ଯୁବତୀ ଦେଲେ କଡା ମନ୍ତବ୍ୟ ! ଆଜିକାଲି ଝିଅମାନେ ଭାବୁଛନ୍ତି ପୁଅମାନେତ ଦୁଷ୍କର୍ମ କରୁଛନ୍ତି ..ଆମେ ବି ଦୁଷ୍କର୍ମ କରିବା,ଏନେଇ ଲିଜା କଣ କହୁଛନ୍ତି ଶୁଣନ୍ତୁ ତାଙ୍କ ମୁହଁରୁ …

ପଞ୍ଜାବ ଜଳନ୍ଧରରୁ ଆସିଛି ଏପରି ଏକ ଅଜବ ଘଟଣା ଯାହା ସମସ୍ତଙ୍କୁ ଚକିତ କରିଛି। ଆପଣ ପ୍ରତିଦିନ ଖବରକାଗଜ, ଟିଭି, ସୋସିଆଲ ମିଡିଆ ଆଦିରେ ଶୁଣିବାକୁ ପାଉଥିବେ କେଉଁଠି କି ନାବାଳିକାକୁ ଦୁଷ୍କର୍ମ କଲାଣି ତ ଆଉ କେଉଁଠି କିଏ ମହିଳା ଗଣ ଦୁଷ୍କର୍ମର ଶୀକାର ହେଉଛନ୍ତି। କିନ୍ତୁ ଏବେ ପଞ୍ଜାବରୁ ଯେଉଁ ଘଟଣା ସାମ୍ନାକୁ ଆସିଛି ସେଠି କୌଣସି ନାବାଳିକା କି ମହିଳା ନୁହଁନ୍ତି ବରଂ ଗୋଟିଏ ପୁରୁଷକୁ ଚାରି ଜଣ ଯୁବତୀ ଗଣଦୁଷ୍କର୍ମ କରିଛନ୍ତି। ଯାହାକୁ ନେଇ କେବଳ ପଞ୍ଜାବ ନୁହେଁ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ତେବେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଭଏସ ଆର୍ଟିଷ୍ଟ ଲିଜା। ସେ ଏପରି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଯେଉଁଠି ଝିଅ ମାନେ ଏଭଳି କରି ପାରୁଛନ୍ତି ତାଠୁ ଲଜ୍ୟା ଜନକ କଥା ଆଉ କିଛି ନୁହେଁ। ତେବେ ଏଭଳି ଘଟଣା ପ୍ରଥମ ଥର ପାଇଁ ନୁହେଁ ଆଗରୁ ମଧ୍ୟ ଆଫ୍ରିକାରେ ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଯେଉଁଠି ୨୯ ତିନିଜଣ ଯୁବତୀ ଜଣେ ୨୭ ବର୍ଷୀୟ ପୁରୁଷକୁ ଗଣ ଦୁଷ୍କର୍ମ କରିଥିଲେ।


ତେବେ ଆଇପିସି ଧାରା ସେକ୍ସନ ୩୭୫କୁ ଦେଖିବା ତେବେ ଗୋଟିଏ ପୁରୁଷକୁ ହିଁ ରେପ୍ ର ଦୋଷୀ ବୋଲି କୁହା ଯାଇ ପାରିବ। ନା ଗୋଟିଏ ସ୍ତ୍ରୀ ସ୍ତ୍ରୀକୁ ରେପ୍ କରି ପାରିବ ନା ଗୋଟିଏ ମହିଳା ଜଣେ ପୁରୁଷକୁ ରେପ୍ କରି ପାରିବ। ତେବେ ଯଦି ଜଣେ ମହିଳା ରେପ୍ ହେବା ପରେ ତା ପାଇଁ ନ୍ୟାୟ ବ୍ୟବସ୍ଥା କରା ଯାଉଛି ସେଠି ଗୋଟିଏ ପୁରୁଷ ପାଇଁ ବି କିଛି ନ୍ୟାୟ ବ୍ୟବସ୍ଥା କରାଯିବା ଉଚିତ୍। କାରଣ ମହିଳା ପରି ପୁରୁଷ ମାନେ ମଧ୍ୟ ରେପ୍ ର ଶିକାର ହେଉଛନ୍ତି।ତେବେ ଯେଉଁ ଚାରି ଜଣ ଯୁବତୀ ମଦ ଆଉ ଡ୍ରଗସ୍ ନିଶାରେ ଜଣେ ପୁରୁଷକୁ ଦୁଷ୍କର୍ମ କରି ପାରୁଛନ୍ତି ସେମାନଙ୍କୁ ଉଚିତ୍ ଶାସ୍ତି ଦେବା ଆବଶ୍ୟକ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଯୁବକ ଜଣଙ୍କ ନିଜ କାମ ସାରି ଘରକୁ ଫେରୁବା ସମୟରେ କପୁରତାଲା ରୋଡ୍‌ ନିକଟରେ ଏକରେ ଚାରି ଜଣ ଯୁବତୀ ଆସି ତାଙ୍କ ସାମ୍ନାରେ ଅଟକି ଥିଲା।ସେମାନଙ୍କ ବୟସ ୨୦ରୁ ୨୫ ବର୍ଷ ଭିତରେ ରହିଥିଲା ଯୁବତୀମାନେ ଏକ କାଗଜରେ ଲେଖାଥିବା ଠିକଣା ସଂପର୍କରେ ଯୁବକଙ୍କୁ ପଚାରିଥିଲେ ଆଉ ଯୁବକ ଜଣଙ୍କ କାଗଜକୁ ଦେଖିବା ସମୟରେ ସେମାନେ ଆଖିରେ କିଛି ରସାୟନିକ ସ୍ପ୍ରେ କରି ଦେଇଥିଲେ। ଆଉ ଏହାପରେ ଯୁବକଙ୍କୁ ଏକ ନିଛାଟିଆ ସ୍ଥାନଙ୍କୁ ଓଠାଇ ନେଇଥିଲେ। ଏହାପରେ ଯୁବତୀ ମାନେ ନିଜେ ମଦ ଓ ଡ୍ରଗସ୍ ନେବା ସହିତ ଯୁବକଙ୍କୁ ବି ଜୋର୍ କରି ଡ୍ରଗସ୍ ଓ ମଦ ପିଆଇ ଥିଲେ ଆଉ ଏହାପରେ ଚାରି ଜଣ ଯୁବତୀ ମିଶି ତାଙ୍କୁ ଦୁଷ୍କର୍ମ କରିଥିଲେ। 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment