Odisha News Portal

ବୟସ ମାତ୍ର 16 ବର୍ଷ ହେଲେ କୋଳରେ 16 ମାସର ପିଲା ! ପୁରା ଘଟଣା ଶୁଣିବା ପରେ ଆପଣ ମଧ୍ୟ ଏ ପୁରୁଷ ଜାତିକୁ ଘୃଣା କରିବସିବେ !

ବୟସ ମାତ୍ର 16 ବର୍ଷ ହେଲେ କୋଳରେ 16 ମାସର ପିଲା । ଯୌନ ପିପାସୁ ଯୁବକର ଶିକାର ହୋଇ ବନିଛି କୁମାରୀ ମାଁ । ଏବେ ରାଜ୍ୟ ରେ ବିଭିନ୍ନ ଆବାସିକ ବିଦ୍ୟାଳୟ ସମେତ ଗାଁ ଗଣ୍ଡାରେ ବି ବଢି ଚାଲିଛି କୁମାରୀ ମାଁ ଙ୍କ ସଂଖ୍ୟା । ତାଙ୍କ ଭିତରୁ ବଞ୍ଜାମ ଜିଲ୍ଲା ଭଞ୍ଜନଗର ଅନ୍ତ୍ରର୍ଗତ ଜଗନ୍ନାଥ ପ୍ରସାଦ ଅଞ୍ଚଳର ନାବାଳିକା ଏବେ କିଭଳି ତଳିବ ସେହି ଚିନ୍ତା ରେ । ତେବେ ଘଟଣାଟି କଣ ଥିଲା ତାହା ଜାଣିନେବା ।

ତେବେ ଘଟଣା ଅନୁସାରେ ନିଜ ମାମୁଁ ଘରେ ରହି ଅଷ୍ଟମ ଶ୍ରେଣୀ ରେ ପଢୁଥିବା ବେଳେ ନାଁ ବାଳିକାଟିକୁ ରାଜେଶ୍ ନାମକ ଜଣେ ଯୁବକ ଏକତରଫା ପ୍ରେମ କରୁ ଥିଲା । ବାରମ୍ବାର ପ୍ରେମ ନିବେଦନ ସତ୍ବେ ଝିଅ ଟି ମନା କରିବାରୁ ଦିନେ ରାତିରେ ଘରେ ପଶି ତା ସହ ଦୁଷ୍କର୍ମ କରିଲା ।

ଆଉ ଧରା ପଡିବା ପରେ ଗାଁ ରେ ବସି ଗଲା ମିଟିଙ୍ଗ୍ ଏବଂ ଗାଁ ମୂରବି ମାନେ ନିଷ୍ପତି ନେଲେ ରାଜେଶ୍ ସେହି ଝିଅ ଟି କୁ ବିବହା କରିବ । ହେଲେ ସେହି ନିଷ୍ପତି ରେ ରାଜେଶ ଏବଂ ତାର ପରିବାର ଲୋକ ମାନେ ରାଜି ହେଲେ ନାହିଁ । ତେଣୁ ନା ବାଳିକାର ପରିବାର ଲୋକ ମାନେ ଥାନା ରେ ଏତେଲା ଦେଲେ । କିନ୍ତୁ ତା ପର ଠାରୁ ରାଜେଶ ଏବଂ ତାର ପରିବାର ଲୋକେ ଫେରାର ହୋଇ ଯାଇଛନ୍ତି ।

ଆଉ ଏପଟେ ଦୁନିଆ କଣ ବୋଲି ଭଲ ଭାବେ ଜାଣି ନଥିବା ସେହି କୁମାରୀ ମାଁ ଟି କୋଳରେ ପିଲା ଟି କୁ ଧରି ଅତି କଷ୍ଟ ରେ ଜୀବନ ବିତାଉଛି । ଦରିଦ୍ର ବାପା ମାଁ ଦିନ ମଜୁରିଆ ଏବଂ ମାମୁଁ ଙ୍କ ର ବି ସମ୍ବଳ ନାହିଁ । ତେଣୁ ଗାଁ ଲୋକ ଙ୍କ ନିଷ୍ପତି ପରେ ଝିଅ ଟି ତାର ପିଲା ସହ ରାଜେଶ୍ ଘରେ ରହିଲା । ହେଲେ ଗତ ତିତିଲି ବାତ୍ୟା ରେ ସେହି ଘର ଟି ବି ଭାଙ୍ଗି ଗଲା ।

 ଆଉ ଏବେ ନାବାଳିକାଟି ବେସାହାରା ହୋଇ ପଡିଛି । ପିଲାର ଜନ୍ମ ସାର୍ଟିଫିକେଟ୍ ରେ ବାପା ର ନାଁ ରାଜେଶ୍ ନାୟକ ବୋଲି ଲେଖା ଯାଇଛି , ଆଉ ବାପାକୁ ଅପେକ୍ଷା କରିଛି କିଛି ବୁଝିବାକୁ ସକ୍ଷମ ହୋଇ ନଥିବା ଦେଢ ବର୍ଷର କଅଁଳ ଛୁଆ ।

କିଏ ତାର ସାହାର ହେବ କିଏ ? ବୁଝିବ ତାର ଦୁଃଖ ଦୁର୍ଦଶା ? ପାଠପଢା ବନ୍ଦ, ଘରୁ ବାହରକୁ ବାହାରିବା ବି ଏକ ପ୍ରକାରର ବନ୍ଦ ହୋଇ ଯାଇଛି । ନିଜ ପିଲାକୁ ଧରି ପୂରା ଏକାକି ହୋଇ ଯାଇଛି କୁମାରୀ ମାଁ । ଆଉ ଉଭୟ ମାଁ ଏବଂ ଦେଢ ବର୍ଷର ପିଲା ବାପା କୁ ଅପେକ୍ଷା କରି ବଡ କଷ୍ଟ ରେ ଦିନ କାଟୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।