Odisha News Portal

ଦେଖନ୍ତୁ LIVE ଭିଡ଼ିଓ – ବିବାହ ପରେ ଲାଇଭ ଭିଡିଓ କରି ଦର୍ଶକଙ୍କ ସାମ୍ନାକୁ ଆସିଲେ ଦିପ୍ତିରେଖା,ଆଉ କହିଲେ ଏମିତି କିଛି କଥା…

ନିକଟରେ ବିଜନେସ୍ ମ୍ୟାନ୍ ସୌମ୍ୟଙ୍କ ହାତ ଧରିଥିଲେ ଓଲିଉଡ କଣ୍ଠଶିଳ୍ପୀ ଦିପ୍ତିରେଖା । ଓଲିଉଡ ଜଗତର ପ୍ରାୟ ସମସ୍ତ ହିଟ୍ ଗୀତ ଗାଇ ସୁପରିଚିତ ହୋଇଥିବା ଦିପ୍ତୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏକ ଘରୋଇ ଚ୍ୟାନାଲରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ପପୁଲାର ସିରିଏଲ୍ ରାଜକନ୍ୟାର ଲିଡ୍ ଆର୍ଟିଷ୍ଟ ଭାବେ ସେ ଘରେ ଘରେ ଖୁବ୍ ପରିଚିତ ଥିଲେ । ପରେ ସେ ନିଜର ଅଭିନୟ କ୍ୟାରିୟରକୁ ଛାଡି ସଂଗୀତ ଦୁନିଆରେ ପାଦ ରଖିଲେ ।

ମ୍ୟୁଜିକ ସାଇଣ୍ଟିଷ୍ଟ ପ୍ରେମାନନ୍ଦଙ୍କ ଗାଇଡେନ୍ସରେ ସେ ନିଜର ସଂଗୀତ କ୍ୟାରିୟରେ ବହୁତ ସଫଳତା ମଧ୍ୟ ପାଇଛନ୍ତି ଏବଂ ଆଗକୁ ଓଲିଉଡ ଇଣ୍ଡଷ୍ଟ୍ରକୁ ତାଙ୍କର ସୁମଧୁର କଣ୍ଠରେ ଅନେକ ଗୁଡିଏ ଗୀତ ଭେଟିଦେବେ ବୋଲି କହିଛନ୍ତି ।

ତେବେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଗାୟିକା ଦିପ୍ତିରେଖା କହିଥିଲେ ଯେ, ସେ ବିବାହର କିଛି ଦିନ ପର୍ଯ୍ୟନ୍ତ ଓଡିଆ ଆଲବମ୍ କିମ୍ବା ଫିଲ୍ମରେ ଗୀତ ଗାଇବେ ନାହିଁ । କାରଣ ସେ ତାଙ୍କ ସ୍ବାମୀ ଏବଂ ଶାଶୁଘର ଲୋକଙ୍କୁ ସମୟ ଦେବେ । ଆଉ ବାହାଘରର କିଛି ଦିନ ପରେ ଦିପ୍ତିରେଖା ପାଢି ପୁଣିଥରେ ଓଡିଆ ଫିଲ୍ମ ଏବଂ ଆଲବମ୍ ପାଇଁ ଗୀତ ଗାଇବେ ।

ସେ ତାଙ୍କ ସ୍ବାମୀଙ୍କ ସହିତ ରହିବା ସହିତ ସେହି ଠାରୁ ହିଁ ସିଙ୍ଗିଂଗ କ୍ୟାରିୟର ଗଢିବେ । ମ୍ୟୁଜିକାଲ ସାଇଣ୍ଟିଷ୍ଟ ପ୍ରେମାନନ୍ଦଙ୍କ କମ୍ପୋଜିସନ ରେ ଅନେକ ଗୀତ ଗାଇ ଲୋକ ମାନଙ୍କ ହୃଦୟକୁ ଜିଣି ଥିବା ଦିପ୍ତି ରେଖା ଲୋକ ମାନଙ୍କ ହୃଦୟରେ ଜାଗା ମଧ୍ୟ କରିଥିଲେ ।

ସବୁ ଅପେକ୍ଷାର ଅନ୍ତ ଘଟିଛି ଦିପ୍ତୀରେଖା ପୁଣି ଥରେ ଗୀତ ଗାଇବା ଆରମ୍ଭ କରିଛନ୍ତି । ତେବେ ପୁରୀ ବେଳାଭୂମିକୁ ଆସିଛନ୍ତି ଦିପ୍ତି ଏବଂ ତାଙ୍କ ସହିତ ଅନ୍ୟ ଗାୟକ ଗାୟିକା ମାନେ । ସେମାନେ ଆସିଛନ୍ତି ସାରେଗାମାପା ର ଗୋଟିଏ ବହୁତ ବଡ ସେଲିବ୍ରେସନ ବା ଗ୍ରାଣ୍ଡଲଞ୍ଚିଂ କରିବା ପାଇଁ । ଆଉ ସେଠାରେ ବାଲୁକାରେ ସମସ୍ତ ମ୍ୟୁଜିକ ଇଷ୍ଟ୍ରୁମେଣ୍ଟ ସବୁ ତିଆରି କରାଯାଇଛି ।

ଦୀପ୍ତିଙ୍କ ସହିତ ଅସୀମା ପଣ୍ଡା ମଧ୍ୟ ଲାଇଭଂ ଆସିଥିଲେ । ଅସୀମାଙ୍କ କହିବା ଅନୁଯାୟୀ ସାରେଗାମାପାର ପୂରା ଟିମ୍ କୁ ଏନକୋରେଜ୍ କରିବା ପାଇଁ ସୁଧାଂସ ପ୍ରଧାନ ଏହି ସୁନ୍ଦର ସାଣ୍ଡାଣ୍ଡ୍ ତିଆରି କରିଛନ୍ତି ।

 ତେବେ ଏହି ଜାନୁଆରୀ 9 ତାରିଖରେ ରାତି 9 ଟା ରେ ଏହି ଏପିସୋଡ୍ ଆରମ୍ଭ ହେବାକୁ ଯାଉଛି । ତେଣୁ ସେମାନଙ୍କ କହିବା କଥା ଏହାକୁ ସମସ୍ତେ ବସି ଦେଖିବେ ଏବଂ ସେମାନଙ୍କୁ ପ୍ରେଣଣା ଦେବେ । ତେବେ ଏହି ଶୋ୍ ଜି ସାର୍ଥକରେ ହିଁ ପ୍ରସାରି୍ତ ହେବ । ତେବେ ଲାଇଭ୍ କରି ପୁରୀ ବେଳାଭୂମିରେ ସମସ୍ତେ ବହୁତ ମଜା କରୁ ଥିବାର ନଜରରେ ଆସିଛନ୍ତି ।

ଗୁଡଲି ରଥ , ଦିପ୍ତିରେଖା , ଅସୀମା ଏବଂ ସମସ୍ତ ଟିମ୍ ସେଠାରେ ରହି ଏହି ଗ୍ରାଣ୍ଡ ସେଲିବ୍ରେସନ ଲଞ୍ଚ କରିବାରେ ଲାଗିପଡିଛନ୍ତି । ତେଣୁ ଆପଣ ମାନେ 9ତାରିଖ ରାତି 9ଟାରେ ଜିସାର୍ଥକରେ ଏହାକୁ ଦେଖିବା ପାଇଁ ଆଦୌ ଭୂଲନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।