Health Tips – କେଉଁ ଭିଟାମିନର ଅଭାବ ହେଲେ ଶରୀରରେ କେଉଁ ଲକ୍ଷଣ ସବୁ ଦେଖାଯାଏ ଜାଣନ୍ତୁ ?

ଦର୍ଶକ ବନ୍ଧୁ ଆଜି କାଲି ସମସ୍ତଙ୍କ ଠାରେ କିଛି ନା କିଛି ନା ରୋଗ ଲକ୍ଷଣ ଦେଖା ଯାଏ | ତେବେ ଏହି ରୋଗ ଛୋଟ ପିଲା ହେଉ କିମ୍ବା ବଡ଼ ସମସ୍ତଙ୍କ ଠାରେ ପରିଲକ୍ଷିତ ହେଇଥାଏ | ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ଆମ ଶରୀର ରୋଗ କାହିଁକି ହେଇଥାଏ ତାହାଲେ ଆସନ୍ତୁ ଜାଣିବା | ଦର୍ଶକ ବନ୍ଧୁ ଆମ ଶରୀର ଭିଟାମିନ ବା ମିନେରାଲସର ଅଭାବ ଦେଖା ଦେଲେ ଆମ ଶରୀର ରୋଗ ପ୍ରତିରୋଧକ ଶକ୍ତି କମିଯାଏ | ଯାହା ଫଳରେ ଆମ ଶରୀର ବିଭିନ୍ନ ପ୍ରକାର ରୋଗ ଲକ୍ଷଣ ପରିଲକ୍ଷିତ ହେଇଥାଏ | ତାହାଲେ ଆସନ୍ତୁ ଜାଣିବା ଆମ ଶରୀର କେଉଁ ଭିଟାମିନ ଅଭାବ ହେଲେ କେଉଁ ରୋଗ ପରିଲକ୍ଷିତ ହୁଏ ସେ ବିଷୟରେ ଜାଣିବା |

(1) ନିନ୍ଦ ନ ହେବା :- ନିନ୍ଦ ନ ହେବା ବି ଏକ ପ୍ରକାର ରୋଗ ଯାହା ଆମ ଶରୀର ଭିଟାମିନ, ପୋଟାସିୟମ ର ଅଭାବ ହେଲେ ଦେଖା ଦେଇଥାଏ | ଆମ ଶରୀର ପୋଟାସିୟମ ଅଭାବ ହେଲେ ଆମର ମାଂସ ପେଶୀ କାଟିବା ଭଳି ସମସ୍ୟା ଦେଖା ଯାଏ | ଏହାର ଅଭାବ ପୂରଣ କରିବା ପାଇଁ ଆପଣଙ୍କୁ ପ୍ରତିଦିନ କଦଳୀ, ପଇଡ଼, ବୁଟ ଓ ତରବୁଜ ଖାଇବା ଆବଶ୍ୟକ |

(2) ଅଧିକ ମିଠା ଖାଇବାକୁ ଇଚ୍ଛା କରିବା :- ଦର୍ଶକ ବନ୍ଧୁ ଅଧିକ ମାତ୍ରାରେ ମିଠା ଖାଇବାପାଇଁ ଇଚ୍ଛା ହେବା ମଧ୍ୟ ଶରୀର ଭିଟାମିନ ଅଭାବ ପାଇଁ ହେଇଥାଏ | ଏହା ଆମ ଶରୀରରେ ଗ୍ଲୋକୋଜର ଅଭାବ ଦେଖା ଦେଲେ ଏହି ଲକ୍ଷଣ ଦେଖା ଦିଏ |ଆମ ଶରୀର ଗ୍ଳୋକଜ ଅଭାବ ପୂରଣ କରିବା ପାଇଁ ଆପଣ ମହୁ ଅଧିକ ଖାଇବା ଆବଶ୍ୟକ |

(3) ଦେହ ହାତ ଶୁଖିଲା ଦେଖାଯିବା :- ଯଦି ଆପଣଙ୍କ ଶରୀର ଅଧିକ ଶୁଖିଲା ଦେଖା ଯାଉଛି ଓ ଶୁଖି ଯାଉଛି ତେବେ ଆପଣ ଶାରୀରେ ଭିଟାମିନ (ଇ) ର ଅଭାବରହିଛି |ତେଣୁ ଆପଣ ପ୍ରତ୍ୟକଦିନ କିଛି ପାଳଙ୍ଗଶାଗ ଏବଂ ବାଦାମ ଖାଇବା ଆବଶ୍ୟକ, ଏହା ଦ୍ୱାରା ଭିଟାମିନ E ଜନିତ ସମସ୍ୟା ଦୁରେଇ ଯିବ |


