Dr Dibyasree – କେଉଁ ବୟସରେ ପୁରୁଷ ଓ ମହିଳାଙ୍କ ଶୁକ୍ରାଣୁ ଓ ଅଣ୍ଡା ସଂଖ୍ୟା କମିବା ଆରମ୍ଭ କରେ ?

ପୁରୁଷ ଓ ମହିଳା ମାନଙ୍କର ଡିମ୍ବାଣୁ ଓ ଶୂକ୍ରାଣୁ ର ମିଳନ ଘଟିଲେ ନୂଆ କୋଷ ଜାତ ହୁଏ ।ତେବେ ଶୂକ୍ରାଣୁ ରେ ଅଣ୍ଡା ର ପରିମାଣ ଯଦି କମିବ ତେବେ ଗର୍ଭବତୀ ହେବାରେ ସମସ୍ୟା ଦେଖା ଯାଇଥାଏ।ଏକ ନିର୍ଦ୍ଦିଷ୍ଟ ବୟସରେ ପୁରୁଷର ଶୁକ୍ରାଣୁ ଓ ମହିଳାଙ୍କ ଡିମ୍ବାଣୁ କମିବାକୁ ଲାଗିଥାଏ ଯେଉଁ କାରଣ ବାସତ ଜଣେ ମହିଳାଟି କନ୍ସିଭ କରିପାରେ ନାହିଁ। ତେବେ ଆମେ ଆଜି ଜାଣିବା ପ୍ରେଗ୍ନେଶିରେ ବୟସର ପ୍ରଭାବ ଏବଂ ସନ୍ତାନ ହୀନତାର କାରଣ।

କେଉଁ ବୟସରେ ଉଭୟ ପୁରୁଷ ଓ ମହିଳାଙ୍କ ପାଖରେ ଶୂକ୍ରାଣୁ ଜନିତ ସମସ୍ୟା ଦେଖା ଯାଇଥାଏ:-

ପୁରୁଷ:-ପୁରୁଷ ମାନଙ୍କ ଉପରେ ବୟସର ସେତେଟା ପ୍ରଭାବ ପଡ଼ି ନଥାଏ।ଯଦି ଆମେ ବୟସକୁ ଦେଖିବା ସାଧାରଣତଃ ପୁରୁଷ ଶୁକ୍ରାଣୁ ଏତେ ଜଲଦି ଚେଞ୍ଜ ହୁଏ ନାହିଁ। ୫୦ ବର୍ଷ ବୟସ ପରେ ଏହା ଟିକେ କମ୍ ହୋଇଥାଏ ଓ ୬୦ ବର୍ଷ ବୟସ ପରେ ଏହା ଧିରେ ଧିରେ କମିବାକୁ ଲାଗେ।ଏମିତି ଦେଖିବାକୁ ଗଲେ ଶୁକ୍ରାଣୁର ପରିମାଣ ମେଣ୍ଟେନ ରହିଥାଏ।କିନ୍ତୁ କିଛି ପୁରୁଷ ରହିଛନ୍ତି ଯେଉଁ ମାନଙ୍କର କିଛି ଜେନେଟିକ ପ୍ରୋବଲେମ୍ ପାଇଁ କି ସେମାନଙ୍କ ବଡିର ଅନ୍ୟ କିଛି ଡିଜିଜ କାରଣରୁ ହେଉ ପ୍ରଡକ୍ସନରେ ପ୍ରବ୍ଲେମ ହୋଇଥାଏ। ଏହା ସହିତ ପୁରୁଷ ମାନଙ୍କର ସେହି ଅଙ୍ଗରେ ଆଘାତ ଲାଗିଥିଲେ ମଧ୍ୟ ଶୂକ୍ରାଣୁର ପରିମାଣ କମି ଯାଇଥାଏ ଯେଉଁ କାରଣରୁ ମଧ୍ୟ ନାରୀଟିଏ ଗର୍ଭ ଧାରଣ କରି ପାରି ନଥାଏ।
ମହିଳା:-

ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କର କ୍ଷେତ୍ରରେ ବୟସର ବହୁତ୍ ପ୍ରଭାବ ପକାଇ ଥାଏ। ଯେମିତିକି ମହିଳା ମାନଙ୍କ କ୍ଷେତ୍ରରେ ୩୦ ବର୍ଷ ପରେ ଫଟିଲିଟିର ଯେଉଁ କ୍ଷମତା ଅଣ୍ଡାର ଯେଉଁ କ୍ୱାଲିଟି ତାହା ମଧ୍ୟ କମି ଯାଇଥାଏ।୩୫ ବର୍ଷ ପରେ ବର୍ଷରେ ଶିଗ୍ନିଫିକାଲି କମିଯାଏ ଏବଂ ୪୦ ବର୍ଷ ପୁରା କମି ଯାଇଥାଏ। ସେଥିପାଇଁ ମହିଳା ମାନଙ୍କ ବୟସ ଫଟିଲିଟି ଉପରେ ପ୍ରଭାବ ପକାଇ ଥାଏ। କିନ୍ତୁ ପୁରୁଷ ମାନଙ୍କ କ୍ଷେତ୍ରରେ ୫୦-୬୦ ବର୍ଷ ପର୍ଯ୍ୟନ୍ତ ସେମିତି କିଛି ସମସ୍ୟା ଆସି ନଥାଏ। କିନ୍ତୁ ତା ପରେ ଏହା କମି ଯାଇଥାଏ।

ସନ୍ତାନ ହୀନତାର କାରଣ:-

ମହିଳା ଗର୍ଭ ଧାରଣ ନ କରିବାର ଏକ ବଡ କାରଣ ହେଉଛି ଲାଇଫ ଷ୍ଟାଇଲରେ ପରିବର୍ତ୍ତନ। ଆମର ଖାଇବା ପିଇବା ରହିବା ଇତ୍ୟାଦି ଏଥି ପାଇଁ ଦାୟୀ ଅଟେ।ଫାଷ୍ଟ ଫୁଡ୍,ଜଙ୍କ ଫୁଡ୍ , ଅଧିକ ତୈଳ ଯୁକ୍ତ ଖାଦ୍ୟ ଖାଇବା, ନିଶା ଦ୍ରବ୍ୟ ସେବନ, ଲେଟ୍ ରେ ଖାଇବା ଆଦି ଦ୍ଵାରା ମହିଳାର ଠିକ୍ ଭାବେ ପିରିୟଡ଼ ହୁଏ ନାହିଁ। ଯେଉଁ କାରଣରୁ ମହିଳା ଗର୍ଭ ଧାରଣ କରିପାରେ ନାହିଁ ଏହା ସହିତ ଓଜନ ବଢିବା ଅଧିକ ଚିନ୍ତାଗ୍ରସ୍ତ ରହିଲେ ମଧ୍ୟ ମହିଳା ସନ୍ତାନ ହୀନତାର ଶୀକାର ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment