ଦେଖନ୍ତୁ ଭିଡିଓ -ୟାକୁ ହିଁ କୁହନ୍ତି ପ୍ରଭୁଭକ୍ତି , ଆଜିକାଲି ମଣିଷ ବିଶ୍ବାସଘତକତା କରୁଥିବା ବେଳେ କୁକୁର ବଞ୍ଚାଉଛି ଜୀବନ….
ଆଜି ଆମେ ଆପଣ ମାନଙ୍କୁ ଏପରି ଏକ କଥା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ନିଶ୍ଚିତ ରୂପରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଆଜିର ଏହି ବ୍ୟସ୍ତ ,ବହୁଳ ଜୀବନରେ ପ୍ରତ୍ୟେକ ଲୋକମାନେ ବ୍ୟସ୍ତ ରହୁଛନ୍ତି , ଏହା ବ୍ୟତୀତ ସମାଜରେ ଲୋକମାନଙ୍କ ମଧ୍ୟରେ କାହାକୁ ସାହାର୍ଯ୍ୟ କରିବା କାହାର ଅସମୟରେ ତାହାର ସାଥ ହେବା ଏ ସମସ୍ତ କଥା ଭୁଲିଗଲେଣି । ମାନବିକତା ଭଳି ଜିନିଷ ଏବେ ମନୁଷ୍ୟ ମାନଙ୍କ ପାଖରେ ଦେଖା ଯାଉ ନାହିଁ ।
ମାତ୍ର ଆଜି ଆମେ ଆପଣ ମାନଙ୍କୁ ଏପରି ଏକ କଥା ବିଷୟରେ କହିବୁ ଯେଉଁ କଥାଟିକୁ ଶୁଣିଲେ ଆପଣ ମାନେ ଆସ୍ଚର୍ଯ୍ୟ ହୋଇଯିବେ କାରଣ ଜଣେ ପଶୁ ହୋଇକରି ଏମିତି କାମ କରିବ କେହି କେବେ ବିଶ୍ୱାସ ମଧ୍ୟ କରିନଥିଲେ ।ଆପଣ ମାନେ ତ ଘରେ ଗୃହପାଳିତ ପଶୁ ରଖିଥାନ୍ତି ଅନେକ ବ୍ୟକ୍ତି ମାନେ ଘରେ କୁକୁରଙ୍କୁ ରଖିଥାନ୍ତି ଏହି କୁକୁର ସେମାନଙ୍କୁ ଘରକୁ ସୁରକ୍ଷିତ ରଖିଥାଏ । କୌଣସି ଚୋର ଆସିଲେ ସେମାନଙ୍କୁ ବିପଦରୁ ରକ୍ଷା କରିଥାଏ ଏପରି କୁହାଯାଏ କି ସେ ଏକ ବିଶ୍ୱସ୍ତ ପ୍ରାଣୀ ଭାବରେ କାମ କରେ । ଆଜି ସେମିତି ଜଣେ କୁକୁର ନିଜର ମାଲିକ ପାଇଁ ନିଜ ଜୀବନ ଦେବାକୁ ମଧ୍ୟ ପଛଘୁଞ୍ଚା ଦେଲା ନାହିଁ ।
ଖୋର୍ଦ୍ଦା ଜିଲ୍ଲାର ଯାଆଁଲା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି ଯେଉଁଥିରେ ଦୁଇ ଜଣ ଛୋଟ ଶିଶୁକୁ ବଞ୍ଚାଇବା ପାଇଁ ଜଣେ କୁକୁର ନିଜର ଜୀବନ ଦେଇ ଦେଇଛି । ଅର୍ଥାତ ସେହି କୁକୁରର ନାମ ହେଉଛି ଲାଡେନ , ତାକୁ ସେହି ଘରର ଲୋକମାନେ ପୋଷା କୁକୁର କରି ରଖିଛନ୍ତି ।
ତେବେ ଘଟଣାଟି ହେଉଛି କି ମଙ୍ଗଳବାର ଦିନ ସନ୍ଧ୍ୟାରେ କୁକୁରଟି ଚେନରେ ବନ୍ଧା ହୋଇଥିଲା ଏବଂ ଘରର ଅନ୍ୟ ଲୋକମାନେ ଅଗଣାରେ ବସିଥିଲେ ଏବଂ ଦୁଇଟି ପିଲା ସେହିଠାରେ ଖେଳୁଥିଲେ । ତେବେ ସେହି ପିଲା ମାନେ ଖେଳିବା ସମୟରେ ଗୋଟିଏ ନାଗ ସାପଟି ଘର ଭିତରକୁ ପସି ଆସିଛି ଏବଂ ସେହି ପିଲା ମାନଙ୍କ ଆଡକୁ ଯିବାରେ ଲାଗିଛି । ମାତ୍ର ଘରର ଲୋକମାନଙ୍କର ନଜର ସାପ ଉପରେ ପଡିନାହିଁ ହେଲେ ଲାଡେନର ନଜର ସେହି ସାପ ଉପରେ ପଡି ଯାଇଛି
। ତେବେ ସେହି ଦୁଇ ପିଲା ଜଣକ ଭୟଭୀତ ହୋଇ ଦୁହେଁ ଦୁହିଁଙ୍କୁ ଜାବୁଡିକି ଧରିଛନ୍ତି । ସେହି ସମୟରେ ଲାଡେନ ସେହି ସାପ ସହିତ ଲଢେଇ କରି ସାପଟିକୁ ମାରି ଦେଇଛି ଏବଂ ଦୁଇ ପିଲାଙ୍କର ଜୀବନ ବଞ୍ଚିଦେଇଛି । ମାତ୍ର ସାପ ମରିବାର 10-15 ମିନିଟ ଭିତରେ ସେହି କୁକୁରଟି ମରିଗଲା ।
ସାପ ସହ ଲଢେଇ କରି ସାପକୁତ ମାରିଦେଲା ମାତ୍ର ସାପର ବିଷୟରେ ସେ କୁକୁରଟି ମରିଗଲା ତେବେ ଘରର ଲୋକମାନେ କୁକୁରକୁ ଡାକ୍ତରଖାନା ନେବାକୁ ଚାହିଁଥିଲେ ମାତ୍ର ତା ପୂର୍ବରୁ ସେ ତାର ପ୍ରାଣ ହରାଇଥିଲା । ତେବେ ନିଜର ପ୍ରାଣ ହରାଇଲେ ମଧ୍ୟ ଆଜି ସେ ସମସ୍ତଙ୍କ ପାଇଁ ଅମର ହୋଇଯାଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।