Odisha News Portal

ଶାସ୍ତ୍ର ପୁରାଣ ଅନୁସାରେ କିନ୍ନର ମାନଙ୍କର ସୃଷ୍ଟି କେବେ ହୋଇଥିଲା ଏବଂ କାହିଁକି ହୋଇଥିଲା , କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ! ସାବଧାନ…

0 7

ଆଜି ଆମେ ଜାଣିବା ଶାସ୍ତ୍ର ପୁରାଣ ଅନୁସାରେ କିନ୍ନର ମାନଙ୍କର ସୃଷ୍ଟି କିପରି ହୋଇଥିଲା । ମଣିଶ ଭଳି କିନ୍ନର ମଧ୍ୟ ଦୁଇ ପ୍ରକାରର ହୋଇଥାନ୍ତି । ପ୍ରଥମଟି ହେଉଛି କିନ୍ନର ଯାହକୁ କିନ୍ନ ପୁରୁଷ କୁହାଯାଏ, 2ୟରେ ହେଉଛି କିନ୍ନରୀ କିନ୍ନ ପୁରୁଷୀ କୁହାଯାଏ । ଏହି କିନ୍ନର ମାନଙ୍କ ସୃଷ୍ଟି କିପରି ହେଲା ଏବଂ କେଉଂ କାରଣ ପାଇଁ ହୋଇଥିଲା ଚାଲନ୍ତୁ ଜାଣିବା । ବହୁ ପୁରାତନ କାଳରେ ପ୍ରଜାପତି କର୍ଦ୍ଧମଙ୍କ ଇଲ୍ ନାମକ ପୁତ୍ର ଥିଲେ । ଦିନେ ରାଜା ତାଙ୍କ ସୈନିକମାନଙ୍କ ସହିତ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ , କିଛି ପଶୁପକ୍ଷୀଙ୍କର ଶିକାର କରିବା ପରେ ମଧ୍ୟ ରାଜା ଇଲଙ୍କର ମନ ଭରିଲା ନାହିଁ ।

ଆଉ ସେ ଶିକାର କରିକରି ଗୋଟିଏ ପର୍ବତ ପାଖରେ ପହଞ୍ଚିଗଲେ । ଯେଉଁଠାରେ ଭଗବାନ ଶିବ ପତ୍ନୀ ପାର୍ବତୀଙ୍କ ସହିତ ବିଳାସବ୍ୟସନରେ ବୁଡି ରହିଥିଲେ । ପାର୍ବତୀଙ୍କୁ ପ୍ରସନ୍ନ କରିବା ପାଇଁ ଶିବ ନିଜେ ନିଜକୁ ସ୍ତ୍ରୀ ରୂପ ଧାରଣ କରିଥିଲେ ।

ଶିବ ସ୍ତ୍ରୀ ରୂପ ଧାରଣ କରିବା ମାତ୍ରେ ହିଁ ଜଙ୍ଗଲରେ ଥିବା ସମସ୍ତ ପୁଲିଙ୍ଗ ପଶୁପକ୍ଷୀ, ଫୁଲ ଆଦି ସ୍ତ୍ରୀଲିଙ୍ଗ ପାଲଟିଗଲେ । ଆଉ ସେହି ବଣକୁ ଯାଇଥିବା ରାଜା ଇଲ୍ ଏବଂ ତାଙ୍କର ସମସ୍ତ ସୈନିକ ସ୍ତ୍ରୀ ହୋଇଯାଇଥିଲେ । ନିଜକୁ ସ୍ତ୍ରୀ ରୂପରେ ଦେଖି ରାଜା ଇଲଙ୍କର ମନ ଦୁଃଖ ହେଲା । ଯେତେବେଳେ ଜାଣିଲେ ଏହିସବୁ ଶିବଙ୍କ ଇଚ୍ଛାରେ ହୋଇଚି ସେତେବେଳେ ସେ ଆହୁରି ଭୟଭୀତ ହୋଇଗଲେ ।

ଏହାପରେ ସ୍ତ୍ରୀ ରୂପି ରାଜା ଇଲ୍ ଶିବଙ୍କ ଶରଣରେ ପହଞ୍ଚିଲେ ଏବଂ ଶିବ ଇଲ୍ ଙ୍କୁ କହିଲେ ପୁରୁଷତ୍ବ ଛାଡି କରି ଯେଉଁବି ବର ମାଗିପାରିବ । କିନ୍ତୁ ଏହାକୁ ଛାଡି ସେ ଆଉ କିଛି ବର ମାଗିଲେ ନାହିଁ , ତାପରେ ସେ ପାର୍ବତୀଙ୍କୁ ପ୍ରସନ୍ କରିବାକୁ ଲାଗିଲେ । ପାର୍ବତୀ ପ୍ରସନ୍ନ ହୋଇ କହିଲେ ତୁମେ ଯେଉଁ ପୁରୁଷତ୍ବ ପ୍ରାପ୍ତିର ବର ଚାହୁଁଛ ତାହାର ଅଧାଭାଗର ଦାତା ହେଉଛନ୍ତି ମହାଦେବ, ତେଣୁ ମୁଁ ତୁମକୁ କେବଳ ଅଧାଭାଗର ବରଦାନ ଦେଇପାରିବି । ଅର୍ଥାତ ତୁମେ ଅଧାଜୀବନ ପୁରୁଷ ଏବଂ ଅଧାଜୀବନ ସ୍ତ୍ରୀ ହୋଇ ରହିବ

ଏହାପରେ ରାଜା ଇଲ୍ କହିଲେ ମୁଁ ଗୋଟିଏ ମାସ ପୁରୁଷ ଏବଂ ଗୋଟିଏ ମାସ ସ୍ତ୍ରୀ ରୂପରେ ରହିବାକୁ ଚାହୁଁଛି , ତାପରେ ପାର୍ବତୀ ତଥାସ୍ତୁ କହିବା ସହିତ କହିଲେ ଯେତେବେଳେ ତୁମେ ସ୍ତ୍ରୀରୂପରେ ତୁମର ପୁରୁଷ ଜୀବନର କୌଣସି କଥା ମନେ ରହିବନି କିମ୍ବା ପୁରୁଷ ରୂପରେ ରହିଲେ ସ୍ତ୍ରୀ ଜୀବନର କଥା ମନେ ରହିବନି ।


ଦିନେ ସମସ୍ତ ସୈନିକ ନିଜର ସ୍ତ୍ରୀରୂପରେ ସ୍ତ୍ରୀରୂପି ଇଲାଙ୍କ ସହିତ ବିଚରଣ କରୁଥିବା ବେଳେ ଚନ୍ଦ୍ରମାଙ୍କ ପୁତ୍ର ବୁଧଙ୍କ ଆଶ୍ରମରେ ପହଞ୍ଚି ଯାଇଥିଲେ । ବୁଧ କହିଲେ କି ତୁମେ ସବୁ କିନ୍ନପୁରୁଷୀ ଏହି ପର୍ବତରେ ନିଜର ନିବାସ ବନେଇଦିଅ । ଆଗକୁ ଯାଇ ତୁମେ ସବୁ ସ୍ତ୍ରୀ କିନ୍ନପୁରୁଷ ପତିଙ୍କୁ ପ୍ରାପ୍ତ କରିବ । ବୁଧଙ୍କର ଏହି୍ କଥା ଶୁଣି ସବୁ ସ୍ତ୍ରୀରୂପି ସୈନିକ ସେହି ପର୍ବତ ଉପରେ ରହିବାକୁ ଲାଗିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।