ଖରାଟା ଏଇନୁ ହେଉଛି ନା ? ଖରା ଛୁଟି ଟା ଏବେ କଲେ ଭଲ ହେବ ନା ଆଉ… କଣ କହୁଛି ଏହି କୁନି ପିଲା… ଦେଖନ୍ତୁ Video

ଏବେ ଚାଲିଛି ସ୍କୁଲରେ ପାଠପଢା। ବର୍ତ୍ତମାନ ହେଉଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ସରକାର୍ ସକାଳୁଆ ସ୍କୁଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଛୋଟ ପିଲା ମାନଙ୍କ ର ଏବେ ସକାଳୁଆ ସ୍କୁଲ୍ ମଧ୍ୟ ହେଉଛି। କିନ୍ତୁ ଖରାଟିଆ ଛୁଟି ନେଇ ସରକାର ଯେଉଁ ଘୋଷଣା କରିଛନ୍ତି ତାହାକୁ ନେଇ ଅନେକ ବିଚାର ବିମର୍ଷ ଜାରି ରହିଛି। ଏହାକୁ ନେଇ ଅନେକ ଅଭିଭାବକ ଏବଂ ଛାତ୍ର ଛାତ୍ରୀ ମାନେ ସନ୍ତୁଷ୍ଟ ନାହାଁନ୍ତି। କାରଣ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ବେଳେ ସରକାର କିନ୍ତୁ ଜୁନ ମାସରେ ସ୍କୁଲ୍ ଛୁଟି ପକାଇବାକୁ ନେଇ ନିଷ୍ପତ୍ତି ନେଇଛନ୍ତି।

ଆଉ ସେତେବେଳେ ଗ୍ରୀଷ୍ମର ପ୍ରବାହ ସାଧାରଣତଃ କମି ଆସିଥିବ। ତେଣୁ ଏବେ ଯଦି ଏହି ଛୁଟି ନେଇ ହୋଇଥିବା ନିଷ୍ପତ୍ତି କୁ ପରିବର୍ତ୍ତନ କରି ମେ ମାସରେ ଏହି ଛୁଟି କୁ ପକାଇବାକୁ ପୁନର୍ବାର ନିଷ୍ପତ୍ତି ନିଆ ଯାଆନ୍ତା ତେବେ ପିଲା ମାନେ ଏତେ ଖରାରେ ଆଉ ଅସୁବିଧାର ସମ୍ମୁଖୀନ ହୋଇ ନଥାନ୍ତେ। ତେବେ ଏହାକୁ ନେଇ କିଛି କୁନି କୁନି ଛାତ୍ର ଛାତ୍ରୀ ଙ୍କ ପ୍ରତିକ୍ରିୟା ଏବେ ସାମ୍ନାକୁ ଆସିଛି। ଦେଖନ୍ତୁ କଣ କହୁଛନ୍ତି ଏହି ଛାତ୍ରଛାତ୍ରୀ ମାନେ। ସେମାନେ କହୁଛନ୍ତି ଜୁନ୍ ରେ ଖରା ପଳେଇବଣୀ, ସେତେବେଳେ ଛୁଟି ଦେଲେ କଣ ହେବ। ଏବେ ଖରାରେ ସ୍କୁଲ ଯିବା ଆସିବା କରିବା କୁ ବହୁତ୍ କଷ୍ଟ ହେଉଛି।

ପିଲାଟି କହୁଛି ଆମକୁ ଖରା ଦିନ ଛୁଟି ଟିକେ ଅଧିକ ଦରକାର୍। କାରଣ ଏବେ ବହୁତ୍ ଖରା ହେଉଛି। ଆମେ ସ୍କୁଲ୍ ଆସି ପାରୁନୁ, ଦେହରୁ ଝାଳ ବୋହୁଛି। ସ୍କୁଲ୍ ଆସିବାକୁ ଇଚ୍ଛା ହେଉନି। ଆସିଲାକୁ ହାଲିଆ ଲାଗୁଚି। ତଥାପି ଆମେ ସ୍କୁଲ୍ ଆସୁଛୁ। ପାଠ ପଢା ହେଉଛି। ସାଇକେଲ ଚଲେଇ ଚଲେଇ ଆମେ ଥକି ଯାଉଛୁ ଅଧା ବାଟରେ। ପାଣି ଖୋଜିଲେ ପାଣି ମିଲେନି। ଏବେ ବହୁତ୍ ଖରା ହେଉଛି। ଯଦି ଆମକୁ ଅଧିକ ଦିନ ଖରାଛୁଟି ମିଳି ପାରନ୍ତା ତେବେ ଭଲ ହୁଅନ୍ତା। ଏହିଭଳି ଭାବରେ କୁନି ଛାତ୍ର ଛାତ୍ରୀ ମାନେ ସ୍କୁଲ ଛୁଟି ପଡ଼ିବାକୁ ନେଇ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗଣମାଧ୍ୟମ ସମ୍ମୁଖରେ।

ତେବେ ଆପଣଙ୍କୁ କହି ରଖୁଛୁ ଯେ କିଛିଦିନ ତଳେ ସରକାର ଏହା କହିଛନ୍ତି ଯେ ଖରା ପାଇଁ ସକାଳେ ୬ ରୁ ୯ ପର୍ଯ୍ୟନ୍ତ ସ୍କୁଲ୍ ହେବ ଏବଂ ଜୁନ୍ ୧ ରୁ ଜୁନ୍ ୧୬ ପର୍ଯ୍ୟନ୍ତ ଖରା ଛୁଟି ପଡ଼ିବ। ତେବେ ଦୀର୍ଘଦିନ ଧରି ସ୍କୁଲ୍ ବନ୍ଦ ରହିଥିବା ବେଳେ ପିଲା ମାନଙ୍କ ପାଠପଢ଼ା କୁ ଦୃଷ୍ଟିରେ ରଖି ସରକାର୍ ସକାଳୁଆ ସ୍କୁଲ୍ ପାଠପଢ଼ା କରି ପିଲା ମାନଙ୍କ ସ୍କୁଲ୍ ଶିକ୍ଷାକୁ ତ୍ଵରାନିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଆଗକୁ ଅଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ରେ ପରିବର୍ତନ ହୋଇପାରେ ବୋଲି କୁହା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment