Odisha News Portal

ଆସିଲା ଅମ୍ଲାନ୍ ଙ୍କ ସ୍ତ୍ରୀ ନଦୀକୁ ଢେଇିଁବାର ପ୍ରକୃତ ସତ୍ୟତା ! କିଏ ନଦୀକୁ ଠେଲିଲା ମିହିର ଦାସଙ୍କ ବୋହୁଙ୍କୁ ? ପଢନ୍ତୁ ସଂମ୍ପୂର୍ଣ୍ଣ ଘଟଣା…..

ଅଲିଉଡର ଜଣେ ବରିଷ୍ଠ ତଥା ପ୍ରତିଭାବାନ ଅଭିନେତା ହେଉଛନ୍ତି ମିହିର ଦାସ ଏବଂ ତାଙ୍କ ପୁଅ ହେଉଛନ୍ତି ଅମ୍ଳାନ ଦାସ । ତେବେ ଅମ୍ଳାନ ଦାସ ମଧ୍ୟ ଅଲିଉଡର ଜଣେ ଜଣାଶୁଣା ତଥା ଲୋକପ୍ରିୟ ଅଭିନେତା । ଅମ୍ଳାନ ପ୍ରଥମେ ଫିଲ୍ମ ‘ଟାର୍ଗେଟ’ ମାଧ୍ୟମରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ସେ ଏହି ଚଳଚିତ୍ରରେ ଅଭିନୟ କରି ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିପାରିଛନ୍ତି । ତେବେ ବର୍ତ୍ତମାନ ସମୟରେ ମଧ୍ୟ ସେ ତାଙ୍କର ଅଭିନୟକୁ ଜାରୀରଖିଛନ୍ତି । ଆଉ ବାପାଙ୍କ ଭଳି ସେ ମଧ୍ୟ ତାଙ୍କ ଅଭିନୟକୁ ବହୁତ ଭଲପାଇଥାନ୍ତି ଏବଂ ଅଭିନୟ ଦୁନିଆରେ ବାପାଙ୍କ ପରି ନିଜର ଗୋଟିଏ ସ୍ବତନ୍ତ୍ର ସ୍ଥାନ ତଥା ନାଁ କରିବା ପାଇଁ ଚାହାଁନ୍ତି ।

କିନ୍ତୁ ବର୍ତ୍ତମାନ ବଡ଼ ଦୁଃଖର ଖବର କି ତାଙ୍କ ପରିବାର ଉପରକୁ ଏକ ଦୁଃଖର ପାହାଡ଼ ମାଡ଼ିଆସିଛି । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରହିଟ କାଳାକାର ଅମ୍ଳାନ ଦାସଙ୍କ ପତ୍ନୀ ବା ମିହିର ଦାସଙ୍କ ବୋହୁ ଭୂମିକା ଦାସ ନଦୀରେ ପଡିଯାଇଥିବାର ଖବର ଏବେ ସାରା ଓଡ଼ିଶାରେ ଚହଳ ପକାଇଛି ।

ଅମ୍ଳାନଙ୍କ ସ୍ତ୍ରୀ ନଦୀରେ ପଡିଯିବା ପରେ ତାଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବିଶେଷ ସୂତ୍ରରୁ ପ୍ରକାଶ କି , ଅମ୍ଳାନଙ୍କ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମକରି ନଦୀକୁ ଡେଇଁ ପଡ଼ିଥିଲେ । ଏହାପରେ ଘଟଣା ସ୍ଥଳରେ ଥିବା କିଛି ଲୋକମାନେ ଏହା ଦେଖି ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ ।

ଏହି ପରିପେକ୍ଷିରେ ଅମ୍ଳାନଙ୍କୁ ଘଟଣା ବିଷୟରେ ପଚରା ଯାଇଥିଲେ ମଧ୍ୟ ଅମ୍ଳାନ ଘଟଣା ଟିକୁ ଲୁଚେଇବାକୁ ଚେଷ୍ଟା କରିଥିଲେ । ସେ କହିଥିଲେ ପୂଜା ସାମଗ୍ରୀ ବିସର୍ଜନ କରିବା ପାଇଁ ସେ ଏବଂ ତାଙ୍କ ପତ୍ନୀ ଭୂମି୍କା ଏକାଠି ମିଶି ମହାନଦୀ ନୂଆପାଟଣା ବ୍ରିଜକୁ ଯାଇଥିଲେ ।

କିନ୍ତୁ ଗାଡିରୁ ଓହ୍ଲାଇ ତାଙ୍କ ପତ୍ନୀ ଭୂମି୍କା ଫୁଲ ପକାଇବା ବେଳେ ତାଙ୍କ ମୁଣ୍ଡ ବୁଲାଇ ଦେଲା, ତେଣୁ ତାଙ୍କ ଗୋଡ ଖସି ଗଲା । ତେବେ ପାରିବାରିକ କଳହକୁ କଥାକୁ ଅଭିନେତା ଅମ୍ଲାନ ଦାସ ,ସଂମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି । ସେ ମଧ୍ୟ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କର ହାତ ସ୍ଲିପ୍ କରି ଯାଇ ଥିଲା ଏବଂ ତାଙ୍କ ହାତ ମଧ୍ୟ ଖଣ୍ଡିଆ ହୋଇ ଯାଇଥିଲା । ଅମ୍ଳାନ କହିଥିଲେ ଯେ ତାଙ୍କ ପତ୍ନୀ ଟିକେ ସୁସ୍ଥ ହେଲେ ଆପଣ ମାନେ ତାଙ୍କୁ ଏ ବିଷୟରେ ପଚାରିପାରିବେ ।


ଏହାପରେ ଅମ୍ଳାନଙ୍କ ସ୍ତ୍ରୀ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଘଟଣା ବିଷୟରେ ମୁହଁ ଖୋଲିଛନ୍ତି । ସେ ନିଜର ମନ୍ତବ୍ୟରେ କହିଛନ୍ତି କି , ‘ଏହା ଏକ ଦୁର୍ଘଟଣା ଥିଲା ଓ ମୁଁ ଉପବାସ କରିଥିଲି , ତେଣୁ ମୋ ମୁଣ୍ଡ ବୁଲାଇଦେବାରୁ ମୁଁ ପୋଲ ଉପରୁ ଖସିପଡିଥିଲି ‘। କିନ୍ତୁ ଅମ୍ଳାନଙ୍କ ସ୍ତ୍ରୀ ଭୂମିକା ଦାସ କାହିଁକି ପହଁରିବାକୁ ଚେଷ୍ଟା କରିନଥିଲେ ବୋଲି ପ୍ରଶ୍ନ କରିବାରୁ , ସେ କହିଥିଲେ କି , ମୋର କିଛି ଆହୁରି କାମ କରିବା ପାଇଁ ବାକି ଅଛି , ଏହାପରେ ଆମେଦୁହେଁ ନିଜର ପ୍ରତିକ୍ରିୟା ଦେଇପାରିବୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।