ବୁଦ୍ଧାଦିତ୍ୟ ମହାନ୍ତି ଓଡିଆ ଇଣ୍ଡଷ୍ଟିରେ ନିଜର ଚେଷ୍ଠା, ନିଷ୍ଠା ଏବଂ ସଂଘର୍ଷ ମାଧ୍ୟମରେ ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ତେବେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି କେବଳ ନିଜର ଆତ୍ମ ବିଶ୍ବାସ , ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ । ତାଙ୍କର ଅବଦାନ ମଧ୍ୟ ଅନେକ ରହିଛି ଓଡିଆ ଇଣ୍ଡଷ୍ଟ୍ରିକୁ । ବୁଦ୍ଧାଦିତ୍ୟ ମହାନ୍ତି ଜଣେ ଭାରତୀୟ ଜାତୀୟ ଏବଂ ରାଜ୍ୟ ସ୍ତରୀୟ ଅଭିନେତା ଅଟନ୍ତି ।
ଓଡ଼ିଶାର କଟକର ଶେଖ ବଜାରଠାରେ 1978 ଜାନୁଆରୀ 17 ତାରିଖ ରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ଲୋକପ୍ରିୟ ଅଭିନେତା ସୁପରଷ୍ଟାର ବୁଦ୍ଧାଦିତ୍ୟ ମହାନ୍ତି।ତେବେ ବର୍ତମାନ ତାଙ୍କୁ 42 ବର୍ଷ ହୋଇଥିବା ବେଳେ ସେ ଏବେବି ସମସ୍ତଙ୍କ ପ୍ରିୟର ଅଭିନେତା ଭାବରେ ତାଙ୍କର ଅଭିନୟର ଯାଦୁ ଦେଖାଇବା ରେ ଲାଗିଛନ୍ତ । ସେ କଟକ ଜିଲ୍ଲାର ଷ୍ଟିଉଆର୍ଟରେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ,ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ନିଜ ଉଚ୍ଚ ଶିକ୍ଷା ସମାପ୍ତ କରିଥିଲେ। ଶିକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ଏକ ଭଲ ଜ୍ଞାନ ଏବଂ ପାରଦର୍ଶିତା ରହିଛି।
ଓଡ଼ିଆ ଚଳଚ୍ଚିତ୍ର ଜଗତର ସବୁଠାରୁ ଲୋକପ୍ରିୟ, ଜଣାଶୁଣା ଅଭିନେତ୍ରୀ ମାଳବିକା ରାୟଙ୍କ ପୁଅ ହେଉଛନ୍ତି ବୁଦ୍ଧାଦିତ୍ୟ ଏବଂ ସେ ହେଉଛନ୍ତି ଲିଯେଣ୍ଡାରି ଅଭିନେତ୍ରୀ ମହାଶ୍ୱେତା ରାୟଙ୍କ ପୁତୁରା ମଧ୍ୟ । ମହେଶ୍ୱତା, ବୁଦ୍ଧାଦିତ୍ୟ ଙ୍କୁ ନିଜ ଜୀବନରୁ ବି ଅଧିକ ଭଲ ପାଆନ୍ତି। ଉଭୟ ଙ୍କ ଅଭିନୟ ଅତି ଉଚ୍ଚ କୋଟିର ଅଟେ। ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ସେ ଆଇ ଲଭ ମାଇଁ ଇଣ୍ଡିଆ ଚଳଚ୍ଚିତ୍ର ରୁ ନିଜର ଅଭିନୟ ଆରମ୍ଭ କରିଥିଲେ।
କେବଳ ଓଲିଉଡ ନୁହଁ ବରଂ ବଲିଉଡ୍ ରେ ମଧ୍ୟ ନିଜର ଅଭିନୟ ର କମାଲ ଦେଖାଇ ତାଙ୍କ କଳା ର ଛାପ ଛାଡି ଯାଇଛନ୍ତି ଏହି ସୁପରଷ୍ଟାର ଜଣଙ୍କ। ଏହାଛଡା ହିନ୍ଦୀ ଟିଭି ଜଗତରେ ସେ ଜଣେ ଜଣାଶୁଣା ଅଭିନେତା ଅଟନ୍ତି। ଟିଭିର ଦୈନିକ ଧାରାବାହିକ ମେହେର , ସ୍ତ୍ରୀ -ତେରୀ କାହାନି, କୁମ୍କୁମ୍, ୱାରିସ୍, ପ୍ରତୀମା ଏବଂ ” କିଆ ହୁଆ ତେରା ୱାଡା” ସହିତ ବହୁ ସଫଳ ସିରିଏଲ ମାନଙ୍କରେ କାମ କରିଛନ୍ତି । ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ନିକଟ ଅତୀତରେ ରିଲିଜ ହୋଇଥିବା ଚଳଚିତ୍ର “ଶ୍ରୀମାନ ସୁରଦାସ ” ରେ ମଧ୍ୟ ବୁଦ୍ଧାଦିତ୍ୟ ନଜରରେ ଆସିଥିଲେ । ସେ ତରଙ୍ଗର ଲୋକପ୍ରିୟ ରିଆଲିଟି ଶୋ “ସାଧବ ବୋହୁ” ର ମଧ୍ୟ ହୋସ୍ଟ ଅଟନ୍ତି।
ତାଙ୍କର ପ୍ରେମ ସଂପର୍କକୁ ନେଇ ଅନେକ ଚର୍ଚ୍ଚା ହେଉଥିଲେ ମଧ୍ୟ ଏହାକୁ ମନା କରନ୍ତି ଏହି ଅଭିନେତା। ଏବେଯାଏଁ କାହିଁକି ବିବାହ କରି ନାହାନ୍ତି ତାକୁ ନେଇ ତାଙ୍କ ପ୍ରଶଂସକ ମାନଙ୍କ ମନରେ ବଡ଼ ପ୍ରଶ୍ନ ରହିଥିବା ବେଳେ,ସେ କୁଆଡେ ତାଙ୍କର ପ୍ରେମିକା ଠାରୁ ଧୋକା ଖାଇବା ପରେ ବିବାହ ନକରିବାକୁ ମନସ୍ଥ କରିଥିବା କଥା ଚର୍ଚ୍ଚା ହେଉଛି। ଯାହାର କୌଣସି ସତ୍ୟତା ଆମ ପାଖରେ ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।