Odisha News Portal

କିଏ ଏହି ଅମ୍ରିତ ? ଯାହାଙ୍କ ପାଇଁ ବଢୁଛି ଏତେ ସହାୟତାର ହାତ, ତାଙ୍କ ବିଷୟରେ ଜାଣିଲେ ଗୋଡ ତଳୁ ମାଟି ଖସିଯିବ…

ଏବେ ଜଣେ ଯୁବକଙ୍କୁ ନେଇ ଚର୍ଚ୍ଚା ବେଶ୍ ଜୋର୍ ଧରିବାରେ ଲାଗିଛି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ବିଷୟରେ ଅନେକ କଥା ଶୁଣିବାକୁ ମିଳୁଛି। ତେବେ ଏହାର କାରଣ ହେଉଛି ତାଙ୍କର ଚିକିତ୍ସା ପାଇଁ କରା ଯାଇଛି ସ୍ଵତନ୍ତ୍ର ବ୍ୟବସ୍ଥା।ଏହି ଯୁବକ ଜଣଙ୍କ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଏବଂ ପରେ ଗୁରୁତର ହୋଇ ପଡ଼ିଲେ।ଆଉ ପରେ ଏହି ରୋଗୀଙ୍କୁ ଗୁରୁବାର ଗ୍ରୀନ କରିଡରେ ଭୁବନେଶ୍ୱର ବିମାନ ବନ୍ଦରକୁ ଅଣା ଯାଇଥିଲା। ପରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ରେ ଚେନ୍ନାଇ ନିଆ ଯାଇଛି।ତେବେ ତାଙ୍କ ପାଇଁ ଏ ସ୍ଵତନ୍ତ୍ର ବ୍ୟବସ୍ଥା କଣ ପାଇଁ। କିଏ ସେ ବ୍ୟକ୍ତି? ସେ ଜଣେ ରାଜନେତା ନା କୋଟି ପତି ବାପର ପୁଅ ? ଏହାକୁ ନେଇ ଏବେ ସମସ୍ତଙ୍କ ମନରେ ଏକ ବଡ଼ ପ୍ରଶ୍ନ ଉଠିବାରେ ଲାଗିଛି।

ତେବେ ଏହି ଯୁବକ ଜଣଙ୍କ ହେଲେ ବ୍ରହ୍ମପୁରର ଅମ୍ରିତ ପ୍ରଧାନ। ସୂଚନା ଅନୁସାରେ ଏକ ୬ ଜଣିଆ ଡାକ୍ତରୀ ଦଳଙ୍କ ତତ୍ତ୍ୱାବଧାନ ରେ ଏକ ସ୍ବତନ୍ତ୍ର ବିମାନ ଯୋଗେ ଅମ୍ରିତ ଙ୍କୁ ଚେନ୍ନାଇ ସ୍ଥିତ ଆପୋଲୋକୁ ସ୍ଥାନାନ୍ତର କରା ଯାଇଛି। କରନା ରେ ଆକ୍ରାନ୍ତ ହେବା ପରେ ତାଙ୍କର ସ୍ବାସ୍ଥ୍ୟ ବସ୍ଥା ବିଗିଡ଼ିବା ପରେ ତାଙ୍କର ଚିକିତ୍ସା ପାଇଁ ଚେନ୍ନାଇକୁ ନିଆ ଯାଇଛି। ଅମ୍ରିତଙ୍କ ଚିକିତ୍ସା ପାଇଁ ବର୍ତ୍ତମାନ କୋଟିଏରୁ ଅଧିକ ଟଙ୍କା ଦରକାର ହେଉଥିବା ବେଳେ ଏତେ ଟଙ୍କା ଦେବାପାଇଁ ପରିବାର ଲୋକ ସକ୍ଷମ ନୁହନ୍ତି। ଏଥିପାଇଁ ସେମାନେ ରାଜ୍ୟ ସରକାରଙ୍କୁ ସହାୟତା ଯୋଗାଇ ଦେବାକୁ ଗୁହାରୀ କରିବା ସହିତ ସୋସିଆଲ ମିଡିଆରେ ଅମ୍ରିତଙ୍କ ପାଇଁ ପାଣ୍ଠି ସଂଗ୍ରହ କରା ଯାଉଛି।

ଏଥିପାଇଁ ଏକ ଗୁଗୁଲ୍ ପେ ଏବଂ ଫୋନ୍ ପେ ନମ୍ବର ଦିଆ ଯାଇଛି।ବିଭିନ୍ନ ବ୍ୟକ୍ତି ବିଶେଷ ତାଙ୍କ ଚିକିତ୍ସା ପାଇଁ ଏହା ମାଧ୍ୟମରେ ଦାନ ମଧ୍ଯ କରୁଛନ୍ତି।ତେବେ ଗତ ମାସ ୨ ତାରିଖରେ ଅମ୍ରିତ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିଥିଲା।ଏହାପରେ ଗତ ୧୨ ତାରିଖରୁ ସେ ଭେଣ୍ଟିଲେଟରରେ ରହିଥିଲେ ଏବଂ ଏହା ପରେ ସେ ନିମୋନିଆ ଓ ସେପଟିସେମିଆରେ ପୀଡିତ ହେବାଦ୍ବାରା ତାଙ୍କର ଫୁସଫୁସର କିଛି ଅଂଶ ନଷ୍ଟ ହେବାରେ ଲାଗିଥିଲା।ଆଉ ଏହି ସ୍ଥିତି ଜଟିଳ ହେବା କାରଣରୁ ତାଙ୍କୁ ସ୍ଥାନାନ୍ତର କରିବାକୁ ଡାକ୍ତରୀ ଦଳ ପରାମର୍ଶ ଦେଇଥିଲେ।

ଆଉ ଏହା ପରେ ଚେନ୍ନାଇ ଆପୋଲୋରୁ ଏକ ଡାକ୍ତରୀ ଦଳ ଭୁବନେଶ୍ୱର ଏମ୍ସରେ ପହଁଚି ସେମାନେ ଏହାର ବ୍ୟବସ୍ଥା କରିବା ପରେ ଭୁବନେଶ୍ୱରରୁ ଚେନ୍ନାଇକୁ ସ୍ବତନ୍ତ୍ର ବିମାନ ଯୋଗେ ଅମ୍ରିତଙ୍କୁ ଏୟାରଲିଫ୍ଟ କରା ଯାଇଥିଲା।ସେଠାରେ ଅମ୍ରିତଙ୍କ ଫୁସଫୁସ ପ୍ରତିରୋପଣ କରା ଯାଇପାରେ ବୋଲି ଜଣା ପଡ଼ିଛି। ତେବେ ଆପଣ ମଧ୍ୟ ଚାହିଁଲେ ତାଙ୍କୁ ସହାୟତା ର ହାତ ବଢ଼ାଇ ପାରିବେ। ଏଥିପାଇଁ ଆପଣ ଏହି ନମ୍ବର ରେ ଗୁଗଲ ପେ କିମ୍ବା ଫୋନ୍ ପେ କରି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।