ବନ୍ଧୁଗଣ ଋତୁ ଅନୁଯାଇ ଆମର ଦେହ ଖରାପ ହୋଇଥାଏ, ଯେପରି ଶୀତ ଦିନରେ ଅଧିକ ଥଣ୍ଡା ହେବା ସହିତ ଗରମ ଦିନରେ ଡିହାଇଡ୍ରେସନ ପରି ସମସ୍ୟା ଦେଖା ଦେଇଥାଏ |ସାଧାରଣତଃ ଗରମ ଦିନରେ ତରଳ ଝାଡା ଓ ନାଳ ଝାଡା ପରି ସମସ୍ୟା ଦେଖା ଯାଇଥାଏ |ନାଳ ଝାଡା ହେଉଥିଲେ ଆମକୁ ବହୁତ କଷ୍ଟ ହୋଇଥାଏ ଓ ପେଟ ଯନ୍ତ୍ରଣା ହୁଏ |ବାରମ୍ବାର ଝାଡା ଲାଗୁଥାଏ ମାତ୍ର ଝାଡା ହୋଇନଥାଏ |ଏହା ପ୍ରାୟ ଛୋଟ ପିଲା ଠାରୁ ବଡ଼ ଲୋକ ଯାଏ ସମସ୍ତଙ୍କୁ ହୋଇଥାଏ |ମୁଁ ଆଜି ଆପଣକୁ ଏହି ଲାଳ ଝାଡା ହେବାର କାରଣ ଲକ୍ଷଣ ଓ ଉପଚାର ବିଷୟରେ କହିବି |ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ ତଥ୍ୟ ବିଷୟରେ |
କାରଣ :-ଏହି ଲାଳ ଝାଡା ହେବାର ମୁଖ୍ୟ କାରଣ ହେଉଛି ଆମର ଖାଦ୍ୟ ପେୟର ଅନିୟମିତତା,ଏହା ସହିତ ଆପଣ ଖାଦ୍ୟରେ ଯଦି ଫାଷ୍ଟ ଫୁଡ, ଜଙ୍କ ଫୁଡ, କୁଲ ଡ୍ରିଙ୍କିନ୍ସ ଓ ସ୍ପାଇସ ଜାତୀୟ ଖାଦ୍ୟ ଯଦି ଅଧିକ ମାତ୍ରାରେ ଖାଉଛନ୍ତି ତେବେ ଲାଳ ଝାଡା ହୋଇଥାଏ |ଏହା ଗରମ ଦିନରେ ଅଧିକ ହୋଇଥାଏ କାରଣ ଏହି ସବୁ ଜଙ୍କ ଫୁଡ ଖାଇବା ସହିତ ଯଦି ପାଣି ବହୁତ କମ ମାତ୍ରାରେ ପିଉଛନ୍ତି ତେବେ ଲାଳ ଝାଡା ହୋଇଥାଏ |
ଲକ୍ଷଣ :-ଲାଳ ଝାଡା ହେଲେ ଆପଣଙ୍କୁ ବାରମ୍ବାର ଝାଡା ଲାଗିବା ସହିତ ପେଟ ଯନ୍ତ୍ରଣା ହୋଇଥାଏ |ବହୁତ ଜୋରରେ ଝାଡା ଲାଗିଥାଏ କିନ୍ତୁ ବେଳେ ବେଳେ ଝାଡା ମଧ୍ୟ୍ୟ ହୋଇନଥାଏ |ସବୁବେଳେ ଓନଇଜି ଫିଲ ହୋଇଥାଏ,ଏହା ସହିତ ଆପଣ ଏଥିରେ ଆକ୍ରାନ୍ତ ହେଲେ ବହୁତ ଥକି ପଡିବେ ଏବଂ ଦୁର୍ବଳ ହୋଇଯିବେ |ଆପଣଙ୍କର କୌଣସି କାମରେ ମନ ଲାଗିନଥାଏ |ତେଣୁ ଆପଣ ଚେଷ୍ଟା କରନ୍ତୁ ସବୁବେଳେ ସଫିସେଣ୍ଟ ପାଣି ପିଇବା ପାଇଁ |
ଘରୋଇ ଉପଚାର :-ପ୍ରଥମେ ଆପଣ ଯଦି ଲାଳ ଝାଡ଼ାରେ ଆକ୍ରାନ୍ତ ଅଛନ୍ତି ତେବେ ଆପଣ ଏକ ଚାମୋଚ କଞ୍ଚା ଝିରା ନିଅନ୍ତୁ ଏବଂ ତାହାକୁ ଭଲ ଭାବରେ ଚୁବାଇ ଚୁବାଇ ଖାଆନ୍ତି |ଏହାପରେ ଆପଣ ଏକ ଗ୍ଲାସ ଉଷମ ପାଣି ପିଅନ୍ତୁ |ଏହିପରି କଲେ ଆପଣଙ୍କ ଲାଳ ଝାଡା କମିଯିବ ଏବଂ ଆପଣ ସୁସ୍ଥ ହୋଇଯିବେ |
ଦ୍ୱିତୀୟ-ଏହି ଉପାୟରେ ଆପଣ ଏକ କପ ଦେଶୀ ଗାଈର କଞ୍ଚା କ୍ଷୀର ନିଅନ୍ତୁ,ସେଥିରେ ଅଧା ଲେମ୍ବୁ ଚିପୁଡ଼ି ସଙ୍ଗେ ସଙ୍ଗେ ପିଇ ଦିଅନ୍ତୁ |କ୍ଷୀରରେ ଲେମ୍ବୁ ଚିପୁଡ଼ିଲେ ତାହା ଛିଣ୍ଡି ଯାଏ, ହେଲେ ଆପଣ କ୍ଷୀରରେ ଲେମ୍ବୁ ଚିପୁଡ଼ି ସଙ୍ଗେ ସଙ୍ଗେ କ୍ଷୀରକୁ ପିଇଲେ ତାହା ବାହାରେ ନଛିଣ୍ଡି ଯେପରି ପେଟ ଭିତରେ ଛିଣ୍ଡିବ |ଏହି ସମୟରେ ଆପଣ ସଲିଡ଼ ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ ତରଳ ପଦାର୍ଥ ଖାଆନ୍ତୁ |ଏହି ସମୟରେ ଆପଣ ଅଧିକ ସମୟ ପଇଡ଼ ପାଣି ପିଇଲେ ଆପଣଙ୍କ ଏହି ସମସ୍ୟା 24ଘଣ୍ଟା ଭିତରେ ଦୂର ହୋଇଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।