Special Tips – କଣନଖା ର ଘରୋଇ ଚିକିତ୍ସା , ଆଜି ହିଁ କରନ୍ତୁ ଏହି ଛୋଟିଆ ଉପାୟ ଜୀବନରେ କେବେ ବି ହେବ ନାହିଁ

କଣନଖା ପ୍ରାୟ ଲୋକଙ୍କ ପାଖରେ ଏହି ସମସ୍ୟା ଦେଖିବା ପାଇଁ ମିଳୁଛି। କଣନଖାକୁ କେହି କେହି ସାମାନ୍ୟ ଭାବି ଅଣଦେଖା କରିଥାନ୍ତି। କିନ୍ତୁ ବାହାରକୁ ସାମାନ୍ୟ ଦେଖା ଯାଉଥିବା ଏହି କଣନଖା ପ୍ରକୃତରେ ଖୁବ୍ ଯନ୍ତ୍ରଣା ଦାୟକ। ତେବେ ଆଜି ଆମେ ଆପଣଙ୍କୁ କଣନଖା ହେବାର କାରଣ କଣ ଏହାର ଲକ୍ଷଣ କଣ ରହିଛି ଏବଂ ଏହାର ଘରୋଇ ଉପଚାର କିପରି ଭାବେ କରା ଯାଇ ପାରିବ ସେ ବାବଦରେ ଜଣାଇବୁ ଯାହା ଆପଣଙ୍କୁ ନିଶ୍ଚିତ ଭାବେ ରେଜଲ୍ଟ ଦେବ।

କଣନଖା ହେବାର କାରଣ:-

୧.ଯଦି ଆପଣ ବେଶି ସମୟ ପାଣିରେ କାମ କରୁଥାନ୍ତି। ଆଉ ବହୁତ୍ ସମୟ ଧରି ଆପଣଙ୍କ ହାତ ଆଉ ପାଦ ପାଣିରେ ବୁଡ଼ି ରହିଥାଏ। ତେବେ କଣ ନଖା ହେବାର ଅଧିକ ସମ୍ଭାବନା ରହିଥାଏ। ୨.ଏହା ସହିତ ଯଦି ଆପଣ ପାଦରେ ସକ୍ସ ବ୍ୟବହାର କରୁଛନ୍ତି ଆଉ ଏହାକୁ ନିୟମିତ ଭାବେ ପରିଷ୍କାର କରୁ ନାହାଁନ୍ତି କି ଏହା ଅପରିଷ୍କାର ରହିଛି ତେବେ ମଧ୍ୟ ଆପଣଙ୍କ କଣ ନଖା ହୋଇଥାଏ।୩.ଯଦି ଆପଣ ଫୁଲ୍ ସୋଜ ପିନ୍ଧୁଛନ୍ତି ଆଉ ବାହାରକୁ ଯାଇ ଆସିଲା ପରେ ଏହାକୁ ପରିଷ୍କାର କରୁ ନାହାଁନ୍ତି କି ଖରାରେ ଶୁଖାଉ ନାହାଁନ୍ତି ଆଉ ସେହି ଶୋଜକୁ ବାରମ୍ବାର ବ୍ୟବହାର କରୁଛନ୍ତି ତାହାଲେ ଆପଣଙ୍କୁ କଣ ନଖା ହେବାର ସମ୍ଭାବନା ରହିଥାଏ।

୪.ଯଦି ଆପଣମାନେ ଖାଲି ପାଦରେ ଅପରିଷ୍କାର ଜାଗାକୁ ଯାଉଛନ୍ତି ଯେଉଁଠାରେ ଇନଫେକସନ୍ ହେବାର ସମ୍ଭାବନା ଥାଏ। ତାହେଲେ କଣନଖା ହୋଇଥାଏ।
୫. ଯଦି ଆପଣ ବ୍ୟବହାର କରୁଥିବା ନେଲପଲିସ୍ ଯଦି କେମିକାଲ ଯୁକ୍ତ ହୋଇଥିବ ତାହେଲେ ମଧ୍ୟ କଣନଖା ହେବାର ସମ୍ଭାବନା ରହିଥାଏ।

କଣନଖା ହେବାର ଲକ୍ଷଣ:-

ଯେଉଁ ଆଙ୍ଗୁଳିରେ ଆପଣଙ୍କ କଣନଖା ହୋଇଛି ପ୍ରଥମେ ସେହି ଆଙ୍ଗୁଳି ଫୁଲି ଯାଇଥାଏ ଆଉ ଚାଲିବାରେ ଖୁବ୍ କଷ୍ଟ ଅନୁଭବ ହୋଇଥାଏ। ଏହାକୁ ଭଲ ଭାବରେ ଯଦି ପରିଷ୍କାର ନକରନ୍ତି ତେବେ ସେ କଣନଖା ରେ ପୁଜ ହୋଇ ଯାଇଥାଏ ଯାହା ଖୁବ୍ ଯନ୍ତ୍ରଣା ହୋଇଥାଏ।
ଘରୋଇ ଉପଚାର –

ପ୍ରଥମେ ଆପଣ ଦେଶି ଗାଈର ଗୋମୂତ୍ର ନେଇ ଆପଣଙ୍କ ହାତ ଓ ଗୋଡ଼ରେ ହୋଇଥିବା କଣନଖାକୁ ଭଲ ଭାବରେ ଧୋଇ ପରିଷ୍କାର କରି ନିଅନ୍ତୁ।ଏହାପରେ ଆପଣ ମାନେ ଏକ ଗେଣ୍ଡୁଫୁଲ ପାଖୁଡ଼ା ନେଇ ସେଥିରେ ଏକ ଚାମଚ ହଳଦୀ ଗୁଣ୍ଡ ଓ ଗୋମୂତ୍ର ମିଶାଇ ତାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।ଏହାକୁ ଦିନକୁ ୨ ଥର ୧୫ ଦିନ ବ୍ୟବହାର କରନ୍ତୁ। ଏହାକୁ ବ୍ୟବହାର କରିବାର କିଛି ସମୟ ପୂର୍ବରୁ ଏହି ପେଷ୍ଟକୁ ଆପଣ ପ୍ରସ୍ତୁତ କରନ୍ତୁ।ଧ୍ୟାନ ରଖନ୍ତୁ କଣନଖା ହୋଇଥିବା ସ୍ଥାନରେ କୌଣସି ପ୍ରକାର ଡେଟଲ , ସାବୁନ ବା ଅଏଣ୍ଟମେଣ୍ଟ ଲଗେଇବେ ନାହିଁ। ଏହା ସହିତ ଯେତେ ସମ୍ଭବ ପାଣି ଠାରୁ ଦୂରେଇ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment