Odisha News Portal

ଆସଲା ସର୍ଭେ ରିପୋର୍ଟ , ଲାଞ୍ଚ କାରବାରରେ ଭାରତ ଏକ ନମ୍ବର ରେ ଅଛି ! ଜାଣନ୍ତୁ ଭାରତର କେଉଁ ରାଜ୍ୟରେ କେତେ ଲାଞ୍ଚ କାରବାର ହୋଇଥାଏ !

ବଢି ବଢି ଚାଲିଛି ଦୁର୍ନୀତି । ସରକାରଙ୍କର ନିରନ୍ତନ ପ୍ରୟାସ ସତ୍ବେ ଦେଶରେ ଦୁର୍ନୀତି କମିବା ବଦଳରେ ବଢୁଛି । ଏହି ଚେର କେତେ ଗଭିର ତାହା କହୁଛି ଏହି ରିପୋର୍ଟ । ତେବେ ଦେଶରେ ଗତ 12 ବର୍ଷ ଭିତରେ ଦୁର୍ନିତୀ ହୁ ହୁ ହୋଇ ବଢିଛି । ଆଉ ଦେଶର 47 ପ୍ରତିଶତ ଲୋକ ଏହା କହୁଥିବା ଏକ ସର୍ଭେ ରିପୋର୍ଟ ଦର୍ଶାଇଛି । ଏହା ସହ ବାକି 63 ପ୍ରତିଶତ ଲୋକ ଙ୍କ ମତ ସରକାର ଦୁର୍ନିତୀ ରୋକିବାକୁ ଅନେକ ଚେଷ୍ଟା କରୁଛନ୍ତି କିନ୍ତୁ ଏହା ସତ୍ବେ ମଧ୍ୟ. ଭାରତରେ ଲାଞ୍ଚ କାରବାର ର ହାର 39 ପ୍ରତିଶତ ବୋଲି ସର୍ଭେରେ କୁହା ଯାଇଛି । ଯାହା ଏସିଆରେ ସର୍ବାଧିକ । ତେବେ ସବୁଠାରୁ ବଡ କଥା ହେଉଛି ପୋଲିସ ସେବା ପାଇବା ପାଇଁ 42 ପ୍ରତିଶତ ଲୋକ ଲାଞ୍ଚ ଦେଇଥାନ୍ତି ।

ଏମିତିକି ପରିଚୟ ପତ୍ରରୁ ଆରମ୍ଭ କରି ସରକାରୀ ଦସ୍ତାବିଜ ପାଇଁ 41 ପ୍ରତିଶତ ଲାଞ୍ଚ ଦେଇଥାନ୍ତି । ଏ ସବୁ ବାଦ ଦେଶର 46 ପ୍ରତିଶତ ସାଧାରଣ ଲୋକ କୌଣସି କାମ ପାଇଁ ବ୍ୟକ୍ତିଗତ ସଂପର୍କକୁ ବ୍ୟବହାର କରିଥାନ୍ତି ବୋଲି ରିପୋର୍ଟ ଦର୍ଶାଇଛି । ଗତ 1 ବର୍ଷରେ ଦୁର୍ନିତୀ ବଢିଥିବା 47 ପ୍ରତିଶତ ଲୋକ ଅନୁଭବ କରିଛନ୍ତି ।

ସର୍ଭେରେ ଆହୁରି ମଧ୍ୟ କୁହାଯାଇଛି, ଆମ ଭାରତରେ ଲାଞ୍ଚ ଦେଉଥିବା ଲୋକଙ୍କର ସଂଖ୍ୟା ପ୍ରାୟ 50 ପ୍ରତିଶତ । 32 ପ୍ରତିଶତ ଲୋକ କହିଛନ୍ତି ଯେ ଏଠାରେ ବ୍ୟକ୍ତିଗତ ସଂପର୍କକୁ ବ୍ୟବହାର ନକରିଲେ କାମ ହୁଏ ନାହିଁ । ଭାରତ ପରେ କମ୍ପୋଡିଆରେ ଲାଞ୍ଚ କାରବାର ହାର 37 ପ୍ରତିଶତ ରହିଛି । ଇଣ୍ଡୋନେସିଆରେ ଏହି ହାର 30 ପ୍ରତିଶତ ଥିବା ବେଳେ ମାଳଦ୍ବୀପ ଏବଂ ଜାପାନ ରେ ଏହା ସବୁଠାରୁ କମ୍ ରହିଛି । ଏଠାରେ ଲାଞ୍ଚ କାରବାର ହାର ମାତ୍ର 2 ପ୍ରତିଶତ ରହିଛି ।


ସେହି ପରି ଦକ୍ଷିଣ ଆଫ୍ରିକାରେ ଏହାର ହାର 10 ପ୍ରତିଶତ ରହି ଥିବା ବେଳେ, ନେପାଳରେ 12 ପ୍ରତିଶତ ରହିଛି ଲାଞ୍ଚ ର ହାର । ଜାପାନ ରେ ସାର୍ବଜନୀନ ସେବା ପାଇଂ ମାତ୍ର 4 ପ୍ରତିଶତ ବ୍ୟକ୍ତିଗତ ସଂପର୍କ ଉପରେ ଭରସା କରିଥାନ୍ତି . । ତେବେ ଭାରତ ରେ ଏହି ସଂଖ୍ୟା 46 ପ୍ରତିଶତ ଥିବା ବେଳେ ଇଣ୍ଡୋନେସିଆରେ 36 ପ୍ରତିଶତ ।


ବିଶ୍ବ ଆର୍ଥିକ ମଞ୍ଚ ଜାନୁଆରିରେ ଡାବୋସ୍ ରେ ଟ୍ରାନ୍ସଫୋରେସିଂ ଇଣ୍ଟରନ୍ୟାସନାଲ ଦ୍ବାରା ଜାରି କରିଥିବା ରିପୋର୍ଟରେ ଦୁର୍ନିତୀ ତାଲିକାରେ ଭାରତ କୁ 80 ରାଙ୍କରେ ରଖିଥିଲା । 180 ଟି ଦେଶକୁ ନେଇ ଏହି ରିପୋର୍ଟ ପ୍ରକାଶିତ ହେଉ ଥିବା କୁହା ଯାଉଛି । ସର୍ଭେରେ ଏସିଆର ପ୍ରାୟ 17ଟି ଦେଶର 20 ହଜାର ଲୋକ ଭାଗ ନେଇଥିଲେ । ଜୁନ୍ ରୁ ସେପ୍ଟେମ୍ବର ମାସ ମଧ୍ୟରେ ଏପରି ସର୍ଭେ କରା ଯାଇଥିଲା । ରାଜ୍ୟ ,ରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଦୁର୍ନିତୀ ଉପରେ ଅଙ୍କୁଶ ଲଗେଇବାକୁ ବିଭିନ୍ନ ପଦକ୍ଷେପ ନେଉଥିଲେ ବି ଦୁର୍ନିତୀ କମିବା ପରିବର୍ତ୍ତେ ବଢିବା ଚିନ୍ତାର କାରଣ ହୋଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।