ଖରା ଦିନରେ ମାତ୍ର ୨ ଦିନ ଏହାକୁ ଲଗାନ୍ତୁ ନା ରହିବ ବ୍ରଣ କଳାଦାଗ… ଚେହେରା କ୍ଷୀର ଭଳି ଚମକିବ…

ଗୋରା ଓ ସୁନ୍ଦର ତ୍ୱଚା ସମସ୍ତଂକର ସ୍ୱପ୍ନ ଅଟେ,ନାରୀ ପୁରୁଷ ସମସ୍ତେ ନିଜ ନିଜ ସୌନ୍ଦର୍ଯ୍ୟ ପାଇଁ ବହୁତ କିଛି କରି ଥାଆନ୍ତି ।କେତେକ ନାରୀ ଓ ପୁରୁଷ କେବଳ ନିଜ ସୁନ୍ଦରତା ଉପରେ କାମ କରିବା ଅନେକ ଅର୍ଥ ଖର୍ଚ୍ଚ କରିଥାନ୍ତି ।ତେବେ ଯେତେବେଳେ ମୁହଁରେ କିଛି ବ୍ରଣ ବହାରିଥାଏ ବା କଳାଦାଗ ହେଇଯାଏ ସେତେବେଳେ ଆମେ ସମସ୍ତେ ଚିନ୍ତା କରୁ ସେହି ବ୍ରଣ ବା କଳାଦାଗ କେମିତି ଦୂର ହେବ ।ତେବେ ବ୍ରଣ ଭଲ ତ ହେଇଯାଏ ମାତ୍ର କଳା ଦାଗ ଏତେ ସହଜରେ ଭଲ ହେଇ ନଥାଏ ସେଥିପାଇଁ ଆପଣ ବହୁତ ମାର୍କେଟ ର କସମେଟିକ ସାମଗ୍ରୀ ଆଣି ଲଗେଇ ଥାଆନ୍ତି କିନ୍ତୁ ସେସବୁର ବହୁତ ସାଇଡ ଇଫେକ୍ଟ ଦେଖିବାକୁ ମିଳିଥାଏ ।

ଆଉ ଆଜିର ବ୍ୟସ୍ତ ଜୀବନ ଭିତରେ ମହିଳା ମାନେ ନିଜ ସୁନ୍ଦରତା ଉପରେ କାମ କରିବା ବିୟୁଟିପାର୍ଲର ଯାଇ ଥାଆନ୍ତି ।କିନ୍ତୁ କିଛି ଜଣଙ୍କ ପାଖରେ ଆବଶ୍ୟକ ସମୟ ଓ ପଇସା ନଥାଏ ପାର୍ଲର ଯିବାପାଇଁ ।କିନ୍ତୁ ସେମାନେ ନିଜ ତ୍ୱଚାର ଗ୍ଲୋ ବଡିବାକୁ ଚାହାନ୍ତି,ସେଥିପାଇଁ ଆମେ ଆଜି ଏମିତି ଏକ ଘରୋଇ ଉପାୟ ବିଷୟରେ କହିବୁ ଯାହାକୁ ଉଭୟ ମହିଳା ଓ ପୁରୁଷ ବ୍ୟବହାର କରିପାରିବେ ଓ ନିଜ ତ୍ୱଚାର ଚମକ ବଡେଇ ପାଟିବେ ।

ଆବଶ୍ୟକ ସାମଗ୍ରୀ:-

-ଚାଉଳ ଗୁଣ୍ଡ
-ମହୁ
-କଞ୍ଚା କ୍ଷୀର

ପ୍ରସ୍ତୁତି ପ୍ରଣାଳୀ:-

-ଏହି ଉପାୟ ପାଇଁ ଆପଣ ପ୍ରଥମେ କିଛି ଚାଉଳ ଗୁଣ୍ଡ ନିଅନ୍ତୁ ତେବେ ଚାଉଳ ଗୁଣ୍ଡ କରିବା ବେଳେ ଟିକିଏ ଖଡ଼ଦା ରଖିବେ ଯାହା ଫେସରେ ସ୍କର୍ବ ର କାମ କରିଥାଏ ।

-ତେବେ ଏକ ଚାମୁଚ ଚାଉଳ ଗୁଣ୍ଡ ଗୋଟିଏ ପାତ୍ରରେ ରଖନ୍ତୁ ।ଏହାପରେ ଆପଣ ଏକ ଚାମୁଚ ମହୁ ନିଅନ୍ତୁ ଆଉ ସେହି ଚାଉଳ ଗୁଣ୍ଡରେ ମିଶାନ୍ତୁ ତେବେ ମହୁ ମସଚୁରାଇଜର କାମ କରିଥାଏ ।

-ଶେଷରେ କିଛି କଞ୍ଚା କ୍ଷୀର ନିଅନ୍ତୁ ଆଉ ସେଥିରୁ ଆବଶ୍ୟକ ମୁତାବକ କ୍ଷୀର ସେହି ଗୁଣ୍ଡରେ ମିଶାନ୍ତୁ ଯଦି ଅଧିକା ଚାଉଳ ଗୁଣ୍ଡ ବି ଦରକାର ତେବେ ମିଶେଇ ପାରିବେ ।ତେବେ ଆମେ ଏଠାରେ କଞ୍ଚା କ୍ଷୀର ଅଧା ଚାମୁଚ ଚାଉଳ ଗୁଣ୍ଡରେ ମିଶାନ୍ତୁ ତାପରେ ସେହି ମିଶ୍ରଣ କୁ 10 ମିନିଟ ଯାଏ ରଖି ଦିଅନ୍ତୁ ଯେପରି ସବୁ ଉପାଦାନ ଭଲଭାବରେ ମିଶିଯିବ ।

ବ୍ୟବହାର:-

-ଏହାକୁ ନି ଫେସରେ ବ୍ୟବହାର ପାଇଁ ଆପଣ କିଛି କଞ୍ଚା କ୍ଷୀର ନେଇ ତୁଳାରେ ବୁଡାଇ ନିଜ ମୁହଁକୁ ସଫା କରନ୍ତୁ ତେବେ ଏହା କ୍ଲିଞ୍ଜର ର କାମ ବି କରେ ।ତାପରେ ହାତରେ ବା ତୁଳାରେ ସେହି ପେଷ୍ଟ କୁ ବୁଡ଼େଇ ଫେସରେ ଲଗାନ୍ତୁ ଆଉ 2 ମିନିଟ ଯାଏ ଫେସକୁ ମସାଜ କରନ୍ତୁ ।

-ତାପରେ 20 ମିନିଟ ପର୍ଯ୍ୟନ୍ତ ଫେସକୁ ସେମିତି ରଖନ୍ତୁ ।ତାପରେ ଫେସକୁ ନର୍ମାଲ ପାଣିରେ ଧୋଇ ଦିଅନ୍ତୁ ଏମିତି ସପ୍ତାହରେ 2 ଥର ଓ ମାସେ ଯାଏ କରନ୍ତୁ ।ତାପରେ ଦେଖିବେ କେମିତି ନିଜ ତ୍ୱଚାର ଚମକ ବଡିବାରେ ଲାଗିବ,ତେବେ ଆପଣ ଏହାକୁ ନିଜ ଶରୀରରେ ବି ବ୍ୟବହାର କରିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment