Odisha News Portal

Life style – ଯଦି ଆପଣଙ୍କ ପାଦ ର ଆକୃତି ଏହି ପ୍ରକାରର ତାହେଲେ ଆପଣ କେତେ “ଭାଗ୍ୟଶାଳୀ” ଜାଣିରଖନ୍ତୁ

0 116

ମନୁଷ୍ୟ ହେଉଛି ପୃଥିବୀର ସର୍ବଶ୍ରଷ୍ଟ ପ୍ରାଣୀ , ସମସ୍ତ ପ୍ରାଣୀ ମାନଙ୍କ ଠାରୁ ମନୁଷ୍ୟ ଭିନ୍ନ ହୋଇଥାଏ । କାହିଁକିନା ମନୁଷ୍ୟ ପାଖରେ ଚିନ୍ତା କରିବାର ଶକ୍ତି , ବିଚାର କରିବାର ଶକ୍ତି , କୌଣସି ସମସ୍ୟାକୁ ସମାଦାନ କରିବାର ଶକ୍ତି ସମସ୍ତ ଗୁଣ ଭରପୁର ହୋଇ ରହିଥାଏ ଯେଉଁଥିପାଇଁ ମନୁଷ୍ୟକୁ ଦୁନିଆର ସର୍ବଶ୍ରେଷ୍ଟ ପ୍ରାଣୀ ବୋଲି କୁହାଯାଏ । ତେବେ ମନୁଷ୍ୟ ସର୍ବଶ୍ରେଷ୍ଟ ହେଲେ ମଧ୍ୟ ସମସ୍ତ ମନୁଷ୍ୟ ଏକା ପରି ନୁହନ୍ତି , ସମସ୍ତଙ୍କର ଚାଲି , ଚଳଣ , ହାଭଭାବ ସମାନ ହୋଇନଥାଏ ଏପରିକି ସେମାନେ ଦେଖିବାକୁ ମଧ୍ୟ ଅଲଗା ପ୍ରକାର ହୋଇଥାନ୍ତି । ସେମାନେଙ୍କର ଅଂଗର ଗଢନ ମଧ୍ୟ ଅଲଗା ହୋଇଥାଏ ।

ତେବେ ଅନେକ ସମୟରେ ଆମେ ମାନେ କୌଣସି ମନୁଷ୍ୟର ସ୍ୱଭାବ , ଚରିତ୍ର ଜାଣିବା ପାଇଁ ତାର ଗଠନରୁ ମଧ୍ୟ ଅନେକ କିଛି କଥା ଜାଣିପାରିଥାଉ କି ଏହି ବ୍ୟକ୍ତିରଟି ସ୍ୱଭାବରେ ଭଲ କି ମନ୍ଦ ।

ମଣିଷ ଏକ ଏମିତି ପ୍ରାଣୀ ଯାହାର ପ୍ରତ୍ୟେକ ଅଙ୍ଗ ତାର ନିର୍ଦ୍ଦିଷ୍ଟ ସ୍ଵଭାଵ ଓ ଗୁଣ କୁ ପ୍ରକାଶ କରିଥାଏ।ତେବେ ଆମ ପୁରାଣ ଶାସ୍ତ୍ର ର ଏକ ପନା ରେ ମଣିଷ ମାନଙ୍କ ବିଷୟରେ ଏକ ବିଚକ୍ଷଣ ତଥ୍ୟ ଲିଖିତ ରହିଛି । ତେବେ ସେହି ଗାଥା ରେ କୁହାଯାଇଛି ଯେ ଜଣେ ବ୍ୟକ୍ତିଙ୍କ ର ପାଦ ର ଆକାର ଓ ତାର ଗଠନ ଦେଖି ଆମେ ତାର ସ୍ଵଭାବ ବିଷୟ ରେ କିପରି ଜାଣିପାରିବା । ତେବେ ଆସନ୍ତୁ ଜାଣିବା ସେହି ବ୍ୟକ୍ତି ମାନଙ୍କ ବିଷୟରେ ।

