Odisha News Portal

କାହିଁକି OTV ରୁ ଇସ୍ତଫା ଦେଲେ ଅପୂର୍ବ ରଞ୍ଜନ ପଣ୍ଡା, କଣ ରହିଛି ଏହାର କାରଣ ଜାଣନ୍ତୁ, ସତରେ କଣ OTV ତାଙ୍କ ଉପରେ ….

ଓଡିଶାର ଲୋକପ୍ରିୟ ନ୍ୟୁଜ ଚ୍ୟାନାଲ ହେଉଛି ଓଟିଭି । ଏହା ବହୁତ ପୂରୁଣା ସମ୍ବାଦ ସରବରାହ ସଂସ୍ଥା ଭାବରେ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ସାମ୍ବାଦିକତା କରିଆସୁଛି । କିନ୍ତୁ ବର୍ତ୍ତମାନ ଓଟିଭି ଅନେକ ସମସ୍ୟା ଘେର ଭିତରେ ଫଶି ରହିଛି । ଯାହା ଗଣମାଧ୍ୟମ ଉପରେ ଏକ କୁପ୍ରଭାବ ପକାଇବାରେ ଲାଗିଛି । ଗଣମାଧ୍ୟମ ସବୁବେଳେ ନିରପେକ୍ଷ ବାର୍ତ୍ତା ପ୍ରଦାନ କରିଥାଏ । ସମସ୍ତେ ଗଣମାଧ୍ୟମ ପାଇଁ ସମାନ ଗୁରୁତ୍ଵ ବହନ କରନ୍ତି । ନିର୍ଭୀକ ଏବଂ ସତ୍ୟ ଉପରେ ଆଧାରିତ ଖବର ପ୍ରସାରଣ କରିଥାଏ ଗଣମାଧ୍ୟମ ଏବଂ ଲୋକଙ୍କ ସ୍ୱାର୍ଥକୁ ନେଇ ସେ ସବୁବେଳେ ସ୍ୱର ଉତ୍ତୋଳନ କରିଥାଏ ଏବଂ ସମସ୍ତ ରାଜନୈତିକ ଦଳଠାରୁ ସେ ଦୂରତା ଅବଲମ୍ବନ କରିଥାଏ । ସେହିସବୁ ଗଣମାଧ୍ୟମମ ଭିତରୁ ଓଟିଭି ହେଉଛି ପ୍ରମୁଖ ।

ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁଛି ଓଡ଼ିଶାରେ ବହୁ ପୁରାତନ ଗଣମାଧ୍ୟମ ସଂସ୍ଥା ଓଟିଭିର ବହୁ ବିଶିଷ୍ଠ ସାମ୍ବାଦିକ ଓଟିଭି କୁ ଗୁଡବାଏ କରିବାକୁ ବସିଛନ୍ତି । ପ୍ରଥମେ ଶାନ୍ତି ଭୂଷଣ ଏବଂ ବର୍ତ୍ତମାନ ଅପୂର୍ବ ରଞ୍ଜନ ପଣ୍ଡା ଛାଡିଛନ୍ତି ଏହି ଗଣମାଧ୍ୟମର ହାତ । ବର୍ତ୍ତମାନ ଏହାକୁ ନେଇ ଲୋକଙ୍କ ମନରେ ଉଠିଛି ଅସୁମାରୀ ପ୍ରଶ୍ନ ।

କଣ ପାଇଁ ଏହି ସାମ୍ବାଦିକ ମାନେ ଛାଡୁଛନ୍ତି ଓଟିଭି ? ନିର୍ଭୀକ ସାମ୍ବାଦିକତା କରୁଥିବା ଏହି ସାମ୍ବାଦିକ ମାନେ ଓଟିଭି ଛାଡ଼ିବା ପଛର କଣ ରହିଛି ରହସ୍ୟ ? ଓଟିଭି କଣ ସରକାରଙ୍କର ଅକ୍ରୋଶର ଶିକାର ହେଉଛି ନାଁ ପୁଣି କିଏ ଏହା ଉପରେ ପକାଉଛି ଚାପ ? ହଠାତ୍ କାହିଁକି ଓଟିଭି ଛାଡୁଛନ୍ତି ଜଣେ ପରେ ଜଣେ ସାମ୍ବାଦିକ ? ଓଟିଭିର ସାମ୍ବାଦିକଙ୍କୁ ହଇରାଣ କରୁଛି କି ପୋଲିସ ପ୍ରଶାସନ ?ଏମିତି ଅନେକ ପ୍ରଶ୍ନ କରୁଛନ୍ତି ଏହି ଗଣ ମାଧ୍ୟମ ଉପରେ ।

ତେବେ ଏହିପରି ଅନେକ ଆଲୋଚନା ସମାଲୋଚନା ପରେ କିନ୍ତୁ ଓଟିଭିର ନିର୍ଭିକ ସାମ୍ବାଦିକ ଅପୂର୍ବ ରଞ୍ଜନ ପଣ୍ଡା ନିଜର ମତ ରଖିଛନ୍ତି । ସେ କହିଛନ୍ତି, ପ୍ରାୟ 4 ବର୍ଷ 6 ମାସ ମୁଁ ଓଟିଭି ରେ କାର୍ଯ୍ୟକରି ଅନେକ ଖ୍ୟାତି ଅର୍ଜନ କରିଛି । ଜନତାଙ୍କ ସୁଖ ଦୁଃଖରେ ଭାଗୀଦାର ହେବାର ସୁଯୋଗ ପାଇଛି ଏବଂ ଏତେବଡ଼ ପ୍ଲାଟଫର୍ମରେ କାମ କରିବାକୁ ସୁଯୋଗ ଦେଇଥିବାରୁ ମୁଁ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।

ତେବେ ଅନେକ ଅଭିଜ୍ଞତା ତଥା ଖ୍ୟାତି ପାଇଛି ମୁଁ ଏହି ପ୍ଲାଟଫର୍ମରୁ । 1600 ଦିନର କାର୍ଯ୍ୟ ସମ୍ପାଦନ ଭିତରେ ମୁଁ କୌଣସି ନକାରାତ୍ମକତା ଅନୁଭବ କରିନାହିଁ ,ଯାହା ଛୋଟମୋଟ ରାଗ,ରୁଷା, ଅଭିମାନ ହେଇଚି ତାହା ବୃତ୍ତିଗତ ଜୀବନରେ ଏକ ସାମାନ୍ୟ ପ୍ରକ୍ରିୟା ଭଳି । ପେଷାଦାର ଗଣମାଧ୍ୟମ ସଂସ୍ଥା ହିସାବରେ ଓଟିଭି ଏକ ମାଇଲଖୁଣ୍ଟ ଏବଂ ଏଠାରେ ଅନେକ ଅଭିଜ୍ଞ ସାମ୍ବାଦିକ ମାନଙ୍କ ସହିତ ସମୟ ଅତିବାହିତ କରିବାର ସୁଯୋଗ ପାଇଛି । ଏଇ ଖବରଟି ଇଣ୍ଟେର୍ନେଟରୁ ସଂଗୃହିତ କରାଯାଇଅଛି । ତେଣୁ ଏହାର ସତ୍ୟାସତ୍ୟ ପାଇଁ ଆମେ ଦାୟୀ ନୁହଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।