ରାସ୍ତାର ଶୁଭୁଛି ମଲା ପୁଅର କାନ୍ଦ। ଚିତ୍କାର କରି କାନ୍ଦୁଛି ଭେଣ୍ଡିଆ ପୁଅ। ନଅ ଦିନ ତଳେ ବିଧବା ମା କୁ ଛାଡି ସବୁ ଦିନ ପାଇଁ ଆର ପାରିକୁ ଚାଲି ଯାଇଥିଲା ମା ଆଉ ଆଜି ଶୁଭୁଚି ପୁଅର ତଣ୍ଟି ଫଟା ଚିତ୍କାର। ବସ୍ ଚକା
ତଳେ ଚାପି ହୋଇ ସବୁ ଦିନ ପାଇଁ ଆଖି ବୁଜିଲା ଭେଣ୍ଡିଆ ପୁଅ ଆଉ ଏପଟେ ବିଧବ ମାର ଆଖିରେ ଶୁଖୁନି ଲୁହ ଆଉ ଆଜି ପୁଅର ନପତ୍ର କିନ୍ତୁ ଏବେ ବି ବିଧବା ମା ଆଖିରେ ସୁଖୁନି ଲୁହ। ଭୁଲି ପାରୁ ନାହିଁ ସେ ତାର ଗୋଟିଏ ବୋଲି ଭେଣ୍ଡିଆ ପୁଅକୁ।
ଭୁଲିବ ବା କେମିତି ପାଞ୍ଚ ବର୍ଷ ତଳେ ସ୍ବାମୀ ସବୁଦିନ ପାଇଁ ପର କରି ଚାଲି ଯାଇଥିଲେ ଆର ପାରିକୁ ଆଉ ଆଜି ଭେଣ୍ଡିଆ ପୁଅ ସବୁଦିନ ପାଇଁ ମାକୁ ଏକା କରି ଆର ପାରିକୁ ଚାଲି ଯାଇଛି। ଆଉ ନିଜ ପୁଅର ମୃତ୍ୟୁକୁ ଭୁଲି ପାରୁ ନାହିଁ ବିଧବା ମା। ପାଞ୍ଚ ବର୍ଷ ତଳେ ସ୍ବାମୀ କୁ ହରେଇ ପୁଅର ମୁଁହକୁ ଚାହିଁ ଦିନ କାଟୁଥିଲା ଏହି ବିଧବା ମା କିନ୍ତୁ ନିଷ୍ଠୁର ବିଧାତା ପୁଅକୁ ବି ତା ପାଖକୁ ନେଇଗଲା। ଆଉ ଏବେ ମାର ଦୁନିଆ ପୁରା ପୁରି ଅନ୍ଧାର ହୋଇ ଯାଇଛି।
ଘରେ କୁଣିଆ ମୈତ୍ର ଭରି ହୋଇ ରହିଛନ୍ତି ଦଶାହ କାର୍ଯ୍ୟ ଲାଗି। କିନ୍ତୁ ଏପଟେ ୯ ଦିନ ହେଲାଣି ମାର ଆଖି ଖୁଲୁନି। ମା ସେମିତି ବେଡ୍ ରେ ପଡି ରହିଛି। ଆଉ ଏପଟେ ଲୋକେ କହୁଛନ୍ତି ରାତି ହେଲେ କୁଆଡେ଼ ମୃତ ଯୁବକଙ୍କ କାନ୍ଦଣା ଶୁଭୁଛି। ଯେଉଁ ରାସ୍ତାରେ ତାର ବସ୍ ଦୁର୍ଘଟଣା ହୋଇଥିଲା ସେଇଠୁ ଶୁଭୁଚି ଚିତ୍କାର ଯୁବକଙ୍କ ଅତୃପ୍ତ ଆତ୍ମା ରାତି ହେଲେ ଗଳା ଫଟାଇ ଚିତ୍କାର କରି କାନ୍ଦୁଛି। ଆଉ କାନ୍ଦି କାନ୍ଦି ନିଜ ମା କୁ ଖୋଜୁଛି।
ତେବେ ଗତ ୨୪ ତାରିଖରେ ବ୍ରିଜେସ୍ ଜଳଖିଆ ଦୋକାନରୁ ଜଳଖିଆ ନେଇ ନିଜ ବାଇକ୍ ରେ ଘରକୁ ଫେରିବା ସମୟରେ ପଛରୁ ଏକ ବସ୍ ଧକ୍କା ଦେଇଥିଲା। ଆଉ ଘଟଣା ସ୍ଥଳରେ ବ୍ରିଜେସ୍ ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲେ ଆଉ ଆଜି ହେଉଛି ତାଙ୍କର ନଅ କର୍ମ। ଦଶାହ ପାଇଁ ପ୍ରସ୍ତୁତ ହେଉଛନ୍ତି ଘର ଲୋକେ। କାନ୍ଦ ବୋବାଳିରେ ଫାଟି ପଡୁଛି ଘର। ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି। କିନ୍ତୁ କଣ କେମିତି କରି ଭେଣ୍ଡିଆ ପୁଅର ଦଶାହ କର୍ମଟା ସାରିବାକୁ ପଡ଼ିବ କାନ୍ଦିଲେ କଣ ହେବ ସମସ୍ତେ ସିନା ଏମିତି ଭାବି ମନକୁ ବୁଝାଇ ଦେଉଛନ୍ତି କିନ୍ତୁ ମାର ମନକୁ କିଏ ବା ବୁଝାଇ ପାରିବ। ବସ୍ ଚାଳକର ଟିକିଏ ଅସାବଧାନତା ପାଇଁ ଆଜି ଗୋଟିଏ ମା ପାଖରୁ ତା ଭେଣ୍ଡିଆ ପୁଅ ସବୁଦିନ ପାଇଁ ଦୂରେଇ ଗଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।