1–ଯେଉଁ ବ୍ୟକ୍ତି ମାନ ଙ୍କର ପାଦ ର ଦ୍ୱିତୀୟ ଆଙ୍ଗୁଳି ତାଙ୍କ ବୁଢ଼ା ଆଙ୍ଗୁଳି ଠାରୁ ବଡ଼ ହୋଇଥାଏ ସେହି ବ୍ୟକ୍ତି ମାନେ ସାମାନ୍ୟ ହୋଇଥାନ୍ତି । ଅନ୍ୟ ଉପରେ ନିର୍ଭରଶୀଳ ହେବା ଏମାନଙ୍କୁ ପସନ୍ଦ ହୋଇନଥାଏ , କାହା ଉପରେ ଏମାନେ ବିସ୍ୱାସ , ଭରସା କରନ୍ତି ନାହିଁ ।

2–ଯେଉଁ ବ୍ୟକ୍ତି ମାନଙ୍କ ର ପାଦ ର ଦ୍ୱିତୀୟ ଆଙ୍ଗୁଠି ତାଙ୍କର ବୁଢା ଆଙ୍ଗୁଠି ସହ ସମାନ ହୋଇଥାଏ ସେହି ବ୍ୟକ୍ତି ମାନେ ଏକ ଭଲ ଜୀବନସାଥୀ ହୋଇଥାନ୍ତି । ପରିବାରର ସମସ୍ତ ଦାୟିତ୍ୱ ବହନ କରିଥାନ୍ତି ଏବଂ ପରିବାରକୁ ହସଖୁସିରେ ରଖିଥାନ୍ତି ।

3–ଏମାନେ ଧାର୍ମିକ ପ୍ରବୃତ୍ତି ର ହୋଇଥାନ୍ତି , ସର୍ବଦା ନୂତନ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି । ସମସ୍ତ କାର୍ଯ୍ୟ କୁ ଅନ୍ୟ ଲୋକଙ୍କ ଠାରୁ ଭିନ୍ନ ଉପାୟରେ କରିବାକୁ ଏମାନଙ୍କୁ ଭଲ ଲାଗିଥାଏ । ନିଜର ସମୟ ରୁ କିଛି ସମୟ ପୂଜା ପାଠ ଓ ଠାକୁର ଙ୍କୁ ସମର୍ପଣ କରିବାକୁ ଏମାନଙ୍କୁ ଭଲ ଲାଗିଥାଏ ।

4–ଏହି ବ୍ୟକ୍ତି ମାନେ ନିଜ ଜୀବନରେ ସଫଳତା ନିଶ୍ଚିତ ପାଇଥାନ୍ତି ମାତ୍ର ସେହି ସପଳତା ପାଇବା ପାଇଁ ସେମାନଙ୍କୁ ବହୁତ କଷ୍ଟ କରିବାକୁ ପଡିଥାଏ । ନିଜର ପ୍ରିୟଜନ ଙ୍କୁ ଖୁସିରେ ରଖିବା ପାଇଁ ଏମାନେ କିଛି ବି କରିବାକୁ ପଛ ଘୁଞ୍ଚା ଦିଅନ୍ତି ନାହିଁ ଏପରି କି ପରିବାର ର ଖୁସି ପାଇଁ ନିଜକୁ କଷ୍ଟ ମଧ୍ୟ ଦେଇଥାନ୍ତି ।

5–ଏହି ଲୋକମାନେ ବହୁତ କାଳ୍ପନିକ ଚିନ୍ତାଧାରାରେ ହୋଇଥାନ୍ତି , ଏମାନେ ବାସ୍ତବତା ଭିତରେ ବୁଡି ରହନ୍ତି ନାହିଁ । ନିଜକୁ ସବୁବେଳେ ଏକ କଳ୍ପନା ରେ ରଖିବାକୁ ପସନ୍ଦ କରନ୍ତି। ଏମାନେ ଭାବନ୍ତି ଯେ ଯଦି କଳ୍ପନା ତାଙ୍କୁ ଖୁସି ଦେଉଛି ତ ବାସ୍ତବତାର କିଛି ମୁଲ୍ୟ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।