Odisha News Portal

ଖୁସି ଖବର – ଆଉ ଭୋକରେ ରହିବେନି କେହି ! ଅପରାଜିତା କଲେ ” ଅର୍ଣ୍ଣପୂର୍ଣ୍ଣା ” ଯୋଜନାର ଶୁଭାରମ୍ଭ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

0 45

ସରକାର ସର୍ବଦା ଲୋକମାନଙ୍କର ଉନ୍ନତି ପାଇଁ କାମ କରିଥାନ୍ତି , ସାଧାରଣ ଗରିବ ଲୋକମାନେ କିପରି ଭଲରେ ରହିବେ ଏଥିପାଇଁ ସେ ଯଥେଷ୍ଟ କାମ କରିଥାନ୍ତି । ସେମାନଙ୍କଉ ଉନ୍ନତି ପାଇଁ ଅନେକ ଯୋଜନା ମାନ ପ୍ରତିଷ୍ଟା ମଧ୍ୟ କରିଥାନ୍ତି । ଯେଉଁ ଯୋଜନାର ଲାଭ ଗରିବ ଲୋକମାନେ ଉଠେଇ ପାରିବେ ଏବଂ ତାହା ଦ୍ୱାରା ସେମାନଙ୍କୁ ଅନେକ ଲାଭ ମଧ୍ୟ ମିଳିପାରିବ । କାରଣ ଆମ ଦେଶରେ ଏମିତି ମଧ୍ୟ ଲୋକମାନେ ରହିଛନ୍ତି ଯେଉଁମାନେ କି ବହୁତ ଦୁଃଖ , କଷ୍ଟରେ ନିଜର ଜୀବନ ଅତିବାହିତ କରୁଛନ୍ତି ଏପରିକି ସେମାନେ ଦିନକୁ ଦିମୁଠା ଖାଇବାକୁ ମଧ୍ୟ ଭଲରେ ପାଆନ୍ତି ନାହିଁ ।

ଦେଶ ଅନେକ ଉନ୍ନତି ଲାଭ କଲାଣି ତଥାପି କେତେକ ଲୋକମାନେ ମଧ୍ୟ ଏବେ ବି ଅନ୍ଦାରରେ ରହିଛନ୍ତି , କେତେକ ସମୟରେ ସେମାନେ ସରକାରଙ୍କର ଯୋଜନାର ପ୍ରକୃତ ଲାଭ ମଧ୍ୟ ଉଠେଇ ପାରନ୍ତି ନାହିଁ ।

ତଥାପି ଆଗ ଅପେକ୍ଷା ଏବେ ଦେଶରେ ଗରିବର ହ୍ରାସ ହେବାରେ ଲାଗିଛି , ଲୋକମାନେ ଏବେ ନିଜେ ଆୟ କରି ନିଜକୁ ଚଲେଇ ପାରୁଛନ୍ତି ଏବଂ ସରକାରଙ୍କର ଦ୍ୱାରା ପରିଚିଳିତ ସମସ୍ତ ଯୋଜନାର ଲାଭ ମଧ୍ୟ ଉଠେଇ ପାରୁଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ କତା ବିଷୟରେ କହିବୁ ଯେଉଁ ଯୋଜନା ଦ୍ୱାରା ଏବେ କୌଣସି ବି ଲୋକ ଭୋକିଲା ରହିବେ ନାହିଁ ସମସ୍ତଙ୍କୁ ଏବେ ଅନ୍ନ ମିଳିବ , ୟାହା ଦ୍ୱାରା ସମସ୍ତେ ଟିକେ ସୁସ୍ଥ ଜୀବନ ଯାପନ କରିବେ ।


ଆମେ ଆପଣ ମାନଙ୍କୁ ଯେ ଯୋଜନା ବିଷୟରେ କହୁଛୁ ତାହା ହେଉଛି ଅନ୍ନପୂର୍ଣ୍ଣ ଯୋଜନା , ୟାହକୁ ଭୁବନେସ୍ୱର ସାଂସଦ ଅପରାଜିତା ଷଡଙ୍ଗି ଆରମ୍ଭ କରିଛନ୍ତି । ତେବେ ଏହି ଯୋଜନାରେ ଆପଣ ମାନଙ୍କୁ କେବଳ 1 ଟଙ୍କା ଦେବାକୁ ପଡିବ ଏବଂ 1 ଟଙ୍କା ହେଲେ ଆପଣଙ୍କୁ ଅନ୍ନ ମିଳିପାରିବ । ମାତ୍ର ଅପରାଜିତାଙ୍କର ଏହି ଯୋଜନାକୁ ବିଏମସି ବହୁତ ବିରୋଧ କରୁଛି । ତେବେ ଅପରାଜିତା ତାହାର ଉତ୍ତରରେ କହିଛନ୍ତି କି ସେ କହିଛନ୍ତି ଯେ ଏହି ଅନ୍ନପୂର୍ଣ୍ଣା ଯୋଜନା ସଂପୂର୍ଣ୍ଣ ମାଗଣା ନୁହଁ।

ଏଥିପାଇଁ ଲୋକଙ୍କୁ 1 ଟଙ୍କା ଦେବାକୁ ପଡିବ ଫଳରେ ଏହି ଯୋଜନା ର ଲାଭ ମିଳିବ। ତେବେ ତାଙ୍କର ଏହି ଯୋଜନା ର ଉଦ୍ଦେଶ୍ୟ ଏହା ରହିଛି ଯେ ଆମ ରାଜ୍ୟରେ କେହି ଭୋକିଲା ରହିବେ ନାହିଁ । ଆଉ ଏଥିପାଇଁ ଆରମ୍ଭ ହୋଇଛି ଅନ୍ନପୂର୍ଣ୍ଣା ଯୋଜନା । ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଛନ୍ତି ଗରିବ, ଦିନ ମଜୁରିଆ, ଖଟିଖିଆ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।