ବିବାହ ପରେ ମହିଳାମାନେ କାହିଁକି ମୋଟି ହୋଇଯାଆନ୍ତି ? କାରଣ ଜାଣିଲେ ଆପଣ ଚମକି ପଡ଼ିବେ

ଏହି 6ଟି ହରମୋନ ପାଇଁ ବଢିଥାଏ ମହିଳା ମାନଙ୍କର ଓଜନ । ତେବେ ଜାଣନ୍ତୁ ଏହାକୁ କେମିତି କରିବେ ନିୟନ୍ତ୍ରଣ । ଶରୀରରେ ମେଦବହୁଳତା ବୃଦ୍ଧି କେବଳ ଆପଣଙ୍କ ଶରୀରର ସୌନ୍ଦର୍ଯ୍ୟକୁ ନଷ୍ଟ କରେ ନାହିଁ ବରଂ ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହା ମଧ୍ୟ ବିପଦ ଜନକ ଅଟେ । ଓଜନ ବଢିବାର ଅନେକ କାରଣ ରହିଛି । ଯେପରିକି ଭୁଲ ଖାଇବା , ଶୋଇବା ବ୍ୟାଘାତ ,ମନବଳ ଖରାପ ହେବା କିମ୍ବା ଅତ୍ୟଧିକ ଜଙ୍କଂ ଫୁଡ୍ ଖାଇବା । ଏହି ସବୁ ଜିନିଷ ବ୍ୟତିତ ମେଦବହୁଳତା ବୃଦ୍ଧି ପାଇଁ ହରମୋନ ବହୁ ପରିମାଣରେ ଦାୟୀ । ମହିଳା ମାନଙ୍କର ଓଜନ ବୃଦ୍ଧି ହେବାର ଏକ ପ୍ରମୁଖ କାରଣ ହେଉଛି ହରମୋନ ପରିବର୍ତ୍ତନ ।

ବିବାହ ପରେ ନାରୀ ମାନଙ୍କ ଶରୀରରେ ଅନେକ ହରମୋନର ପରିବର୍ତ୍ତନ ଆସେ । ଏହା ସମ୍ବନ୍ଧ ବନେଇବା ଯୋଗୁଁ ହୋଇଥାଏ । ଆଜି ଆମେ ଜାଣିବା ଏହି ହରମୋନ ପରିବର୍ତ୍ତନ ଯୋଗୁଁ ନାରୀ ଶରୀରରେ କଣ ହୋଇଥାଏ ।


ମହିଳା ମାନଙ୍କର ଗର୍ଭଧାରଣ ପିଏଏସ୍, ମେନପୋଜ ଏବଂ ଚାପ ପରି ଅନେକ ଜିନିଷ ଅଛି । ଯାହା ସେମାନଙ୍କର ପୁରୁଷ ଅପେକ୍ଷା ଅଧିକ ଓଜନ ବଢେଇ ଥାଏ । ଯଦି ଆପଣଙ୍କର ହରମୋନ ଗୁଡିକ ଖରାପ ହୋଇଯାଏ ତେବେ ବ୍ୟାୟାମ ଏବଂ ଡାଇଟିଙ୍ଗ ସହିତ ମଧ୍ୟ ଓଜନ ହ୍ରାସ କରିବାର କଷ୍ଟକର ହୋଇଯାଇଥାଏ । ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କର ହରମୋନକୁ ସନ୍ତୁଳିତ ରଖିବା ପାଇଁ ଚେଷ୍ଟା କରନ୍ତୁ । କିପରି ଆପଣ ହରମୋନକୁ ସନ୍ତୁଳିତ କରି ଓଜନ ହ୍ରାସ କରିପାରିବେ ସେ ବିଷୟରେ ଚାଲନ୍ତୁ ଜାଣିବା ।

1. ଇନସୁଲିନ୍ –

ଶରୀରରେ ଗ୍ଲୋକଜ ବହନ କରିବା ପାଇଁ ଏହା କାର୍ଯ୍ୟ କରିଥାଏ । ଏହି କାରଣରୁ ଆପଣ ଶକ୍ତିଶାଳୀ ଅନୁଭବ କରନ୍ତି । କିନ୍ତୁ ଶରୀରରେ ଏହା ବୃଦ୍ଧି ହେବା ଆରମ୍ଭ କରିଲେ ଓଜନ ଦୃତ ଗତିରେ ବଢିଥାଏ ।ଯଦି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ମିଠା ଜିନିଷ ଖାଇବା ବନ୍ଦ କରନ୍ତୁ ।

2. ଟେଷ୍ଟଟିରନ –

ପୁରୁଷଙ୍କ ତୁଳନାରେ ମହିଳାଙ୍କର ଏହା କମ୍ ଥାଏ । ଏହା ଚର୍ବି ହ୍ରାସ କରିବା ପାଇଁ କାମ କରେ ।

3. କର୍ଟିସୋଲ୍-
ଯେତେବେଳେ ଆପଣ ବହୁତ ମାନସିକ ଚାପ ନିଅନ୍ତି ତାହାଦ୍ବାରା ଶରୀରକୁ ବହୁତ କ୍ଷତିଗ୍ରସ୍ଥ ହୋଇଥାଏ । ଏହାମଧ୍ୟ ଓଜନ ବଢାଇଥାଏ । ଯେତେବେଳେ ଆମେ ମାନସିକ ଚାପରେ ଥାଉ ଏହା ଶରୀରରେ ଗୁପ୍ତ ରହିଥାଏ । ଯେତେବେଳେ ଏହାର ସ୍ତର ବଢେ ଆମେ ବାରମ୍ବାର ଭୋକିଲା ହୋଇଥାଉ ଏବଂ ଆମର ଓଜନ ବଦ୍ଧି ହୋଇଥାଏ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଯୋଗ , ଧ୍ୟାନ କରିବା ଉଚିତ ।

4. ଇଷ୍ଟ୍ରୋଜେନ-

ମହିଳା ମାନଙ୍କ ଠାରେ ଏହା ଅଧିକ ଥାଏ କିନ୍ତୁ ଏହାର ସ୍ତର ଅଧିକ ହେବା ଉଚିତ ନୁହେଁ । ଏହା ବୃଦ୍ଧି ହେଲେ ମେଦବହୁଳତା ବଢେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment