Odisha News Portal

କିଏ ସେ ବିଜେଡ଼ି ର ମହିଳା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ଯାହାଙ୍କ କଥା କହିଲେ ବିଜେଡ଼ି ରୁ ବହିଷ୍କୃତ ନେତା ପ୍ରଦୀପ ପାଣିଗ୍ରାହୀ, ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ……

ବର୍ତ୍ତମାନ ର ସବୁଠୁ ବହୁତ ବଡ ଖବର । କିଏ ସେ ବିଜେଡ଼ି ର ମହିଳା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ଯାହାଙ୍କ କଥା କହିଲେ ବିଜେଡ଼ି ରୁ ବହିଷ୍କୃତ ନେତା ପ୍ରଦୀପ ପାଣିଗ୍ରାହୀ । ତେବେ ନିର୍ବାଚନ ଫଳ ଏବଂ ଉପ ନିର୍ବାଚନ ଫଳ ବିଜୁ ଜନତା ଦଳକୁ କେବଳ ଆନନ୍ଦିତ କରି ନାହିଁ ବରଂ ବହୁତ ସାରା ଆଶ୍ୱସ୍ତି ମଧ୍ୟ ପ୍ରଦାନ କରିଛି । ଏହା ସହିତ ଭବିଷ୍ୟତ ରଣନୀତି ନିର୍ଦ୍ଧାରଣ ପାଇଁ ବାଟ ମଧ୍ୟ ଖୋଲି ଦେଇଛି ।ତେବେ ସବୁ ଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ନବୀନ ବାବୁଙ୍କ ଉତ୍ତରାଧିକାରୀ ଙ୍କ ଘୋଷଣାର ବାଟ ଖୋଲି ଦେଇଛି ।

ତେବେ ବିଜେଡ଼ିରୁ ବହିଷ୍କୃତ ହେବା ପରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଗୋପାଳପୁର ବିଧାୟକ ବିଜେଡ଼ି ସହ ଲାଗି ରହିଥିବା ଦ୍ଵନ୍ଦ ଏବଂ ଗୋଷ୍ଠୀ କନ୍ଦଳ ସହ ଅନେକ ଭିତିରି କଥା ବି ସର୍ବ ସମ୍ମୁଖରେ କହିଛନ୍ତି। ଅବଶ୍ୟ ବିଜେଡ଼ିରୁ ବହିଷ୍କୃତ ହେବା ପରେ ଏହା ତାଙ୍କର ବ୍ୟକ୍ତିଗତ, ମନ ଗଢା ମନ୍ତବ୍ୟ ମଧ୍ୟ ହୋଇ ଥାଇପାରେ। କିନ୍ତୁ ତାଙ୍କର କିଛି ମନ୍ତବ୍ୟ ବେଶ୍ ଗୁରୁତ୍ୱ ରଖୁଛି ରାଜ୍ୟ ରାଜନୀତିରେ। ଯାହା ରାଜନୈତିକ ମହଲରେ ବେଶ୍ ସରଗରମ ହେବାରେ ଲାଗିଛି ଏବଂ ଚର୍ଚ୍ଚାର ଶୀର୍ଷକ ମଧ୍ୟ ପାଲଟିଛି।

ରାଜ୍ୟ ରାଜନୀତିରେ ପ୍ରଦୀପ ପାଣିଗ୍ରାହୀ ଜଣେ ଅଭିଜ୍ଞତା ସଂମ୍ପନ୍ନ ବ୍ୟକ୍ତି ଥିଲେ । ରାଜନୀତିରେ ସେ ବେଶ୍ ପୁରୁଣା ଏବଂ ବରିଷ୍ଠ ତଥା ଅଭିଜ୍ଞ ନେତା ଅଟନ୍ତି । ତାଙ୍କର ,20 ବର୍ଷର ଅଭିଜ୍ଞତାରୁ ସେ ଯାହା ବି ସବୁ ଜାଣିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖ ଲୋକ ଭାବରେ ତାଙ୍କର ଯେତିକି ଜ୍ଞାନ ରହିଚି ତାହା କେବେବି ଏକ ଭୁଲ୍ ବିବୃତ୍ତି ଦେଇ ନପାରେ ବୋଲି ଅନେକ ଚର୍ଚ୍ଚା କରୁଛନ୍ତି।

ତେବେ ପ୍ରଦୀପ ଯେଉଁ କହିଛନ୍ତି, ଦଳରେ ଆଉ ପୁରୁଖା ନେତା କେହି ନାହାନ୍ତି ଯେଉଁ ମାନଙ୍କର ବିଜେଡି ଗଠନରେ ପ୍ରମୁଖ ଭୂମିକା ରହିଥିଲା।ଆଉ ସେମାନେ ଜଣେ ନାରୀ ବା ମହିଳା ଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଯେଉଁ ତିଆରି କରିବାକୁ ଚାହୁଁଥିଲେ ସେମାନେ ପ୍ରାୟତଃ ଆଉ ନାହାଁନ୍ତି। ପ୍ରଦୀପ ପାଣିଗ୍ରାହୀଙ୍କ ଅନୁସାରେ ଭବିଷ୍ୟତରେ ଓଡ଼ିଶାରେ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ପାଇଁ ଯେଉଁ ଏଷ୍ଟାବ୍ଲିସ୍ ଲୋକମାନେ ବିଜୁ ଜନତା ଦଳରେ ଥିଲେ, ତାଙ୍କୁ ସବୁ ବିଦା କରାଯାଇଛି। ଆଉ ଏହି କଥା ପରେ ଏବେ ଚର୍ଚ୍ଚା ଜୋର ଧରିଛି ଯେ କିଏ ସେ ମହିଳା ଯାହାଙ୍କର କଥା ପ୍ରଦୀପ କହୁଛନ୍ତି।

ପ୍ରଦୀପ ଏହା ମଧ୍ୟ କହିଛନ୍ତି ଯେ ସେହି ମହିଳା ଜଣଙ୍କୁ ଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ କୁଆଡେ ଜୋରଦାର ଚେଷ୍ଟା କରାଯାଉଛି ଏବଂ ଯେଉଁ କାରଣ ପାଇଁ ରାଜ୍ୟ ରାଜନୀତିରେ ମହିଳା ମାନଙ୍କୁ ଅଧିକ ସୁଯୋଗ ଦିଆ ଯାଉଛି । ଏହା ସହିତ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ମଧ୍ୟ କରାଯାଉଛି ବିଜୁ ଜନତା ଦଳ ତରଫରୁ। ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ରେ ଚର୍ଚ୍ଚା ଜୋର୍ ଧରିଛି ଯେ କିଏ ସେ ମହିଳା ଯାହାଙ୍କୁ ବିଜେଡ଼ି ଦଳରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ପ୍ରସ୍ତୁତ କରୁଛି। କିନ୍ତୁ ତାହା ଜଣାପଡିନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।