(4) ଥଣ୍ଡା ଦ୍ରବ୍ୟ ଖାଇବାକୁ ଇଚ୍ଛା ହେବା :- ଯଦି ଆପଣଙ୍କ ଶରୀରରେ ଆଇରନ ର ଅଭାବ ହୁଏ ତାହେଲେ ଥଣ୍ଡା ଦ୍ରବ୍ୟ ଅଧିକ ଖାଇବା ପାଇଁ ଇଚ୍ଛା ହୁଏ |ଏହି ଆଇରନର ଅଭାବ ପୂରଣ କରିବା ପାଇଁ ଆପଣ ପ୍ରତ୍ୟେକଦିନ ଗଜାମୁଗ, ଚଣା ଓ କିସମିସ ଖାଇବା ଆବଶ୍ୟକ

(5) ଦାନ୍ତ ମାଢି ରୁ ରକ୍ତ ବାହାରିବା :- ଦାନ୍ତ ମାଢିରୁ ରକ୍ତ ବାହାରିବା ଏକ ପୁରାତନ ସମସ୍ୟା | ଏହା ଶରୀର ଭିଟାମିନ ( ସି ) ଅଭାବ ହେଲେ ଦେଖା ଦେଇ ଥାଏ | ଏହାର ଅଭାବ ପୂରଣ କରିବା ପାଇଁ ଆପଣ କିଛି ଖଟାଜାତୀୟ ଫଳ କିମ୍ବା ତାର ଜୁସ ପିଅନ୍ତୁ |ଏହାଦ୍ଵାରା ଆପଣଙ୍କ ଏହି ସମସ୍ୟା ଦୂର ହୋଇଯିବ |

(6) ଓଠ ଫାଟିବା :- ଯଦି ଆପଣଙ୍କ ଓଠ ଅଧିକ ଫାଟୁଛି ତେବେ ଆପଣ ଖାଦ୍ୟରେ ସିମଲାଲଙ୍କା, ବନ୍ଧାକୋବି ଏବଂ ବିଭିନ୍ନ ପ୍ରକାର ଡାଲିଜାତୀୟ ଖାଦ୍ୟଖାଇବା ଦ୍ଵାରା ଓଠ ଫାଟିବା ଭଳି ସମସ୍ୟା ରୁ ମୁକ୍ତି ପାଇପାରିବା |


(7) ଚେହେରା ଖରାପ ହୋଇଯାଏ ଏବଂ ଚେହେରାରେ ବ୍ରଣ ଆଦି ବାହାରିବାରେ ଭଳି ସମସ୍ୟା ଭିଟାମିନ C ଓ ଭିଟାମିନ E କାରଣ ରୁ ହୋଇଥାଏ | ତେଣୁ ଆପଣଙ୍କ ପ୍ରତ୍ୟେକ ଦିନ ସିଝାଅଣ୍ଡା, ବନ୍ଧାକୋବି ଓ କଞ୍ଚାକଦଳୀ ଖାଇବା ଆବଶ୍ୟକ |

(8) ମୁଣ୍ଡ ବିନ୍ଧା :- ମୁଣ୍ଡ ବିନ୍ଧା ଭଳି ସମସ୍ୟା ମଧ୍ୟ ଭିଟାମିନ ଅଭାବ ର କାରଣ ହୋଇଥାଏ, ଏହା ବ୍ୟତୀତ ଶରୀରରେ ମ୍ୟାଗ୍ନେସିୟମ ର ଅଭାବ ପାଇଁ ଦେଖା ଦେଇଥାଏ ମୁଣ୍ଡ ବିନ୍ଧା | ଏହାର ଅଭାବ ପୂରଣ କରିବା ପାଇଁ ଆପଣ ପ୍ରତ୍ୟେକ ଦିନ ଗୋଟିଏ ପାଚିଲା କଦଳୀ ଖାଇବାଦ୍ଵାରା ମାଗ୍ନେସିୟର ଅଭାବ ପୁରାଣ ହୋଇଥାଏ |

ତେବେ ଏହା ଥିଲା କେଉଁ ଭିଟାମିନ ର ଅଭାବରେ ଆମର କଣ ସମସ୍ୟା ଆମ ଶରୀରରେ ଦେଖା ଯାଏ ସେ ବିଷୟରେ ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment