଣିବା ପାଇଁ ଅନେକ ଦର୍ଶକ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି। କେହି କେହି ନିଜ ପ୍ରିୟ ଅଭିନେତା ଅଭିନେତ୍ରୀ ମାନଙ୍କ ଜୀବନଶୈଳୀକୁ ଅନୁସରଣ କରିଥାନ୍ତି। କାରଣ ଅଭିନେତା ଅଭିନେତ୍ରୀ ମାନଙ୍କ ଜୀବନଶୈଳୀ ସାଧାରଣ ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତେବେ ଆମେ ଆଜି ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ବାବଦରେ କହିବା ପାଇଁ ଯାଉଛୁ।
ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ।ନିଜର ଦମଦାର ଅଭିନୟ ପାଇଁ କେବଳ ଓଲିଉଡ଼ ସିନେମା ଜଗତରେ ରାଜ କରୁଛନ୍ତି ଅନୁଭବ ମହାନ୍ତି।ତେବେ ଅଭିନେତା ଅନୁଭବ ମହାନ୍ତିଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣି ଥିବେ। ନିଜର ଅଭିନୟକୁ ପାଇଁ ଅନୁଭବ ମହାନ୍ତି ଯେତିକି ଲୋକପ୍ରିୟ ତା ଠାରୁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚିତ।
ତେବେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ୨୪ ଡିସେମ୍ବର ୧୯୮୧ ମସିହାରେ ଓଡ଼ିଶାର କଟକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ। ୨୦୦୪ ମସିହାର ଓଡ଼ିଆ କଥାଚିତ୍ର ଆଇ ଲଭ୍ ୟୁ ମାଧ୍ୟମରେ ଅବସ୍ଥିତ ଓଲିଉଡ଼ ସିନେମା ଜଗତରେ ପାଦ ରଖିଥିଲେ ଅନୁଭବ ମହାନ୍ତି। ଏହା ପୂର୍ବରୁ ବହୁତ ଗୁଡିଏ ଆଲବମ୍ ରେ ନଜର ଆସିଛନ୍ତି ଅନୁଭବ। ଏହା ସହିତ ଅନୁଭବ ବଙ୍ଗଳା ସିନେମା ଜଗତରେ ମଧ୍ୟ ଅଭିନୟ କରି ସାରିଛନ୍ତି।
ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଅଭିନେତା ଅନୁଭବ ମହାନ୍ତିଙ୍କ କିଛି ଫୋଟ ଓ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଅନୁଭବ ମହାନ୍ତି ଲଣ୍ଡନରେ ଜଣେ ଅଭନେତ୍ରୀଙ୍କ ସହିତ ରୋମାଣ୍ଟିକ ଲୁକ୍ ରେ ନଜର ଆସିଛନ୍ତି। ତେବେ ସୂଚନା ଅନୁଯାୟୀ ଆଗକୁ ଅନୁଭବ ମହାନ୍ତିଙ୍କ ଏକ ନୂଆ ସିନେମା ଆସିବା ପାଇଁ ଯାଉଛି। ଯାହାର ସୁଟିଂ ଲଣ୍ଡନରେ ହେବାର ଅଛି ବୋଲି ସୂଚନା ମିଳିଛି ଆଉ ସୁଟିଂ ସମୟର କିଛି ଫୋଟ ଏବଂ ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ତେବେ ନିଜ ପାରିବାରିକ ବିବାଦକୁ ନେଇ ବହୁତ୍ ଦିନ ଧରି ସିନେମା ଜଗତରୁ ଦୂରେଇ ରହିଥିଲେ ଅନୁଭବ ମହାନ୍ତି। ଦୀର୍ଘ ଦିନ ପରେ ଅନୁଭବ ମହାନ୍ତିଙ୍କ ସିନେମା ପୁଣି ଥରେ ଆସିବା ପାଇଁ ଯାଉଛି ଶୁଣି ଫ୍ୟାନସ୍ ମାନେ ଖୁବ୍ ଖୁସି ଥିବାର ଜଣା ପଡିଛି। ତେବେ ସିନେମା କେବେ ରିଲିଜ୍ ହେବ ତାକୁ ନେଇ ଫ୍ୟାନସ୍ ମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖା ଦେଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।