Odisha News Portal

Pregnancy Tips – କେଉଁ ବୟସ ଉପଯୁକ୍ତ ହୋଇଥାଏ ଜଣେ ମହିଳାଙ୍କୁ ଗର୍ଭ ଧାରଣ କରିବା ପାଇଁ ଏବଂ ଗର୍ଭବତୀ କିପରି ହେବେ ଜାଣନ୍ତୁ

0 204

ଉଭୟ ଯୁବକ ଯୁବତୀ ଯେତେବେଳେ ବିବାହ କରନ୍ତି ସେତେବେଳେ ସେମାନଙ୍କ ପାଇଁ ଏହା ଏକ ବଡ଼ ପ୍ରଶ୍ନ ହୋଇଥାଏ ଯେ ସେମାନେ କେବେ ଏକ ସନ୍ତାନ କୁ ଜନ୍ମ ଦେବେ।ଏହା ବାପା ମାଆ ଙ୍କ ପାଇଁ ଏକ ସୌଭାଗ୍ୟ ସଦୃଶ ହୋଇଥାଏ। ହୁଏତ କିଛି ଦମ୍ପତ୍ତି ବିଳମ୍ବରେ ପିଲା ଚାହୁଁଥିବା ବେଳେ ଆଉ କିଛି ଦମ୍ପତ୍ତି ବିବାହ ପରେ ଅଳ୍ପ ସମୟ ବ୍ୟବଧାନରେ ସନ୍ତାନ ସନ୍ତତି ଚାହିଁଥାନ୍ତି। ତେବେ ସମାଜରେ ନାରୀ, ଯାହାକୁ ସମାଜରେ ଦେବୀ ଭାବରେ ପୂଜା କରାଯାଏ, ପ୍ରକୃତରେ ସେ ସମ୍ମାନର ଯୋଗ୍ୟା। କେତେବେଳେ ସେ ସ୍ତ୍ରୀ ହୋଇ ସ୍ୱାମୀର ସବୁକଥା ବୁଝିଥାଏ ତ ପୁଣି କେତେବେଳେ ବୋହୁ ହୋଇ ଶାଶୁ ଶଶୁରଙ୍କ ଯତ୍ନ ମଧ୍ୟ ନେଇଥାଏ।

ଆଉ ପୁଣି ମାଆ ହୋଇ ପିଲା ଛୁଆ ମାନଙ୍କର ସବୁ ଅଳି ଅଝଟ କୁ ସହି ସେମାନଙ୍କୁ ଛୋଟରୁ ବଡ଼ କରିଥାଏ। ପୁଣି କେତେବେଳେ ସେ ଭଉଣୀ ହୋଇ ଭାଇର ଦୀର୍ଘାୟୁ କାମନା କରିଥାଏ।ଆଉ କେତେବେଳେ ଝିଅ ହୋଇ ବାପା ମାଆଙ୍କ ସ୍ନେହର ପାତ୍ରି ହୋଇଥାଏ ଓ ସେମାନଙ୍କୁ କନ୍ୟାଦାନ ଭଳି ପୁଣ୍ୟ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ଦେଇଥାଏ।

ସେହି ନାରୀ ଗୋଟିଏ ନୂତନ ସୃଷ୍ଟିକୁ ଦୁନିଆକୁ ଆଣିଥାଏ ଓ ଦୁନିଆର ଆଲୋକ ଦେଖାଇଥାଏ।ତେବେ ଏହି ନାରୀ ଯିଏକି ସମାଜରେ ଏକ ବିଶେଷ ସମ୍ମାନ ର ଅଧିକାରୀ ଅଟେ। ତେବେ ବେଳେ ବେଳେ ନାରୀକୁ ନେଇ ଏହା ପ୍ରଶ୍ନ ଉଠେ ଆମେ ଭାବିଥାଉ ଯେ ପ୍ରକୃତରେ ଜଣେ ନାରୀ ମାଆ ହେବା ପାଇଁ ତାର ଉପଯୁକ୍ତ ବୟସ କେତେ ?

କେଉଁ ବୟସରେ ସେ ପିଲାକୁ ଜନ୍ମ ଦେଇ ପାରିବ ଏବଂ ଏକ ସୁସ୍ଥ ସନ୍ତାନ କୁ ଜନ୍ମ ଦେଇ ପାରିବ। ଏହାକୁ ନେଇ ସମସ୍ତଙ୍କର ମତ ଭିନ୍ନ ହୋଇପାରେ। କାରଣ ବହୁତ ଜଣ ବିବାହ ପରେ ପିଲା ଚାହୁଁଥିବା ବେଳେ ବହୁତ୍ ଝିଅ ଉଚ୍ଚ ଶିକ୍ଷା ଗ୍ରହଣ କରିବା ପରେ ଯାଇ ନିଜର ଭବିଷ୍ୟତ କୁ ତିଆରି କଲା ପରେ ବିବାହ କରନ୍ତି ଓ ପିଲା ଛୁଆ କଥା ଚିନ୍ତା କରିଥାନ୍ତି। ତେବେ ଯାହା ପୁସ୍ତକରେ ବର୍ଣ୍ଣିତ ରହିଛି ଏବଂ ଅଧ୍ୟୟନ କରା ଯାଇଛି ୧୮ ବର୍ଷରୁ ୨୧ ବର୍ଷ ହେଉଚି ମହିଳା ମାନଙ୍କ ପାଇଁ ସବୁଠାରୁ ଉପଯୁକ୍ତ ବୟସ ଗର୍ଭବତୀ ହେବା ପାଇଁ ଏବଂ ସନ୍ତାନ ଜନ୍ମ ଦେବା ପାଇଁ।

କିନ୍ତୁ ବିଭିନ୍ନ କ୍ଷେତ୍ରରେ ଏହାକୁ ପ୍ରାୟତଃ ଆଜିକାଲି କେହି ମାନୁ ନାହାନ୍ତି କିମ୍ବା ଏତେ ଶୀଘ୍ର ବିବାହ କରିବା ପାଇଁ ମଧ୍ୟ ଚାହୁ ନାହାନ୍ତି। ଫଳରେ ବିଳମ୍ବରେ ଗର୍ଭବତୀ ହେବା କାରଣରୁ ଅନେକ ସ୍ବାସ୍ଥ୍ୟ ଜନିତ ଜଟିଳ ସମସ୍ୟାକୁ ସମ୍ମୁଖୀନ ହେଉଛନ୍ତି।ଏହି ବୟସ ରେ ଅଧିକାଂଶ କ୍ଷେତ୍ରରେ ମହିଳା ମାନଙ୍କୁ ଅସୁବିଧା ହୋଇଥାଏ କିନ୍ତୁ ଏହା ବିଳମ୍ବରେ ଗର୍ଭ ଧାରଣ କରୁଥିବା ମହିଳା ମାନଙ୍କ ମାତ୍ରା ଠାରୁ କମ୍ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।