Odisha News Portal

କାହିଁକି ଅନ୍ଧାର ରାତିରେ କରାଯାଏ କିନ୍ନର ମାନଙ୍କର ଶବ ସତ୍କାର !! ରହିଛି ଏହି ଖାସ୍ ଗୁପ୍ତ ପରମ୍ପରା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ?

0 217

ଆପଣ ମାନେ ଦେଖିଥିବେ କି କୌଣସି ଲୋକର ମୃତ୍ୟୁ ହେଲେ କାହାର ଶବ ଦିନବେଳା ନହେଲେ ରାତି ସମୟରେ ଯାଏ ମାତ୍ର କେବେବି ଦିନରେ କୌଣସି କିନ୍ନରର ଶବ ଯାଉଥିବାର ଆପଣ ମାନେ ଦେଖିଛନ୍ତି କି । ଏହା ସହ କହିବାକୁ ଗଲେ କିନ୍ନର ଜାତି ଅଧିକ ହୋଇନଥାନ୍ତି ସେମାନେ କେଉଁଠାରେ ରହନ୍ତି ତାହା ମଧ୍ୟ କେହି କହିପାରିବେ ନାହିଁ । ତେଣୁ ଆପଣ ମାନେ ଦେଖିନଥିବେ କାରଣ ହୁଏତ ଆପଣଙ୍କର ଘର ପାଖରେ ସେପରି କେହି କିନ୍ନର ମାନେ ନଥିବେ । ଯଦି ବି ଦେଖିନାହାନ୍ତି ତେବେ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି କିନ୍ନର ମାନଙ୍କର ଶବ କାହିଁକି ରାତିରେ ନିଆଯାଏ ଦିନବେଳା ନିଆଯାଏ ନାହିଁ ।

ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କି ଏହି କିନ୍ନର ମାନଙ୍କର ଶବ କାହିଁକି ଦିନ ବେଳା ଯାଇନଥାଏ , ଏମାନଙ୍କର ଅନ୍ତିମ ସଂସ୍କାର କାହିଁକି ରାତି ସମୟରେ କରାଯାଏ । ଏହା ପଛରେ କଣ ରହସ୍ୟ ଲୁଚି ରହିଛି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ । କିନ୍ନର ମାନଙ୍କର ଚାଲିଚଣଣୀ , ରଙ୍ଗଢଙ୍ଗ ସମସ୍ତ ପ୍ରକାର ବିଷୟରେ ଏମାନେ ପୁରୁଷ ଏବଂ ନାରୀ ମାନଙ୍କ ଠାରୁ ଭିନ୍ନ ହୋଇଥାନ୍ତି । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେମାନଙ୍କର ପରମ୍ପରା ମଧ୍ୟ କେତେକ ଅଂଶରେ ଅଲଗା ହୋଇଥାଏ । ସେହିପରି କିନ୍ନର ମାନଙ୍କର ଶବଯାତ୍ରା ଦିନ ସମୟରେ ହୋଇନଥାଏ । ମଣିଷ ପାଖରୁ ଲୁଚେଇବା ପାଇଁ ରାତିର ଗୋପନରେ ସେମାନଙ୍କର ଶବଯାତ୍ରା କରାଯାଇଥାଏ ।

ଏପରିକି ଗୋଟିଏ ସଂପ୍ରଦାୟର ମୃତ୍ୟୁ ହେଲେ ଅନ୍ୟ ସଂପ୍ରଦାୟର କିନ୍ନର ମାନେ ଶବଯାତ୍ରାରେ ସାମିଲ ହୋଇପାରିବେ ନାହିଁ । ଯଦି ଆପଣ ମାନେ ଏପରି କରନ୍ତି ତେବେ ଆପଣ ମାନେ ପୁଣି ଥରେ କିନ୍ନର ଜନ୍ମ ନେବାକୁ ପଡିଥାଏ ବୋଲି ବିଶ୍ୱାସ ରହିଛି ।

ଏହା ବ୍ୟତୀତ କିନ୍ନର ସମାଜରେ ଏହି ପରମ୍ପରା ଅନେକ ଦିନରୁ ରହିଆସିଛି । କେବଳ ଏତିକି ନୁହେଁ ଶବଯାତ୍ରା ପୂର୍ବରୁ ଶବକୁ ଜୋତା ଏବଂ ଚପଲରେ ମଧ୍ୟ ପିଟାଯାଇଥାଏ । ତେବେ ପୁଣି ଥରେ କିନ୍ନର ଜନ୍ମ ନମିଳୁ ଏଥିପାଇଁ ମୃତ୍ୟୁପରେ କିନ୍ନର ମାନେ ତାଙ୍କ ପାଇସାରେ ଦାନ ଧର୍ମ କରିଥାନ୍ତି । ଏମାନେ ହିନ୍ଦୁ ଧର୍ମରେ ବିସ୍ୱାସ ରଖୁଥିଲେ ମଧ୍ୟ ଶବକୁ ନପୋଡି ପୋତି ଦେଇଥାନ୍ତି ।

ସାଥି କିନ୍ନରର ମୃତ୍ୟୁ ହେଲେ କିନ୍ନର ମାନେ ବେଶି ଦୁଃଖ ପ୍ରକାଶ ମଧ୍ୟ କରନ୍ତି ନାହିଁ । କାରଣ ସେମାନଙ୍କୁ ନର୍କ ସମାଜରୁ ମୁକ୍ତି ମିଳିଥାଏ ବୋଲି କିନ୍ନର ସମାଜରେ ଏପରି ଧାରଣା ରହିଛି । ତେବେ ସେମାନେ ନିଜର ନିତିନିୟମ ଅନୁସାରେ କିନ୍ନର ଶବର ଅନ୍ତିମ ସଂସ୍କାର ରାତିରେ କରିଥାନ୍ତି , ଯେମିତି କେହି ପୁରୁଷ ଏବଂ ନାରୀ ମାନେ ଏହି ଶବ ସଂସ୍କାରକୁ ଦେଖିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।