ଖରା ଦିନରେ ଏହି ପାଣି କୁ ଲଗାନ୍ତୁ ଚୁଟି ଏତେ ଶୀଘ୍ର ଶୀଘ୍ର ବଢିବ କି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ – Hair Tips

ହଁ ଦର୍ଶକ ବନ୍ଧୁ ମୁଁ ଆଜି ଆପଣଙ୍କ ପାଇଁ ନେଇ ଆସିଛି ଗୋଟିଏ ଏପରି ଘରେଇ ଉପକାରଣରେ ତିଆରି ଜିନିଷ ଯାହାକୁ ବ୍ୟବହାର କରି ଆପଣ ମାନେ ମଧ୍ୟ ଆପଣଙ୍କର ସମସ୍ତ ପ୍ରକାରର ଚୁଟି ଝୋଡ଼ିବା, ଚୁଟି ଲମ୍ବା ନ ହେବା ଏପରି ବିଭିନ୍ନ ପ୍ରକାରର ସମସ୍ୟାରୁ ପାଇଁ ପାରିବେ ସମ୍ପୂର୍ଣ୍ଣ ମୁକ୍ତି, ତେବେ ଆସନ୍ତୁ ସେପରି ଏକ ସ୍ପେର ପ୍ରସ୍ତୁତ କରିବା | ତେବେ ଆଜିର ଆମେ ଏକ ସମ୍ପୂର୍ଣ୍ଣ ଘରେଇ ଉପକରଣକୁ ବ୍ୟବହାର କରିବା ତାହା ହେଉଛି ଚାଉଳ , ଆମେ ଜାଣିଛୁ ଚାଉଳରେ ଏପରି ଏକ ଆଣ୍ଟିଏକ୍ସଇଡେଣ୍ଟ ଅଛି , ଯାହା ଚୁଟି ଜନିତ ସମସ୍ୟାକୁ ସମ୍ପୂର୍ଣ୍ଣ ରୂପେ ଦୂର କରିଦେଇପାରିବ, ତେବେ ଆସନ୍ତୁ ଜାଣିବା |

ଆବଶ୍ୟକ ଉପକରଣ :-

ଦୁଇରୁ ତିନି ଚାମୋଚ ଚାଉଳ ,

କିଛି ଚାହା ପତ୍ର ଆଉ କିଛି ପାଣି,

ଆଉ କିଛି କମଳା ଚୋପା

ପ୍ରସ୍ତୁତି ପ୍ରଣାଳୀ :-

1-ପ୍ରଥମେ ଆମେ କିଛି ଚାଉଳ ନେବା ସେଇଟା ଯୋଉ ଚାଉଳ ହେଲେ ବି ଚଳିବ , ତାକୁ ପ୍ରଥମେ ଥଣ୍ଡା ପାଣିରେ ଭଲ ଭାବରେ ଧୋଇଦେବା ଓ ଗୋଟିଏ ଗିନାରେ ଚାଉଳକୁ ରଖି ସେଥିରେ ଆପଣଙ୍କର ଚୁଟିର ଲମ୍ବୋ ଅନୁସାରେ ପାଣି ନେବା, ଓ ସେହି ଚାଉଳକୁ ରାତି ସାରା ସେମିତି ଭିଜେଇ ରଖିଦେବା, ଯଦି ଆପଣ ରାତିରେ ଚାଉଳ ଭିଜେଇବାକୁ ଭୁଲିଯାଇଛନ୍ତି ତାହେଲେ ଚାଉଳ ନେଇ ଧୋଇ ତାକୁ କିଛି ସମୟ ଅର୍ଥାତ 5-6 ମିନିଟ ମିଡିୟମ ଫେମ ରେ ଫୁଟେଇ ପାରିବେ ତାପରେ ସେହି ପାଣିକୁ ଗୋଟିଏ ଅଲଗା ପାତ୍ରରେ ଛାଣିଦେବେ , ଓ ସେଥିରେ ମିଶାଇବେ କିଛି ଚାହା ପତି, ତାକୁ ମଧ୍ୟ ଏହି ପରିଭାବରେ ରାତିରେ ଭିଜେଇ ଅଧା ଗିଲାସ ପାଣିରେ ପକାଇଦେବେ , ଯଦି ରାତିରେ ପକାଇନାହାନ୍ତି ତେବେ ସେମିତି ଗରମ ପାଣିରେ ଫୁଟାଇ ଛାଣିଦେବେ ଓ ସେହି ପାଣିକୁ ଚାଉଳ ପାଣିରେ ମିଶାଇ ଚୁଟିରେ ଲଗାଇବେ |

2- ଆଉ ଗୋଟିଏ ମିଶ୍ରଣ ପ୍ରସ୍ତୁତି ପାଇଁ ସେମିତି ଚାଉଳକୁ ଧୋଇକି ରାତିରେ ଭିଜାଇ ଦେବେ ଗୋଟିଏ ଗ୍ଲାସ ପାଣିରେ, ଯଦି ରାତିରେ ଭିଜେଇ ନାହାନ୍ତି ତାହେଲେ ତାକୁ ସକାଳେ ଗତଂ ପାଣିରେ ପାଞ୍ଚ ମିନିଟ ଫୁଟାଇ ଦେବେ ଓ ସେଥିରେ କିଛି କମଳା ଚୋପାକୁ ପକାଇଦେଇ ଗୋଟିଏ ବୋତଲରେ ପକାଇ ଖରାରେ 1 ଘଣ୍ଟା ରଖିଦେବେ ଓ ସେହି ମିଶ୍ରଣ କୁ ଚୁଟିରେ ଲଗାଇବେ |ଆମେ ସେଥିରେ ଥିବା ଚାଉଳକୁ ମଧ୍ୟ ପେଷ୍ଟ କରି ସେଥିରେ ବେସନ ମିଶାଇ ମୁହଁରେ ସ୍କୁରପ କରି ପାରିବା |

ବ୍ୟବହାର :-

ଏହି ମିଶ୍ରଣ କୁ ଆମେ ଚୁଟିରେ ସ୍ପ୍ରେ ସାହାଯ୍ୟରେ ଚୁଟିର ମୂଳରେ ଲଗାଇ ପାରିବା ଯାହା ଦ୍ୱାରା ଚୁଟିର ମୂଳ ଶକ୍ତ ହେବା ସହିତ ବଢିବ ଓ ତାକୁ ମଧ୍ୟ ଆମେ ପରେ ପୁରା ଚୁଟିରେ ଲଗାଇ ପାରିବ, ଲଗାଇ ସାରିବାର 1-2 ଘଣ୍ଟା ପରେ ଚୁଟିକୁ ଖାଲି ପାଣିରେ ବା ସେମ୍ପୁ ଲଗାଇ ଧୋଇଦେବା, ଓ ତାହା ପରେ ଆମେ ସେହି ଉପକରଣର ଉପକାରିତା ଜାଣିପାରିବା |

ତାହେଲେ ଆପଣ ମାନେ ମଧ୍ୟ ଏମିତି ମିଶ୍ରଣ ବନାନ୍ତୁ ଓ ଚୁଟିକୁ ଲମ୍ବା ଓ ଶକ୍ତ କରନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment