ଗତ ଦୁଇ ବର୍ଷ ଧରି ସାରା ଦେଶରେ କରୋନା ତାଣ୍ଡବ ଲୀଳା ରଚିଥିଲା। ଏହା ଫଳରେ ଦେଶର ସମସ୍ତ ଲୋକ ମାନଙ୍କୁ ବହୁ କ୍ଷତି ସହିବାକୁ ପଡି ଥିଲା। ବିଶେଷ କରି ଆର୍ଥିକ କ୍ଷେତ୍ରରେ ବହୁତ କ୍ଷତି ସହିବାକୁ ପଡି ଥିଲା। ତେବେ ବର୍ତ୍ତମାନ ସମୟରେ ଯେଉଁ ଭଳି ଭାବରେ ତେଲ ଦର ବଢି ଚାଲିଛି, ଲୋକ ମାନେ ଚିନ୍ତାରେ ପଡି ଯାଉଛନ୍ତି, ଯେଉଁଠି ଆର୍ଥିକ ରୋଜଗାର ଠପ ହୋଇ ଯାଇଛି ସେଠି ଲୋକ ମାନଙ୍କୁ ଖାଇବାରେ ବହୁତ ଅସୁବିଧା ସୃଷ୍ଟି ହୋଉଛି। ଯେ କୌଣସି ତେଲ ଦର ବଢିଲେ ଲୋକ ମାନେ ବହୁତ ହଇରାଣ ହରକତ ହେଉଛନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇ ଯିବେ। ତାହା ହେଉଛି ରୋଷେଇ ତେଲ ଦର ବଢ଼ୁ ଥିବାରୁ ବବି ଅନସୂୟା କଣ୍ଠଶିଳ୍ପୀ ଏହାରି ଉପରେ ଏକ ଗୀତ ଗାଇଛନ୍ତି। ତେବେ ଆସନ୍ତୁ ସେ ଗୀତଟିରେ କଣ ରହିଛି ସେହି ବିଷୟରେ ଜାଣିବା;
ସୂଚନା ଅନୁସାରେ, ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ତେଲ ଦର ଦିନକୁ ଦିନ ବଢି ବଢି ଚାଲିଛି। ପେଟ୍ରୋଲ, ଡିଜେଲ ଠାରୁ ଆରମ୍ଭ କରି ରୋଷେଇ ତେଲ ପର୍ଯ୍ୟନ୍ତ ସବୁ ଦର ବଢି ଚାଲିଛି। ଏହାକୁ ନେଇ ଲୋକ ମାନେ ବହୁତ ଚିନ୍ତାରେ ପଡ଼ି ଯାଇଛନ୍ତି ଓ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଗରିବ ଲୋକ ମାନେ ସବୁ ଠାରୁ ବେଶି ହଇରାଣ ହେଉଛନ୍ତି।
ବିଶେଷ କରି ରୋଷେଇ ତେଲ ବଢୁ ଥିବାରୁ ଲୋକ ମାନେ ଠିକ ଭାବରେ ରୋଷେଇ କରି ଖାଇ ପାରୁ ନାହାଁନ୍ତି। ଏଥି ସହିତ ଗ୍ୟାସ ଦାମ ମଧ୍ୟ ବଢି ଯାଉଛି, ଯାହାକୁ ନେଇ ଲୋକ ମାନେ ବହୁତ ଚିନ୍ତାରେ ବର୍ତ୍ତମାନ ପଡ଼ି ଯାଇଛନ୍ତି। ବେଳେ ବେଳେ ଏମିତି ଭୋକ ଉପାସରେ ମଧ୍ୟ ରହି ଯାଉଛନ୍ତି। ଏହାକୁ ଲକ୍ଷ୍ୟ କରି ବବି ଅନସୂୟା ନାମକ ଜଣେ ମହିଳା କଣ୍ଠଶିଳ୍ପୀ ଏକ ଗୀତ ଗାଇଛନ୍ତି। ସେହି ଗୀତଟି ହେଉଛି ଯାଅ ଯାଅ ହେ ମୋ ବାପାଙ୍କ ବାପାଙ୍କ ବାପା ଉପରେ ଗୀତ ଗାଇଛନ୍ତି।
ଏହି ଗୀତଟିକୁ ଲେଖିଛନ୍ତି ବ୍ୟଙ୍ଗକବି ଶ୍ରୀଯୁକ୍ତ ସତ୍ୟାନଶ। ଏହି ଗୀତଟିକୁ ସେ ବହୁତ ସୁନ୍ଦର ଭାବରେ ଲେଖିଛନ୍ତି। ଗୀତର ପ୍ରତିଟି ଅକ୍ଷରରେ ତେଲର ଦାମ ରହିଛି ଓ ଏମିତିକି ଅନ୍ୟାନ୍ୟ ଜିନିଷର କଥା ମଧ୍ୟ ରହିଛି। ଏହି କଣ୍ଠଶିଳ୍ପୀ ଜଣଙ୍କ ଗୀତଟିକୁ ବହୁତ ସୁନ୍ଦର ଭାବରେ ଗାଇଛନ୍ତି। ସେ ଗୀତର ସାର ମର୍ମକୁ ବୁଝିଲା ପରିକା ଗୀତ ଗାଇ ଶୁଣାଇଛନ୍ତି। ଯେ କୌଣସି ବ୍ୟକ୍ତି ଗୀତ ଶୁଣିଲେ ନିଶ୍ଚିତ ଭାବରେ ମୁଗ୍ଧ ହୋଇ ଯିବ ଓ ଆନନ୍ଦ ହୋଇଯିବ। ଏହି ଗୀତଟିକୁ ଶୁଣି ଅନେକ ଲୋକ ମାନେ ବହୁତ ପ୍ରଶଂସା କରିଛନ୍ତି ଓ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି। ଏହା ଗୀତଟି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।