Odisha News Portal

Femily Tips – ଲେମ୍ବୁକୁ କାଟି ଚୁପଚାପ ଫିଙ୍ଗି ଦିଅନ୍ତୁ ଏହି ସ୍ଥାନରେ ତା’ପରେ ଦେଖନ୍ତୁ ଚମତ୍କାର ଦାରିଦ୍ର୍ୟତା ଓ ଘରେ ଅଶାନ୍ତି ପ୍ରବେଶ ହେବ ନାହିଁ

ସମାଜରେ ପ୍ରତ୍ୟେକ ବ୍ୟକ୍ତି ଅନେକ ଗୁଡିଏ ଟଙ୍କା ଓ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ପାଇଁ ଚେଷ୍ଟା କରିଥାନ୍ତି । କିନ୍ତୁ ଅନେକ ସମୟରେ ଭାଗ୍ୟ ସେମାନଙ୍କୁ ସାଦ୍ ଦେଇ ନଥାଏ । ସେମାନେ ଯେତେ କଷ୍ଟ କରି ଅର୍ଥ ଉପାର୍ଜନ କଲେ ମଧ୍ୟ ତାଙ୍କ ପରିବାର ପାଇଁ ଅନିଅଣ୍ଟିଆ ହୋଇଥାଏ । ଯେଉଁଥିପାଇଁ ସେମାନଙ୍କ ପରିବାରେ ଅଶାନ୍ତି ଲାଗି ରହିବା ସହିତ ଅର୍ଥ ଅଭାବ ମଧ୍ୟ ଦେଖାଦେଇଖାଏ । ପ୍ରତ୍ୟେକ ବ୍ୟକ୍ତି ଚାହିଥାନ୍ତି କି ତାଙ୍କୁ ପ୍ରତ୍ୟେକ ଜିନିଷ ସହଜରେ ମିଳିଯାଉ , କିନ୍ତୁ ସେମିତି ହୋଇନଥାଏ ।

ତେବେ ଆପଣ ମାନେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଛନ୍ତି ଅର୍ଥାତ୍ ଯଦି ଆପଣ ଧନ ପ୍ରାପ୍ତି କରିବା ପାଇଁ ଚାହାନ୍ତି , ଚାକିରୀ ଏବଂ ସବୁ କ୍ଷେତ୍ରରେ ସଫଳତା ପାଇବା ପାଇଁ ଚାହାନ୍ତି ତେବେ ଏହି ଉପାୟକୁ ନିଶ୍ଚୟ ଥରେ କରନ୍ତୁ । ଆପଣ ଦେଖିବେ ଏହି ଉପାୟ କରିବାର ଦୁଇ ଦିନ ମଧ୍ୟରେ ସବୁ କାର୍ଯ୍ୟ ସଫଳ ହେବାରେ ଲାଗିବ । ଏଥିପାଇଁ ଆପଣଙ୍କୁ ଗୋଟିଏ ଲେମ୍ୱୁର ଆବଶ୍ୟକତା ରହିଛି , ଏହି ଲେମ୍ୱୁ ସାହାର୍ଯ୍ୟରେ ଆପଣ ସମସ୍ତ ସମସ୍ୟାରୁ ମୁକ୍ତି ପାଇଁ ପାରିବେ ଏବଂ ସୁଖମୟ ଜୀବନ ଯାପନ କରି ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ଆପଣ ଏହି ଉପାୟ ଟିକୁ କେବଳ ଶନିବାର , ରବିବାର ଏବଂ ମଙ୍ଗଳବାର ଦିନ କରିପାରିବେ । ତେବେ ଆପଣ ଏହି ତିନି ବାର ମଧ୍ୟରୁ ଗୋଟିଏ ଦିନ ଏକ ଲେମ୍ୱୁ ଆଣନ୍ତୁ ଏବଂ ତାହାକୁ ରାତିରେ ଶୋଇବା ସମୟରେ ନିଜ ମୁଣ୍ଡତଳେ ଦିଆଯାଇଥିବା ତକିଆ ତଳେ ରଖି ଶୋଇ ଯାଆନ୍ତୁ । ତା ପର ଦିନ ଭୋରରୁ ଉଠି ଆପଣ ନିଜ ମୁଣ୍ଡ ତଳେ ରଖିଥିବା ଲେମ୍ୱୁକୁ ବାହାର କରନ୍ତୁ ଏବଂ ସେହି ଘର ମଧ୍ୟରେ ଲେମ୍ୱୁ କୁ ଏକ ଛୁରୀ ସାହାର୍ଯ୍ୟରେ ସମାନ ଦୁଇ ପାଳ କରି ଦିଅନ୍ତୁ ।

ବର୍ତ୍ତମାନ ଦୁଇ ହାତରେ ଦୁଇ ଫାଳ ଲେମ୍ୱୁକୁ ଧରନ୍ତୁ ଏବଂ ଘରର ମୁଖ୍ୟ ଦ୍ୱାରରୁ ଆଗକୁ ଚାଲନ୍ତୁ । କିନ୍ତୁ ଧ୍ୟାନ ରଖନ୍ତୁ କି ଏହି ଉପାୟ କରିବା ସମୟରେ ଆପଣଙ୍କୁ କେହି ଦେଖିବେ ନାହିଁ କିମ୍ୱା ଆପଣ କାହା ସହ କଥା ହେବେ ନାହିଁ । ତେବେ ଆପଣ ସିଧା ଦୁଇ ଫାଳ ଲେମ୍ୱୁକୁ ଧରି ଆଗକୁ ଚାଲନ୍ତୁ , କିଛି ସମୟ ଚାଲିବା ପରେ ବାମ ହାତରେ ଧରିଥିବା ଲେମ୍ୱୁକୁ ଡାହାଣ ପାଶ୍ୱକୁ ଏବଂ ଡାହାଣ ହାତରେ ଧରିଥିବା ଲେମ୍ୱୁକୁ ବାମ ପାଶ୍ୱକୁ ଫିଙ୍ଗି ଦିଅନ୍ତୁ । ଏବଂ ଫଛକୁ ନବୁଲି ସିଧା ଘର ଭିତରକୁ ଆସିଯାଆନ୍ତୁ ।

ଯଦି ଆପଣଙ୍କ ଘର ର ମୁଖ୍ୟ ଦ୍ୱାର ପୂର୍ବ ଦିଗ ଆଡକୁ ହୋଇଥାଏ ତାହେଲେ ଏହା ଆହୁରି ଫଳପ୍ରଦ ଅଟେ । ତେବେ ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ସମସ୍ତ ଆର୍ଥିକ ସଙ୍କଟ ଓ ପରିବାରର ଥିବା ସମସ୍ତ ସମସ୍ୟା ର ଅନ୍ତ ଘଟିବ । ଘରେ ଖୁସୀ ଓ ଧନର ଆଗମନ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।