VIRAL Video – ୧୧ ବର୍ଷୀୟ ବାଳକ ତିଆରି କଲେ ପରାଲିଶିସ ରୋଗୀଙ୍କ ପାଇଁ ଡିଭାଇସ୍ ଚେୟାର…. 96 କୋଟି ରୁ ଅଧିକ ଲୋକ ଦେଖି ସାରିଲେଣି…

ପ୍ରତୀକ ଙ୍କ ପ୍ରତିଭା କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ମାତ୍ର ୧୧ ବର୍ଷ ବାଳକ ଏମିତି କିଛି କରି ଦେଖାଇ ଛନ୍ତି ଯାହା ଚାରି ଆଡେ଼ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଛୋଟ ଛୋଟ ଇଲେକଟ୍ରୋନିକ୍ସ ଡିଭାଇସ୍ ସବୁ ପରାଲିଶିସ ରୋଗୀ ଙ୍କ ପାଇଁ ରାମବାଣ ସାବ୍ୟସ୍ତ ହୋଇଥାଏ। ଯାହାକୁ ନିଜ କୁନି କୁନି ହତାରେ ତିଆରି କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ୧୧ ବର୍ଷୀୟ ବାଳକ ପ୍ରତୀକ ସେଠୀ। ପ୍ରତୀକ ଙ୍କ ପ୍ରତିଭା କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଷଷ୍ଠ ଶ୍ରେଣୀ ରେ ପଢ଼ୁ ଥିବା ଏହି ୧୧ ବର୍ଷୀୟ ବାଳକ ପ୍ରତୀକ ସେଠୀ ନିଜ ବାପାଙ୍କ ଠାରୁ ପ୍ରେରଣା ପାଇ ଆଗ କୁ ନୂଆଁ ନୂଆଁ ଉଦ୍ଭାବନ କରିବା ପାଇଁ ଲକ୍ଷ ରଖିଛନ୍ତି।

ଜଣେ ପରାଲିଶିସ ବା ପକ୍ଷାଘାତ ରୋଗୀଙ୍କ ପାଇଁ ବ୍ରେନ୍ କଣ୍ଟ୍ରୋଲ ଡିଭାଇସ୍ ଏବଂ ପକେଟ୍ ସିପିୟୁ ଭଳି ସରଞ୍ଜାମ ତିଆରି କରି ସମସ୍ତଂକ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି ୧୧ ବର୍ଷୀୟ ବାଳକ ପ୍ରତୀକ ସେଠୀ। ପ୍ରତୀକ ଙ୍କ ଡିଭାଇସ୍ ରେ ରହିଛି ଅତ୍ୟାଧୁନିକ ସେନ୍ସର ସିଷ୍ଟମ୍। ଏହା ହୁଇଲ୍ ଚେୟାର ରେ ବ୍ୟବହୃତ ହୋଇ ପାରିବ। ଏହା ସାହାଯ୍ୟରେ ରୋଗୀର ବ୍ରେନ୍ କୁ ଅତ୍ୟାଧୁନିକ ସେନ୍ସର ସିଷ୍ଟମ୍ କଣ୍ଟ୍ରୋଲ କରି ପାରିବ।କେବଳ ସେତିକି ନୁହେଁ ରୋଗୀ କେତେ ଟ୍ରେସ୍ ବା ଚିନ୍ତାରେ ରହିଛି ତାହା ମଧ୍ୟ ଏହି ଡିଭାଇସ୍ ଦ୍ଵାରା ସ୍ପଷ୍ଟ ହୋଇ ପାରିବ।

ତେବେ ଏପରି ଏକ ଅତ୍ୟାଧୁନିକ ସେନ୍ସର ସିଷ୍ଟମ୍ ଡିଭାଇସ୍ ତିଆରି କରିବା ପାଇଁ ପ୍ରତୀକ ଦୁଇ ରୁ ତିନି ମାସ୍ ସମୟ ନେଇଥିଲେ। ଆଉ ଏ ପ୍ରୋଜେକ୍ଟ ପାଇଁ ଖର୍ଚ୍ଚ ହୋଇଛି ୨୫ ହଜାର ଟଙ୍କା। ସେହିପରି ଅନ୍ୟ ଏକ ପକେଟ୍ ସିପିୟୁ ର ବିକଶିତ କରା ଯାଇଛି। ଯାହା ସାହାଯ୍ୟ ରେ ଲୋକଙ୍କ ଦୈନଦିନ ଜୀବନର କାର୍ଯ୍ୟ ବେଶ୍ ସୁଗମ ହୋଇ ପାରିବ।

ବିଜ୍ଞାନ ଏବଂ ଅତ୍ୟାଧୁନିକ ଟେକ୍ନୋଲୋଜୀ କ୍ଷେତ୍ର ରେ ପ୍ରତୀକ ଙ୍କ ପ୍ରୟାସ ଓ ପାରାଲିଶିସ୍ ରୋଗୀ ବା ପକ୍ଷାଘାତ ରୋଗୀ ଙ୍କ ପାଇଁ ନିର୍ମାଣ କରିଥିବା ଡିଭାଇସ୍ ଏବଂ ସେମାନଙ୍କ ପାଇଁ ସିପିୟୁ ସିଷ୍ଟମ୍ ସମାଜ ପାଇଁ ଏକ ବଡ ନିର୍ଦ୍ଦେଶନ ସାବ୍ୟସ୍ତ ହୋଇଛି। ଆଉ ଏବେ ପ୍ରତୀକ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟି ଛନ୍ତି। ଆଉ ମାତ୍ର ୧୧ ବର୍ଷୀୟ ବାଳକ ପ୍ରତୀକ ସେଠୀ ଙ୍କ ଏଭଳି ଏକ ପ୍ରତିଭା କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିବା ସହ ପ୍ରତୀକ ଙ୍କୁ ସମସ୍ତେ ବେଶ୍ ପ୍ରଶଂସା ମଧ୍ୟ କରୁ ଥିବାର ଦେଖିବାକୁ ମିଳୁଛି। ଆଗକୁ ପ୍ରତୀକ ଆହୁରି ବେଶ୍ ଭଲ ଭଲ କାମ କରିବ ବୋଲି ସମସ୍ତେ ଆଶା ରଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment