Odisha News Portal

ଖୁସି ଖବର ! ଆୟୁଷ ମନ୍ତ୍ରଳାୟ କୁ କହିଲେ ହାଇକୋର୍ଟ ଲାଲ୍ ପିମ୍ପୁଡି ରୁ ହେବ କରୋନା ଔଷଧ ! ପଢନ୍ତୁ ପୁରା ଖବର ….

0 117

ଓଡିଶା କାଇ ଚଟଣୀ ରୁ ହେବ କରୋନା ଚିକିତ୍ସା । ଲାଲ୍ ପିମ୍ପୁଡି ରୁ ହେବ କରୋନା ଔଷଧ । ଆଉ ଏପରି ଏକ ପ୍ରସ୍ତାବ ଉପରେ ନିଷ୍ପତି ନେବାକୁ ଆୟୁଷ ମନ୍ତ୍ରଳାୟ କୁ କହିଲେ ହାଇକୋର୍ଟ । ତେବେ ଏହି କାଇ ପୋକ ରୁ କିପରି କରୋନା ଔଷଧ ତିଆରି ହୋଇ ପାରେ ଜାଣିବା ଆପଣ ମାନେ ଆମର ଏହି ଲେଖା ଟି କୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ । ତେବେ ଆସନ୍ତୁ ଜାଣିବା ସଂମ୍ପୂର୍ଣ୍ଣ ଖବର ବିଷୟ ରେ ।

ଓଡିଶା ଏବଂ ଛତିଶଗଡ ର ଆଦିବାସୀ ବହୁଳ ଅଞ୍ଚଳ ରେ ମିଳୁ ଥିବା ନାଲି ପିମ୍ପୂଡି କୁ ସେଠାକାର ଲୋକ ମାନେ ଖାଦ୍ୟ ଭାବରେ ଗ୍ରହଣ କରି ଥାନ୍ତି । ତେବେ ଏହାକୁ ସ୍ଥାନୀୟ ଭାଷା ରେ କାଇ ପୋକ ମଧ୍ୟ କହିଥାନ୍ତି । ଆଉ ଏହି ନାଲି ପିମ୍ପୁଡି ର ଚଟଣୀ ଖୁବ୍ ଶିଘ୍ର କରୋନା ର ଚିକିତ୍ସା ପାଇଁ ବ୍ୟବହାର କରା ଯାଇ ପାରେ ।

ଆଶା କରା ଯାଉଛି ଆୟୁଷ ମନ୍ତ୍ରଳାୟ ଖୁବ୍ ଶିଘ୍ର ଏହି ଚଟଣୀ କୁ କରୋନା ର ଔଷଧ ଭାବ ରେ ବ୍ୟବହାର କରିବାରେ ମଞ୍ଜୁରୀ ଦେଇ ପାରେ । ଆଦିବାସୀ ଅଞ୍ଚଳ ରେ ପାରମ୍ପାରିକ ଔଷଧ ଭାବରେ ବ୍ୟବହାର ହେଉ ଥିବା ଏହି ନାଲି ପିମ୍ପୁଡି ର ଆଚାର ଉପରେ ଅଧିକ ତଥ୍ୟ ମାଗିଛନ୍ତି ଓଡିଶା ହାଇକୋର୍ଟ ।

ଆଉ ଏ ନେଇ ଏକ ଜନସ୍ବାର୍ଥ ମାମଲା ମଧ୍ୟ ରୁଜୁ ହୋଇ ଥିଲା । ବାରିପଦା ର ଜଣେ ବ୍ୟକ୍ତି ଜନ ସ୍ବାର୍ଥ ମାମଲା ରୁଜୁ କରି କହି ଥିଲେ ଯେ ଆଦି ବାସୀ ଅଞ୍ଚଳ ରେ ଥଣ୍ଡା ହେଲେ କଫ ହେଲେ , ହାଲିଆ ଲାଗିଲେ ଏବଂ ନିଶ୍ବାସ ପ୍ରଶ୍ବାସ ନେବା ରେ ଆସୁବିଧା ହେଲେ , ଏହା ସହିତ ଫ୍ଲୁ ପରି ରୋଗ ର ଚିକିତ୍ସା ପାଇଁ ନାଲି ପିମ୍ପୁଡିର ଆଚାର ବ୍ୟବହାର କରା ଯାଇ ଥାଏ ।

କଞ୍ଚା ଲଙ୍କା ଏବଂ ନାଲି ପିମ୍ପୁଡି ବା କାଇ ପୋକକୁ ମିଶାଇ ଏହି ଆଚାର ପ୍ରସ୍ତୁତ କରାଯାଇଥାଏ । ତେଣୁ କୋରନାର ଉପଶମ ପାଇଁ ଏହା ଉପରେ କାହିଁକି ଗବେଶଣା କରାଯାଇ ନାହିଁ ବୋଲି କୋର୍ଟରେ ଆବେଦନ କରିଥିଲେ ।

ସେହି୍ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଆୟୁଷ ମନ୍ତ୍ରଳାୟ ଏବଂ କାଉନସିଲ୍ ଅଫ ସାଇଣ୍ଟିଫିକ୍ ଏଣ୍ଡ ଇଣ୍ଡୋଷ୍ଟ୍ରିଆଲ ରିସର୍ଜକୁ ତିନି ମାସ ଭିତରେ ଏନେଇ ନିଷ୍ପତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 ଖଣ୍ଡପୀଠ ନାଲି ପିମ୍ପୁଡି ଆଚାର ଉପରେ କୌଣସି ମତ ନଦେଇ ଏସଂପର୍କରେ ଅଧକ ତଥ୍ୟ ଦେବା ସହିତ ନିଷ୍ପତି ନେବାକୁ ଆୟୁଷ ମନ୍ତ୍ରଳାୟ କହିଛନ୍ତି । ଆବେଦନରେ ଉଲ୍ଲେଖ କରିଛନ୍ତି ନାଲି ପିମ୍ପୁଡିର ଆଚାର, ଚଟଣୀରେ ଭୂତାଣୁ ନିରୋଧ ଉପାଦାନ ଥିବାରୁ ଏହା ପାଚନ ପ୍ରକ୍ରିୟାରେ ସହାୟକ ହୋଇଥାଏ ।

ନାଲି ପିମ୍ପୁଡିର ଆଚାରରେ ପ୍ରୋଟିନ୍, କ୍ୟାଲସିୟମ୍ , ଜିଙ୍କ ରହିଥିବାରୁ ଏହା ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ବୋଲି ଆବେଦନରେ ଦର୍ଶାଇଛନ୍ତି ବ୍ୟକ୍ତି ଜଣଙ୍କ ।