Odisha News Portal

ଖୁସି ଖବର – ଲାଡଲି ଯୋଜନା : ଝିଅ ଜନ୍ମ ହେବା ପରେ 36000 ଟଙ୍କା ଦେବେ ସରକାର , ଜାଣନ୍ତୁ କେମିତି ପାଇବେ ଏବଂ କଣ ପ୍ରମାଣପତ୍ର ଆବଶ୍ୟକ ….ସେୟାର କରି ଜଣାନ୍ତୁ…

ଯୁଗ ବଦୁଳୁଛି ଆଉ ଯୁଗ ବଦଳିବା ସହିତ ଲୋକ ମାନଙ୍କର ଚିନ୍ତାଧାରା ମଧ୍ୟ ବଦଳିବାରେ ଲାଗିଛି । ତେବେ ଆଗ କାଳରେ ଲୋକମାନେ ଘରେ ଝିଅ ଜନ୍ମକୁ ଅଭିଶାପ ବୋଲି ଭାବୁଥିଲେ ତେଣୁ ଅନେକ ଭ୍ରୁଣ ହତ୍ୟା ମଧ୍ୟ ହେଉଥିଲା । ତେବେ ଆଜିର ଆଧୁନିକ ଯୁଗରେ ମଧ୍ୟ ଏହା ଅନେକ ଅଂଶରେ ଦେଖାଯାଏ । ଏମିତି ବି ଅନେକ ଲୋକ ଅଛନ୍ତି , ଯେଉଁ ମାନେ କି ଝିଅ ମାନଙ୍କୁ ଜନ୍ମ ହେବାକୁ ଦେଉ ନାହାନ୍ତି ,ଜନ୍ମ ହେବା ଆଗରୁ ତାକୁ ମାରି ଦେଉଛନ୍ତି । ସେଥିପାଇଁ ମଧ୍ୟ ସରକାର ବହୁତ ନିୟମ ଜାରି କରିଛନ୍ତି । ଯାହା ଫଳରେ ତାହା ବର୍ତ୍ତମାନ ସମୟରେ ଏତେଟା ସଫଳ ହୋଇ ପାରୁନାହିଁ ।

ଝିଅ ଜନ୍ମ ହେଲେ ଘରକୁ ଲକ୍ଷ୍ମୀ ଆସିଲେ ବୋଲି କୁହାଯାଏ କିନ୍ତୁ ସମସ୍ତେ ତାହା ବୁଝି ପାରନ୍ତି ନାହିଁ । ତେଣୁ ସରକାର ଲୋକମାନଙ୍କ ଚିନ୍ତାଧାରା ବଦଳେଇବା ପାଇଂ ବର୍ତ୍ତମାନ ସମୟରେ ଗୋଟିଏ ନୂଆ ଯୋଜନା କରିଛନ୍ତି । ଆଉ ଯାହା ଫଳରେ ଲୋକମାନେ ଆଉ ଝିଅ ଜନ୍ମ ହେଲେ ତାକୁ ହତ୍ୟା କରିବେ ନାହିଁ । ଚାଲନ୍ତୁ ଜାଣିନେବା ସେହି ଯୋଜନାଟି ବିଷୟରେ ।

ବୟସ ସୀମା –

ସରକାର ଝିଅ ଜନ୍ମ କୁ ଆଗକୁ ବଢ଼ାଇବା ପାଇଁ ଏକ ଯୋଜନା କରିଛନ୍ତି । ସରକାର ଏହି ଯୋଜନାରେ ଯେଉଁ ଘରେ ଝିଅ ଜନ୍ମ ହେବ ସେହି ବାପାମାଁଙ୍କୁ 36000 ଟଙ୍କା ଆର୍ଥିକ ସହାୟତା ମିଳିବ । ଏହି ପଇସା ଆପଣ ଙ୍କୁ ଏକ ଥରେ ଦିଆ ଯିବ ନାହିଁ। ଅଲଗା ଅଲଗା ଉପାୟ ରେ ଏହାକୁ ଦିଆ ଯିବ । ଏହି ଟଙ୍କା ଆପଣ ଙ୍କ ଝିଅ ର ପଢା ପାଇଁ ମଧ୍ୟ ଦିଆ ଯିବ ଏବଂ ଏହି ପଇସା ଗୁଡିକ ଆପଣ ଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଆସିବ । ତେବେ ଝିଅର ବୟସ 18 ବର୍ଷ ହେଲା ପରେ ଆପଣ ଏହାକୁ ଦରକାର ସମୟ ରେ କାଢି କାମରେ ଲଗାଇ ପାରିବେ । ଏହି ଯୋଜନାର 36000 ଟଙ୍କା ଦିଆଯିବ ।

ଲାଡଲି ଯୋଜନା ସମ୍ବନ୍ଧୀୟ କିଛି ତଥ୍ୟ –

1. ଏହି ଯୋଜନା ରେ ପ୍ରଥମ କିସ୍ତି ଝିଅ ଜନ୍ମ ହେଲା ବେଳେ ମିଳିବ । ଯଦି ଝିଅ ହସ୍ପିଟାଲ ରେ ହୁଏ ,ତାହାଲେ 11000 ଟଙ୍କା ଦିଆ ଯିବ ଏବଂ ଘରେ ହେଲେ 10,000 ଟଙ୍କା ଦିଆ ଯିବ।

2. ଝିଅ ପ୍ରଥମ ପଢିବା କୁ ଗଲେ ମଧ୍ୟ ସରକାର ସହାୟତା କରିବେ । ଯଦି ଝିଅ ନବମ , ଦଶମ , ଏକାଦଶ ଓ ଦ୍ଵାଦଶ ପର୍ଯ୍ୟନ୍ତ ପଢେ , ତାହାଲେ ସରକାର ପ୍ରତି ଥର 5 ହଜାର ଲେଖାଏଁ ଯୋଗାଇ ଦେବେ।

3. ଏହି ଯୋଜନା ପାଇଁ ଆବେଦନ କରିବାକୁ ପଡିବ । ଆବେଦନକାରୀ ଦିଲ୍ଲୀ ର ନିବାସୀ ହୋଇ ଥିବା ନିହାତି ଆବଶ୍ୟକ ଏବଂ ଘରର ବାର୍ଷିକ ଆୟ ଏକ ଲକ୍ଷ ରୁ କମ ହୋଇ ଥିବା ଦରକାର।

4.ଝିଅ ଦିଲ୍ଲୀ ସରକାର ଙ୍କ ସ୍ୱୀକୃତି ପ୍ରାପ୍ତ୍ ସ୍କୁଲ ରେ ପଢିଲେ ଏହି ସହାୟତ ମିଳିବ। ଆପଣଙ୍କୁ ଏହି ଆବେଦନ ପାଇଁ ଆପଣ ଏସବିଆଇ ସହ ଦେଖା କରିବା ପାଇଁ ପଡିବ।

5. ଦିଲ୍ଲୀ ସରକାରୀ ସ୍କୁଲ ରେ ସାମାଜିକ କଲ୍ୟାଣ ଯୋଜନା ଅଧିକାରୀ ଙ୍କ ଠୁ ସବୁ ତଥ୍ୟ ଜାଣିବାକୁ ପଡିବ।

6. ଝିଅ 18 ବର୍ଷ ହେଲା ପରେ ଆପଣ ଏହି ପଇସା କୁ ବାହାର କରି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।