Odisha News Portal

ଆପଣ LIC ପଲିସି କରିଛନ୍ତି କି ? ଯଦି ହଁ ତାହେଲେ ଆପଣଙ୍କ ପାଖକୁ ବି ଆସିପାରେ ଏମିତି କଲ୍ ! ସାବଧାନ୍ ନଚେତ୍ ବୁଡିପାରେ ପଲିସି ଟଙ୍କା…..

0 172

ଆପଣ LIC ପଲିସି କରିଛନ୍ତି କି ? ଯଦି ହଁ ତାହେଲେ ଆପଣଙ୍କ ପାଖକୁ ବି ଆସିପାରେ ଏମିତି କଲ୍ । ଯାହାକୁ ନେଇ ଆପଣ ଟିକେ ଅସାବଧାନତା ହେଲେ ବୁଡି ଯାଇପାରେ ସମସ୍ତ ଟଙ୍କା । ଆଉ ଆପଣ ଏମିତି ଅସୁବିଧା ଭୋଗିବେ ଯାହାକୁ କଥାରେ କହିବା ସମ୍ଭବ ନୁହେଁ । ଆମେ କହୁଛୁ LIC ନାଁ ରେ ଆସୁ ଥିବା ବିଭିନ୍ନ ଫୋନ୍ କଲ୍ ବିଷୟରେ । ବିଭିନ୍ନ ସମୟରେ ଲାଇଫ୍ ଇନସୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆ ବା LIC ନାଁ ରେ ଫୋନ୍ କଲ୍ ଆସୁଛି । ଯେଉଁ ଥିରେ ପଲିସି ବାବଦରେ ସଂମ୍ପୂର୍ଣ୍ଣ ତଥ୍ୟ ମଗା ଯାଉଛି । ଠକ ମାନେ କଥାରେ ଲୋକ ମାନଙ୍କୁ ଫସାଇ ପଲିସି ର ସମସ୍ତ ଟଙ୍କା ହଡପ କରି ନେଉଛନ୍ତି ।

ଦେଶର ବିଭିନ୍ନ ଜିଲ୍ଲା ରୁ ଏମିତି ଅଭିଯୋଗ ଆସିବା ପରେ LIC ତାର ଗ୍ରାହକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ଆଉ ପରାମର୍ଶ ଦେଇଛି ଯଦି ଆପଣଙ୍କ ପାଖକୁ ଏମିତି ଫୋନ୍ କଲ୍ ଆସୁଛି ତାହେଲେ କୌଣସି ତଥ୍ୟ ପ୍ରଘଟ କରନ୍ତୁ ନାହିଁ ।

ତେବେ ଗତ କିଛି ଦିନ ହେଲା ସାରା ଦେଶରେ ବଢି ଚାଲିଛି ଅନଲାଇନ୍ ଠକେଇ । ଏହା ସହ ବିଭିନ୍ନ ବ୍ୟାଙ୍କ ଏବଂ ପ୍ରତିଷ୍ଠିତ ଅର୍ଥ ଲଗାଣକାରୀ କଂମ୍ପାନୀର ନାଁ ନେଇ ଠକେଇ ଉଦ୍ୟମ କରୁଛନ୍ତି । ଏମିତିକି ଦେଶର ବିଶ୍ବସ୍ଥ ବୀମା କଂମ୍ପାନୀ LIC ନାଁ ରେ ଠକିବାକୁ ଉଦ୍ୟମ ହୋଇଛି । ଅଧିକାଁଶ ଅଭିଯୋଗ ଆସିବା ପରେ ଗ୍ରାହକଙ୍କୁ ସତର୍କ କରି ଟ୍ବିଟ କରିଛି LIC ।

ଜାଣନ୍ତୁ ଟ୍ବିଟରରେ LIC କଣ ସୂଚନା ଦେଇଛି –

ଯଦି ଆପଣ ଆପଣଙ୍କ ପଲିସି ବିଷୟରେ କୌଣସି ସୂଚନା ଚାହୁଁଛନ୍ତି ତେବେ ଆପଣ କେବଳ ଅଫିସିଆଲ୍ ୱ୍ବେବସାଇଟ୍ www.licindia.in କୁ ଭିଜିଟ୍ କରିବା ଉଚିତ୍ । କୌଣସି ନମ୍ବରକୁ କଲ୍ କରି ପଲିସି ବିଷୟରେ ସୂଚନା ନିଅନ୍ତୁ ନାହିଁ ।

ଯଦି LIC ନାଁ ରେ କୌଣସି କଲ୍ ଆସେ ତେବେ ଆପଣ ନିକଟସ୍ଥ ଥାନାରେ ଅଭିଯୋଗ ଦାଖଲ କରିପାରିବେ । ଏହାବ୍ୟତୀତ ଆପଣ ଏହି ଲିଙ୍କ spuriouscalls@.licindia.com କୁ ପଠାଇ ରିପୋର୍ଟ କରିପାରିବେ । ଆହୁରୀ ମଧ୍ୟ କୁହାଯାଇଛି କୌଣସି କଲ୍ ଉପରେ ଅଧିକ କଥାବାର୍ତ୍ତା କରନ୍ତୁ ନାହିଁ ଆଉ ଗପସପ ବେଳେ କୌଣସି ବିବରଣୀ କାହା ଶେୟାର କରନ୍ତୁ ନାହିଁ ।

ପଲିସି ସରେଣ୍ଡର ବିଷୟରେ କାହାକୁ ଜଣାନ୍ତୁ ନାହିଁ । ଯଦି କେହି ଆପଣଙ୍କୁ ଅଧିକ ଲାଭ ଦେବା ବିଷୟରେ କଥାବାର୍ତ୍ତା କରନ୍ତି ତେବେ ତାଙ୍କୁ କୌଣସି ସୂଚନା ଦିଅନ୍ତୁ ନାହିଁ ।

LICର ଟ୍ବିଟ ଆଲର୍ଟରେ ଆହୁରି ମଧ୍ୟ କୁହାଯାଇଛି କୌଣସି ଗ୍ରାହକଙ୍କୁ ପଲିସିକୁ ସରେଣ୍ଡର କରିବାକୁ LIC ପରାମର୍ଶ ଦେଇନଥାଏ । ଅଜଣା ନମ୍ବରରୁ ଫୋନ୍ କଲ୍ ଆସିଥିଲେ ଅଧିକ କଥାବାର୍ତ୍ତା ନେହେବାକୁ ଗ୍ରାହକଙ୍କୁ ନିବେଦନ କରାଯାଇଛି ।

ଯଦି ଅଧିକ ସୂଚନା ପାଇବାକୁ ଚାହାଁନ୍ତି ତେବେ LIC ଅଫିସିଆଲ ୱେବସାଇଟରେ ପଞ୍ଜିକୃତ ହୋଇ ସମସ୍ତ ସୂଚନା ସୁବିଧାରେ ପାଆନ୍ତୁ । ଠକ ମାନଙ୍କର ଫୋନ୍ କଲ୍ ରୁ ସମସ୍ତ ଗ୍ରାହକ ସାବଧାନ ହେବା ଉଚିତ । ସେମାନେ ପଲିସି ବିଷୟରେ ମିଥ୍ୟା ସୂଚନା ଦେଇ ଠକେଇ କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।