Odisha News Portal

କ୍ରିକେଟ୍ ଗ୍ରାହକ ଙ୍କ ପାଇଁ ଖୁସି ଖବର ! ପୂର୍ବତନ କ୍ରିକେଟର ଯୁବରାଜ ସିଂହ ପୁଣି ଥରେ କ୍ରିକେଟ୍ ମଇଦାନରେ ନଜର ଆସି ପାରନ୍ତି , ଜାନୁଆରୀ ଏହି ତାରିଖ ରୁ ଖେଳିବେ….

ଆପଣ ମାନେ ସମସ୍ତେ ବେଶ୍ ଭଲ ଭାବରେ ଜାଣିଥିବେ କ୍ରିକେଟ ଖେଳ ହେଉଛି ଆମ ଦେଶର ସବୁଠାରୁ ଲୋକପ୍ରିୟ ଖେଳ ଅଟେ । କ୍ରିକେଟ ଟିମ୍ ରେ ଖେଳୁଥିବା 11 ଜଣ ଖେଳାଳି ନିଜ ଦେଶ ପାଇଁ କଠିନ ପରିଶ୍ରମ କରି ଦେଶକୁ ଚାମ୍ପିଆନ୍ କରିଥାନ୍ତି ।
ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣି ଥିବେ ଯେ ତୃତୀୟ t-20 ର ଅଷ୍ଟ୍ରେଲିଆ 12 ରନ୍ ରେ ଭାରତକୁ ପରାସ୍ତ କରି ସିରିଜ୍ ରେ ଏକ ମାତ୍ର ବିଜୟ ହାସଲ୍ କରି ଥିଲା ।

କିନ୍ତୁ ଯଦିଓ ଭାରତୀୟ ଦଳ ତୃତୀୟ t-20 ରେ ମ୍ୟାଚ ହାରି ଥିଲା କିନ୍ତୁ ସିରିଜ୍ ହାତେଇବାରେ ସଫଳ ହୋଇ ଥିଲା । ଆଉ ଏହି t-20 ସିରିଜ୍ ଜିତିବା ପରେ ହାର୍ଦିକ ପାଣ୍ଡ୍ୟା ତାଙ୍କର ଏହି ମ୍ୟାନ ଅଫ୍ ଦି ସିରିଜ୍ ପୁରସ୍କାରକୁ ନଟରାଜନ୍ ଙ୍କୁ ଦେଇଥିଲେ ବୋଲି ମଧ୍ୟ ଆପଣ ମାନେ ସମସ୍ତେ ବେଶ୍ ଭଲ ଭାବରେ ଜାଣି ଥିବେ । ତେବେ ବର୍ତ୍ତମାନ ସମୟରେ ସବୁଠୁ ଚର୍ଚ୍ଚା ହେଉଛି କି t-20 କ୍ରିକେଟ୍ ଟୂର୍ଣ୍ଣାମେଣ୍ଟ ଖେଳି ପାରନ୍ତି ୟୁବରାଜ ସିଂ । ତେବେ ଚାଲନ୍ତୁ ଜାଣି ନେବା କଣ ରହିଛି୍ ସଂମ୍ପୂର୍ଣ୍ଣ ଖବର ବିଷୟରେ ।


ତେବେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଯୁବରାଜ ସିଂହ ପୁଣି ଥରେ କ୍ରିକେଟ୍ ମଇଦାନରେ ନଜର ଆସି ପାରନ୍ତି । କୋଭିଡ୍-19 ମହାମାରୀ କାରଣ ରୁ କ୍ରିକେଟର ବିଭିନ୍ନ ସ୍ତର ରେ ଲାଗି ଥିବା ବ୍ରେକ୍ ପରେ ଭାରତ ରେ ସୟଦ ମୁସ୍ତାକ୍ ଅଲ୍ଲୀ ଟି-ଟ୍ବେଣ୍ଟି କ୍ରିକେଟ ସହିତ ଡୋମେଷ୍ଟିକ୍ କ୍ରିକେଟ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟ୍ ପାଇଁ ପଞ୍ଜାବ ପକ୍ଷରୁ 30 ଜଣିଆ ସମ୍ଭାବିତ ଦଳ ଘୋଷଣା କରା ଯାଇଛି । ଆଉ ଏହି ଲିଷ୍ଟରେ ଯୁବରାଜ ସିଂହଙ୍କ ନାଁ ମଧ୍ୟ ରହିଛି ।


ତେବେ ଗତ ବର୍ଷ ଯୁବରାଜ କ୍ରିକେଟର ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏହା ପରେ ପଞ୍ଜାବ କ୍ରିକେଟ ଆସୋସିଏସନ୍ ଯୁବରାଜଙ୍କୁ ଅନୁରୋଧ କରିବା ପରେ ସେ ରାଜି ହୋଇଛନ୍ତି । କିଛି ଦିନ ପୂର୍ବରୁ ଯୁବରାଜ ମୋହାଲୀର ପିସିଏ ଷ୍ଟାଡିୟମରେ ଅଭ୍ୟାସ କରୁଥିବା ନଜର ଆସିଥିଲେ । ଆଉ ସେ ତାଙ୍କର ଗୋଟିଏ ଭିଡିଓ ମଧ୍ୟ ସୋସିଆଲ ମିଡିଆ ରେ ସେୟାର କରି ଥିଲେ ।

କିନ୍ତୁ ଆପଣଙ୍କ ସୂଚନା ପାଇଁ କହି ରଖୁଛୁ କି ସେ କ୍ରିକେଟ୍ ଖେଳିପାରିବେ କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପିସିଏର ସେକ୍ରେଟେରୀ ପୁନୀତ ବାଲି କହିଛନ୍ତିଯେ, ଆମେ ବର୍ତ୍ତମାନ ବିସିସିଆଇର ଜବାବକୁ ଅପେକ୍ଷା କରିଛୁ । ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ବେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଆସନ୍ତା ଜାନୁୟାରୀ 10 ତାରିଖ ରୁ ଆରମ୍ଭ ହେବ ଏବଂ ଏହା ଜାନୁଆରି 31 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।