ସାରା ଦେଶରେ କରୋନା ଏବେ ବି ତାରା କାୟା ବିସ୍ତାର କରି ଚାଲିଛି । ଆଉ ଏପରି ସମୟରେ ସାରା ଦେଶରେ ସୁନା ଭଳି ଏକ ମୃଲ୍ୟବାନ ଧାତୁର ମୂଲ୍ୟ ବୃଦ୍ଧି ଦିନକୁ ଦନିକୁ ବଢି ଚାଲିଛି । ତେବେ ଆଜି କିନ୍ତୁ ସୁନା ମୂଲ୍ୟ ରେ କିଛି ହ୍ରାସ ଘଟିଛି । ଅନ୍ୟପଟେ ବୈଶ୍ୱିକ ବଜାରରେ ଆଜି ମୂଲ୍ୟବାନ ଧାତୁ ଦରରେ ହ୍ରାସ-ବୃଦ୍ଧି ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି ।
ତେବେ ସାରା ଦେଶରେ ଗୁରୁବାର ଦିନ ସୁନା ମୂଲ୍ୟରେ 400 ଟଙ୍କାର ବୃଦ୍ଧି ଘଟି ଥିଲା । ଅନ୍ୟ ପକ୍ଷରେ ଆଜି ଦେଶରେ 10 ଗ୍ରାମ ସୁନା ଦର ରେ ମାତ୍ର 10 ଟଙ୍କାର ହ୍ରାସ ଘଟିଛି । ଆଉ ଯାହା ପରେ 10 ଗ୍ରାମ ସୁନା ମୂଲ୍ୟ 49,700 ଟଙ୍କାରେ ପହଞ୍ଚିଛି ।
ତେବେ ଗତକାଲି ଏହାର ମୂଲ୍ୟ 49,710 ଟଙ୍କା ଥିଲା । ସେହିପରି 22 କ୍ୟାରେଟ ସୁନା ମୂଲ୍ୟ 10 ଗ୍ରାମ ପ୍ରତି ମଧ୍ୟ 10 ଟଙ୍କା ହ୍ରାସ ଘଟିଛି । ଆଉ ଯାହା ଫଳରେ 10 ଗ୍ରାମ ସୁନା ଦର 48,700 ଟଙ୍କାରେ ପହଞ୍ଚିଛି । କାହିଁକି ନାଁ ଗତ କାଲି 22 କ୍ୟାରେଟ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 48,710 ଟଙ୍କା ଥିଲା ।
ସେପଟେ ଆଜି ଦେଶରେ ରୁପା ମୂଲ୍ୟ ରେ ମଧ୍ୟ ବୃଦ୍ଧି ଘଟିଛି । ତେବେ ଗତ କାଲି ଦେଶରେ ରୁପା ମୂଲ୍ୟରେ 1400 ଟଙ୍କାର ବୃଦ୍ଧି ଘଟି ଥିବା ବେଳେ ଆଜି ରୁପା ଦରରେ 700 ଟଙ୍କାର ବୃଦ୍ଧି ଘଟିଛି । ଆଉ ଯାହା ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ 67,700 ଟଙ୍କା ରେ ପହଞ୍ଚିଛି । ତେବେ ଗତ କାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ 67,000 ଟଙ୍କା ଥିଲା । ଠିକ୍ ସେହିପରି 100 ଗ୍ରାମ ରୁପା ମୂଲ୍ୟ 6,770 ଟଙ୍କା ରହିଛି । ଆଉ ଯାହା ଗତ କାଲି 6,700 ଟଙ୍କା ରହି ଥିଲା ।
ଅନ୍ୟପଟେ ଦେଖିବାକୁ ଗଲେ ଆଜି ଓଡିଶା ରାଜଧାନୀ ଭୁବନେଶ୍ୱର ରେ ସୁନା ଦର ରେ ମଧ୍ୟ ବୃଦ୍ଧି ରେକର୍ଡ କରା ଯାଇଛି । ତେବେ ଗତ ଗୁରୁବାର ଦିନ ଭୁବନେଶ୍ୱର ରେ ସୁନା ଦରରେ 200 ଟଙ୍କାର ବୃଦ୍ଧି ଘଟି ଥିଲା । କିନ୍ତୁ ଆଜି ଏହାର ମୃଲ୍ୟ ବୃଦ୍ଧି ଘଟି10 ଗ୍ରାମ ସୁନା ମୂଲ୍ୟରେ 450 ଟଙ୍କା ବୃଦ୍ଧି ଘଟିଛି । ଆଉ ଯାହା ପରେ ରାଜଧାନୀ ଭୁବନେଶ୍ୱର ରେ 24 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 51,050 ଟଙ୍କାରେ ପହଞ୍ଚିଛି ।
ଆଉ ଯାହା ଗତ କାଲି 24 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 50,600 ଟଙ୍କାରେ ବନ୍ଦ ହୋଇ ଥିଲା । ଠିକ୍ ସେହିପରି 22 କ୍ୟାରେଟ ସୁନା ର ମୂଲ୍ୟ 10 ଗ୍ରାମ ପ୍ରତି 400 ଟଙ୍କା ମୂଲ୍ୟ ରେ ବୃଦ୍ଧି ଘଟିଛି । ଯାହା ଫଳରେ ଆଜି ରାଜଧାନୀ ଭୂବନେଶ୍ବର ରେ 22 କ୍ୟାରେଟ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 46,800 ଟଙ୍କାରେ ପହଞ୍ଚିଛି । ଯାହା ଗତ କାଲି 46,400 ଟଙ୍କା ରହି ଥିଲା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।