ପିଲାଙ୍କ କୃମି ଦୋଷ – କାରଣ ଓ ନିରାକରଣ ଜାଣନ୍ତୁ ? Dr. Priya john

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ମଣିଷ ଶରୀରରେ ଛୋଟ ହେଉ ଵା ବେଶୀ ହେଉ ସବୁବେଳେ କିଛି ନା କିଛି ସମସ୍ୟା ମାନ ଦେଖା ଦେଇଥାଏ | ଆଉ ଯେଉଁ ସମସ୍ୟା ଗୁଡିକ ଆମର ଜୀବନରେ ଲାଗି ରହିଥାଏ, ଆଉ ସେହି ଭଳି ରୋଗ ର ନିର୍ଦିଷ୍ଟ କାରଣ, ଲକ୍ଷଣ ଆଉ ନିରାକରଣ ଗୁଡିକ ମଧ୍ୟ ରହିଛି | ତେବେ କୁହାଯାଏ କି ବିଶେଷ କରିକି ଛୋଟ ପିଲା ମାନଙ୍କ ପାଖରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖିବାକୁ ମିଳିଥାଏ, ଆଉ ସେ ଗୁଡିକ ମଧ୍ୟରୁ ଗୋଟିଏ ମୁଖ୍ୟ ସମସ୍ୟା ତ ହେଉଛି ଛୋଟ ପିଲାମାନଙ୍କର ପେଟ ରେ କୃମି ହେବା ଭଳି କିଛି ସମସ୍ୟା |ତାହେଲେ ଆସନ୍ତୁ ବନ୍ଧୁଗଣ ଏହି କୃମି ଜନିତ ସମସ୍ୟା କାହିଁକି ହୋଇଥାଏ ଏହାର କାରଣ କଣ ରହିଛି ଓ ନିରାକରଣ ପାଇଁକି ଆମେ କେଉଁ ଉପାୟ ଅବଲମ୍ବନ କରିବା |

କେତେ ପ୍ରକାରର କୃମି ରହିଛି :-

ତେବେ ବିଶେଷ କରିକି 3 ପ୍ରକାରର କୃମି ରହିଛି ହେମାଟୋଡ଼ସ, ସିଷ୍ଟଡ଼ସ, କ୍ରୋମାଟୋଡ଼ସ | ଛୋଟ ଛୋଟ ପିଲାମାନଙ୍କ ପାଖରେ ନିମାଟୋଡ଼ସ ନାମକ କୃମି ରହିଥାଏ ଯାହା ପିଲାମାନଙ୍କର ମଳଦ୍ୱାର ର ଚାରି ପାଖରେ ଦେଖା ଯାଇଥାଏ |କୃମି ଦୋଷ ର ଲକ୍ଷଣ :-କୁହାଯାଉଛି କି ପିଲାମାନଙ୍କର ଯଦି ଝାଡା ଦ୍ୱାର ଵା ମଳଦ୍ୱାର କୁଣ୍ଡେଇ ହେଉଛି ଵା ଆପଣ ଙ୍କର ପିଲା ର ଝାଡା ର କୃମି ବାହାରୁଛି | ପିଲାଙ୍କୁ ଭୋକ ଲାଗୁନି ଵା ପେଟ ଫୁଲି ଯାଇଛି | ପାଠ ପଡିବାକୁ ଇଚ୍ଛା ହେଉନି ଝାଡା ର ଅସୁବିଧା ଦେଖା ଯାଉଛି ତାହେଲେ ଆପଣ ଜାଣିବେ କି କୃମି ଭଳି କିଛି ସମସ୍ୟା ଆପଣ ଙ୍କ ପାଖରେ ଦେଖା ଯାଉଛି |

କୃମି ବ୍ୟାପେ କେମିତି :-ସାଧାରଣତଃ କୁହାଯାଏ କି ମଳ ଆଉ ପାଟି ମାଧ୍ୟମରେ କୃମି ବ୍ୟାପିଥାଏ |ଏହାର ମାନେ ହେଉଛି କି କୃମି ଦିନକୁ ହଜାରେ ରୁ ଅଧିକ ଅଣ୍ଡା ଦେଇଥାଏ | ଯଦି ଆପଣ ମାନେ ଖୋଲା ପଡିଆ ରେ ଝାଡା ଯାଇଥିବେ ଆଉ ତାହା ମାଟିରେ ମିଶିଗଲା ପରେ ମଧ୍ୟ କୃମି ବଞ୍ଚିଯାଇଥାଏ | ଆଉ ସେହି କୃମି କୁ ଖାଲି ପାଦ ରେ ମାଡିଲେ ଵା ଛୋଟ ପିଲାମାନେ ମାଟିରେ ଖେଳିଲେ ପାଟିରେ ସେହି ବାଲି ହାତ ପସାଇଲେ ଏହି ଭଳି ସମସ୍ୟା ମାନ ଦେଖା ଯାଇଥାଏ | ଯାହା ଛଡା ଫଳ ପାରିବ କୁ ଧୋଇକି ନ ଖାଇଲେ ଵା ପାଣି ନ ଫୁଟାଅ ପିଇଲେ ଏହି ଭଳି ସମସ୍ୟା ଦେଖା ଯାଇଥାଏ |

ପିଲାଙ୍କ ଠାରେ କୃମି ଦୋଷ ର ପ୍ରଭାବ :-କୁହାଯାଉଛି କି କୃମି ଯୋଗୁଁ ପିଲାମାନଙ୍କର ବୃଦ୍ଧି ଆଉ ବିକାଶ ରେ ବାଧା ସୃଷ୍ଟି କରିଥାଏ ଯାହା ଯୋଗୁଁ ଛୋଟ ପିଲାମାନେ ନିଉଟ୍ରିଏଣ୍ଟସ ପାଇପାରନ୍ତି ନାହିଁ ଯାହା ସେମାନଙ୍କ ଉପରେ ପ୍ରଭାବ ପକାଇଥାଏ |

କୃମି ଦୋଷ ରୁ ଦୁରେଇ ରହିବା କେମିତି :-ଏହି କୃମି ଠାରୁ ପିଲାଙ୍କୁ ଦୂରେଇବା ପାଇଁ ହେଲେ ସବୁବେଳେ ସଫା ରହିବା ପାଇଁ ପଡିବ | ପାଇଖାନା କୁ ଚପଲ ପିନ୍ଧିକି ଯିବେ ଆସିକି ସାବୁନ ରେ ହାତ ଧୋଇବେ | ଫଳ ପରିବା ଧୋଇକି ଖାଇବେ ଓ ଫୁଟା ପାଣି ପିଇବେ |

କୃମି ରୋଗ ର ଚିକିତ୍ସା :-ଏହି ଭଳି କୃମି ଜନିତ ରୋଗ ରୁ ମୁକ୍ତି ପାଇବା ପାଇଁ ଆମେ ମାନେ ପ୍ରଥମେ ପିଲାର ଝାଡା କୁ ଟେଷ୍ଟ କରିବା ଆଉ ତାହା ପରେ କେଉଁ ପ୍ରକାରର କୃମି ବଢୁଛି ତାହାକୁ ଜାଣିବା ପରେ ଡକ୍ଟର ଙ୍କ ପରାମର୍ଶ ନେଇ ଔଷଧ ଖାଇବା ଆବଶ୍ୟକ |

ତେବେ ଏହା ଥିଲା ଛୋଟ ପିଲାମାନଙ୍କର କୃମି ରୋଗ ବିଷୟରେ ସମ୍ପୂର୍ଣ୍ଣ ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment