Odisha News Portal

ଓଠ ଉପରେ ଥିବା ଚୁଟି ବାହାର କରିବାର ସହଜ ଉପାୟ, ଥରେ ବାହାର କଲେ ଆଉ ଆସିବନି

0 103

ଆଜିର ଦୁନିଆରେ ସମସ୍ତେ ସୁନ୍ଦର ଏବଂ ଗୋରା ହେବା ପାଇଁ ଚାହିଁଥାନ୍ତି । ସେ ଝିଅ ହେଉ କିମ୍ବା ପୁଅ ସମସ୍ତେ ସୁନ୍ଦର ତଥା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ହେବା ପାଇଁ ଚାହିଁଥାନ୍ତି । ସାଧାରଣତଃ କହିବାକୁ ଗଲେ ଝିଅମାନେ ଏହା ପ୍ରତି ଅଧିକ ଆକୃଷ୍ଟ ହୋଇଥାନ୍ତି ଏବଂ ନିଜର ସୁନ୍ଦର ଚେହେରା ଦ୍ବାରା ସମସ୍ତଙ୍କୁ ଆକର୍ଷିତ କରିବା ପାଇଂ ଚାହିଁଥାନ୍ତି । ଆଉ ସେଥିପାଇଁ ବିଭିନ୍ନ ପ୍ରକାର କସମେଟିକ୍ ଜିନିଷ ତଥା ବଜାରରେ ମିଳୁଥିବା ପ୍ରୋଡକ୍ଟ ସବୁ ବ୍ୟବହାର କରିଥାନ୍ତି କିନ୍ତୁ ଏହା ବେଳେ ଆମ ଚେହେରାକୁ ପୂରା ଡେମେଜ୍ କରି ଦେଇଥାନ୍ତି ।

ଆଉ ଯାହା ଫଳରେ ଆମ ଚେହେରା ସୁନ୍ଦର ହେବା ବଦଳରେ ଅଧିକ ବିଗିଡି ଯାଇଥାଏ ଏବଂ ଆମର ସୁନ୍ଦରତା ମଧ୍ୟ ନଷ୍ଟ ହୋଇ ଯାଇଥାଏ । ସେଥିପାଇଁ ଅନେକ ଲୋକ ବିଭିନ୍ନ ଘରୋଇ ଉପଚାର ପ୍ରସ୍ତୁତ କରି ନିଜର ନେଚୁରାଲ ଗ୍ଲୋ ଆଣିବା ପାଇଁ ଚାହିଁଥାନ୍ତି । ଆଉ ଏହା ଆମ ପାଇଁ ବହୁତ ଫଳଦାୟକ ହୋଇଥାଏ , କାରଣ ଏଥିରେ କିଛି ବି ସାଇଟ୍ ଇଫେକ୍ଟ ନଥାଏ ଏବଂ ଏହା ସଂମ୍ପୂର୍ଣ୍ଣ ନେଚୁରାଲ ହୋଇଥାଏ ।

ତେବେ ଆପଣଙ୍କ ମଧ୍ୟରୁ କିଛି ଲୋକ ମୁହଁ କିମ୍ବା ଓଠ ଉପରେ ଛୋଟ ଚୁଟିକୁ ନେଇ ଅସନ୍ତୁଷ୍ଟ ହୋଇଥାନ୍ତି । ଆଜି ଆପଣ ମାନେ କିଛିଟା ଘରୋଇ ଉପଚାର ଜାଣିବେ ଯାହା ଦ୍ଵାରା ମୁହଁରେ ଥିବା ଚୁଟି ବାହାରିଯିବ । ତ୍ବଚା କମୋଳ ହେବା ସହିତ ଗ୍ଲୋ କରିବା । ଏହା ତ୍ଵଚା ପାଇଁ ହାନିକାରକ ନୁହଁ । ଏହି ଉପାୟ ଦ୍ଵାରା ସବୁ ଅଚିହ୍ନା ଚୁଟି ମଧ୍ୟ ଉପୁଡ଼ି ଯିବ ।

ପ୍ରସ୍ତୁତି ପ୍ରଣାଳୀ –

 

ଏଥିପାଇଁ ଆପଣଙ୍କୁ ଏକ ରୁ ଦୁଇ ଚାମଚ ବେସନ ର ଆବଶ୍ୟକତା ରହିଛି । ଏହି ବେସନରେ ଦୁଇ ବୁନ୍ଦା ନଡ଼ିଆ ତେଲ କିମ୍ବା ଅନ୍ୟ ତେଲ ମଧ୍ୟ ପକାଇପରିବେ । ପ୍ରଥମେ ତାକୁ ଭଲ ଭାବରେ ମିଶାଇବା । ତାପରେ ଧୀରେ ଧୀରେ ଗୋଲାପ ଜଳ ମିଶାଇ ମିଶାଇ ଗୋଟିଏ ଗାଢ଼ ପେଷ୍ଟ ତିଆରି କରନ୍ତୁ ।

ବ୍ୟବହାର –

ସେହି ପେଷ୍ଟକୁ ଆବଶ୍ୟକ ଜାଗାରେ ବ୍ୟବହାର କରନ୍ତୁ । 15-20 ମିନିଟ୍ ପରେ ପେଷ୍ଟଟି ଭଲ ଭାବରେ ଶୁଖିଯିବ । ଏହା ପରେ ସେଠାରେ ରଗଡି ରଗଡି ଛଡ଼ାନ୍ତୁ । ମନେ ରଖନ୍ତୁ ସେଇ ସ୍ଥାନରେ ପାଣିର ବ୍ୟବହାର କରନ୍ତୁ ନାହିଁ । ଭୁଲରେ ବି ପାଣିରେ ଧୋଇବେ ନାହିଁ ।

ସବୁ ସଫା ହୋଇଗଲା ପରେ ଗୋଟିଏ କପଡା ର ସାହାଯ୍ୟ ନେଇ ମୁହଁ ଟିକୁ ଭଲ ଭାବରେ ପରିଷ୍କାର କରିଦେବେ । ଏହା ପରେ ଆପଣ ନିଜେ ଅନୁଭବ କରିପାରିବେ ଗୋଟିଏ ବ ଚୁଟି ରହିବ ନାହିଁ। ଚୁଟି ପରିସ୍କାର ହୋଇଯିବ । ଏଇ ଭଳି ଉପଚାର କରିବା ଦ୍ଵାରା ଆପଣଙ୍କ ଚୁଟି ଆଉ ରହିନଥାଏ । ଏହା ସ୍କିନ ପାଇଁ ହାନିକାରକ ହୋଇ ନଥାଏ । 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।