Odisha News Portal

Kumudeni Tripathy – ଗର୍ଭବତୀ ହୋଇପାରୁନଥିଲେ ଜାଣନ୍ତୁ କେଉଁ କେଉଁ ଉପାୟ କରିବା ଦ୍ୱାରା ଆପଣ ଗର୍ଭବତୀ ହୋଇପାରିବେ

କୁହାଯାଏ ଭଗବାନ ନିଜେ ସମସ୍ତଙ୍କ ଯତ୍ନ ନେଇ ପାରିବେ ନାହିଁ କିମ୍ବା ସ୍ନେହ କରି ପାରିବେ ନାହିଁ ବୋଲି ମାତା ରୂପରେ ପ୍ରତି ଜନ୍ମିତ ମାନବ ଶିଶୁକୁ ମାଆ ପ୍ରଦାନ କଲେ । ଆଉ ସେହି ମାଆ ଯିଏ ଶିଶୁର ଅହରହ ସେବା ଶୁଶ୍ରୁଷା କରିଚାଲେ । ମାଆ ମନରେ ତାର ଶିଶୁ ଯେତେ ଭୁଲ କଲେ ମଧ୍ୟ ତା ପାଇଁ ସେ ଭଲ ହୋଇଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ ଯେ ଜଣେ ଝିଅ ବିବାହ ପରେ ମାଁ ହେବାପରେ ହିଁ ତା ଜୀବନର ପୂର୍ଣ୍ଣତା ଆସିଥାଏ । ଆଉ ତା ନାରୀ ଜୀବନ ସେହି ସମୟରେ ହିଁ ସାର୍ଥକ ହୋଇଥାଏ । କିନ୍ତୁ ସବୁ ଝିଅଙ୍କ ଭାଗ୍ୟରେ ମାଁ ହେବାର ସୌଭାଗ୍ୟ ନଥାଏ ।

ବିବାହ ପରେ ମାଁ ହେବା ପ୍ରାୟ ସମସ୍ତେ ମହିଳାଙ୍କର ଇଚ୍ଛା ରହିଥାଏ । କିନ୍ତୁ କେତେକ କାରଣ ପାଇଁ ସେମାନେ ମାଁ ହୋଇପାରନ୍ତି ନାହିଁ । ତେବେ ଆମେ ଆଜି ଆପଣଙ୍କୁ ଜଣେଇବୁ ଯେ ମହିଳା ମାନେ କହିଁକି ମା ହୋଇପାରନ୍ତି ନାହିଁ ଏବଂ କଣ କଲେ ଜଣେ ମହିଳା ମାଁ ହୋଇପାରିବେ ।

ଗର୍ଭବତୀ ନହେବାର ମୁଖ୍ୟ କାରଣ:-

* ରିସର୍ଚ୍ଚ ଅନୁସାରେ ମହିଳାଙ୍କର ପିରିୟଡ୍ସ ହେବାର 11 ଦିନ ପରେ ଲଗାତାର 5 ଦିନ ଶାରୀରିକ ସମ୍ବନ୍ଧ ରଖିବା ଦ୍ବାରା ଜଣେ ମହିଳା ମାଁ ହୋଇଥାନ୍ତି ।

* ଗର୍ଭବତୀ ହେବାକୁ ଚାହୁଁଥିଲେ ଏହାର 3 ମାସ ଆଗରୁ ଗର୍ଭ ରୋଧକ ବଟିକା ଖାଇବା ବନ୍ଦ କରିବା ଆବଶ୍ୟକ ।

* ଓଭାରୀ ଜନିତ ରୋଗ(POCS) ରୋଗ ଏହି ରୋଗ ମହିଳାଙ୍କ ପାଖରେ ଥିଲେ ନାରୀଟିଏ କେବେବି ଗର୍ଭବତୀ ହୋଇପାରିବେ ନାହିଁ । କାରଣ ଏହି ରୋଗ ଦ୍ବାରା ମହିଳାଙ୍କର ଓଭାରୀ ବା ଗର୍ଭାଶୟ ବଡ଼ ହୋଇଥାଏ ଏବଂ ଶିଶୁ ରହିନଥାଏ ।* ଗର୍ଭବତୀ ନହେଉଥିଲେ ପୁରୁଷ ମାନେ ନିଜର ସ୍ପର୍ମ ଟେଷ୍ଟ କରିବା ଦରକାର । କାହିଁକି ନାଁ ଯେଉଁ ପୁରୁଷ ମାନେ ଅନିଦ୍ରା ରୁହନ୍ତି ଓ ଅଧିକ ତାପମାତ୍ରା ରହୁଥିବା ସ୍ଥାନରେ ରହିଥାନ୍ତି ତାଙ୍କର ସ୍ପର୍ମ ଦୁର୍ବଳ ଥାଏ, ତେଣୁ ମହିଳା ମାଁ ହୋଇପାରନ୍ତି ନାହିଁ ।

* ସ୍ବାମୀ-ସ୍ତ୍ରୀ ଅଧିକ ମୋଟାପଣ ପାଇଂ ନିଜର ପ୍ରଜଜନ କ୍ଷମତା ହରାଇ ବସନ୍ତି । ତେଣୁ ନିଜର ଓଜନ ଅଧିକ ବା କମ ନହୋଇ ଏକ ନିୟନ୍ତ୍ରଣରେ ରହିବା ଉଚିତ ।* ଉଚିତ୍ ସମୟରେ ସମ୍ବନ୍ଧ ରଖିବା । ସାଧାରଣ ଭାବରେ ଅନେକ ଦମ୍ପତି ମାନେ ଭୁଲ ସମୟରେ ଶାରୀରିକ ସମ୍ବନ୍ଧ ରଖିଥାନ୍ତି ।

* ଯଦି ବହୁତ ଚେଷ୍ଟା କରିବା ପରେ ମଧ୍ୟ ଜଣେ ମାଁ ହୋଇପାରୁନାହାନ୍ତି ତାହେଲେ ପ୍ରଥମେ ସେ ନିଜର ଥାଇରଏଡ଼ ଟେଷ୍ଟ କରିବା ଉଚିତ୍ । କାରଣ ଶରୀରରେ ଥାଇରଏଡ଼ ଠିକ୍ ଭାବରେ କାମ କରୁନଥିଲେ ଜଣେ ମହିଳା ମାଁ ହୋଇପାରିବ ନାହିଁ ।

* ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିବା ଉଚିତ । କାରଣ ଏହା ଶରୀରର ପ୍ରଜନନ ପ୍ରକିୟାକୁ କମ୍ କରିଦେଇଥାଏ ।

* ସ୍ୱାମୀ – ସ୍ତ୍ରୀ ଡାଇବେଟିସ ପରୀକ୍ଷା କରିବା ଉଚିତ । ଯଦି ଉଭୟଙ୍କ ମଧ୍ୟରୁ କାହାର ବି ଡାଇବେଟିସ ରହିଥାଏ ତାହେଲେ ସ୍ତ୍ରୀ ଗର୍ଭବତୀ ହୋଇପାରନ୍ତି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।