Odisha News Portal

ଦେଖନ୍ତୁ ଭିଡ଼ିଓ – କୁନି ପୁଅ ଘରକୁ ଆସିଲା ପରେ କ’ଣ କଲେ ନୂଆ କରି ଜେଜେ ମା ହୋଇଥିବା ଅଭିନେତ୍ରୀ ଅପରାଜିତା ଦେଖନ୍ତୁ…

ବନ୍ଧୁଗଣ ଆପଣ ଜାଣିଛନ୍ତି ନିକଟରେ ଓଲିଉଡ୍‌ ର ସୁପରଷ୍ଟାର ଲୋକପ୍ରିୟ କଳାକାର, ସମସ୍ତଙ୍କ ପ୍ରିୟ ଅଭ‌ିନେତା ବାବୁସାନ୍‌ ମହାନ୍ତି ବାପା ହୋଇଛନ୍ତି। ତାଙ୍କ ଧର୍ମପତ୍ନୀ ତୃପ୍ତି ନିକଟରେ ସନ୍ଧ୍ୟାରେ ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଛନ୍ତି। ବାବୁଶାନ୍ ମହାନ୍ତି ଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ଗ୍ରହଣ କରିଛି। ଏହାପରେ ତାଙ୍କ ନିକଟକୁ ଅନେକ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି। ଫିଲ୍ମ୍ ଦୁନିଆର ବ୍ୟକ୍ତି ବିଶେଷ ଙ୍କ ସହିତ ତାଙ୍କର ଅନ୍ୟ ପ୍ରଶଂସକ ମାନେ ମଧ୍ୟ ତାଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏଥିରେ ବାବୁଶାନ୍ ଙ୍କ ପରିବାର ରେ ଏକ ଖୁସିର ମାହଲ ଖେଳି ଯାଇଛି।

ସମସ୍ତେ ଏହି ଖବର ପାଇବା ପରେ ଖୁସିରେ ବିଭୋର ହୋଇ ପଡିଛନ୍ତି। ଏହାଛଡା ଏହି ଖବର ପ୍ରଚାରିତ ହେବା ପରେ ବାବୁସାନଙ୍କ ଫ୍ଯାନ୍ସ ମାନଙ୍କ ଖୁସି କହିଲେ ନସରେ। ସେମାନେ ମଧ୍ୟ ଉଭୟ ବାବୁଶାନ୍ ଏବଂ ତାଙ୍କ ପତ୍ନୀ ତୃପ୍ତି ଙ୍କୁ ଅନେକ ଶୁଭେଚ୍ଛା ଏବଂ ଶୁଭ କାମନା ଜଣାଇଛନ୍ତି।ସମସ୍ତ ପ୍ରଶଂସକ ମାନେ ବାବୁଶାନ୍ ଙ୍କ ପୁଅକୁ ଜୁନିଅର୍ ବାବୁସାନ୍‌ ବୋଲି କହି ଏହି ନବଜାତ ପୁତ୍ରକୁ ଆଶୀର୍ବାଦ ମଧ୍ୟ କରିଛନ୍ତି। ଆଉ ଏଇ ଖୁସି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ବାବୁସାନ୍‌ଙ୍କ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଚି। ଏହାଛଡା

ଆପଣ ଜାଣି ଖୁସି ହେବେ ଯେ ଓଲିଉଡ ଇଣ୍ଡଷ୍ଟ୍ରି ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ମଧ୍ଯ ତାଙ୍କ ପ୍ରଶଂସକ ମାନେ ଏଥିପାଇଁ ଅଭିନନ୍ଦନ ଜଣାଇବା ସହିତ ଜେଜେ ଓ ଜେଜେମା ହେବା ଖୁସିରେ ଜେଜେ ଓ ଜେଜେ ମା କହି ଶୁଭେଚ୍ଛା ବି ଜଣାଇଛନ୍ତି। ତେବେ ଏଥିପାଇଁ ତୃପ୍ତିଙ୍କୁ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଦେଖି ତାଙ୍କର ଅସ୍ତ୍ରୋପଚାର କରା ଯାଇଥିଲା। ଏହାପରେ ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଜଣା ପଡ଼ିଛି।୨୦୧୫ ମସିହାରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଏହି ସୁପରଷ୍ଟାର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତାଙ୍କ ପ୍ରେମିକା ଙ୍କ ସହିତ ଯାହାଙ୍କୁ ସେ ସ୍କୁଲ୍ ବେଳରୁ ହିଁ ଭଲ ପାଉଥିଲେ।

ଏବେ ସେମାନେ ଖୁସିରେ ଏହାକୁ ପାଳନ କରୁଛନ୍ତି। ତେବେ ଏବେ ଏହି ନବଜାତ ଶିଶୁର ନାମ ଦିଆଯିବା କୁ ନେଇ ବାବୁଶାନ୍ ତାଙ୍କ ପ୍ରଶଂସକ ଏବଂ ଶୁଭେଚ୍ଛୁ ମାନଙ୍କ ପରାମର୍ଶ ଏବଂ ମତାମତ ଲୋଡିଛନ୍ତି। ଏବଂ କହିଛନ୍ତି ଯେ ସମସ୍ତେ ଗୋଟିଏ ଭଲ ନାମ ବାଛି କହିବାକୁ ଯେ ତାଙ୍କ ପୁଅର ନାମ କଣ ଦିଆଯିବ। ଏଥିପାଇଁ ସେ ସୋସିଆଲ ମିଡିଆରେ ଏହାକୁ ନେଇ ଟୁଇଟ କରିଛନ୍ତି ଏବଂ ସମସ୍ତଙ୍କୁ ଏ ବିଷୟରେ ଜଣାଇଛନ୍ତି।

ତାଙ୍କର ନବଜାତ ଶିଶୁର ଫଟୋ ମଧ୍ୟ ସେ ସୋସିଆଲ ମିଡିଆରେ ଅପଲୋଡ଼ କରିଛନ୍ତି ଏବଂ ସେ ଏଥିରେ ବହୁତ୍ ଖୁସି ଥିବା କହିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।