ବନ୍ଧୁଗଣ ବର୍ତମାନ ପ୍ରାୟ ଲୋକ ନିଜ ଶରୀରର ମୋଟା ପଣ ବା ଶରୀରର ଓଜନ ବଢିବାକୁ ନେଇ ଚିନ୍ତିତ ଅଛନ୍ତି |ଆମର ବୟସ ବଢିବା କାରଣରୁ ହେଉ କିମ୍ବା ଯେ କୌଣସି କାରଣରୁ ହେଉ ଯଦି ଶରୀରରେ ଚର୍ବିର ପରିମାଣ ଥରେ ବଢିଥାଏ ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣକୁ ବହୁତ ସମୟ ଲାଗିଥାଏ |ଶରୀରର ଓଜନ ଶୀଘ୍ର ବଢିଥାଏ ମାତ୍ର ତାହା କମିବା ପାଇଁ ଲୋକେ ନାକେଦମ ହୋଇପଡନ୍ତି |ଲୋକେ ଚର୍ବି କମାଇ ବା ପାଇଁ ବହୁତ ଉପାୟ କରିଥାନ୍ତି ମାତ୍ର ସବୁ ଫଳପ୍ରଦ ହୋଇନଥାଏ, କେତେକ ବ୍ୟକ୍ତି ମୋଟା ପଣ କମାଇବା ପାଇଁ ଡାଇଟିଙ୍ଗ କରିଥାନ୍ତି |ଏହାଦ୍ୱାରା ମୋଟା ପଣ ତ କମିଥାଏ ସତ କିନ୍ତୁ ଶରୀର ଦୁର୍ବଳ ହୋଇଯାଏ ଏବଂ ଶରୀରରୁ ପୋଷକ ତତ୍ୱ ମଧ୍ୟ୍ୟ କମିଯାଏ |ମୋଟା ହେବା ଯୋଗୁଁ ଆମର ସୁନ୍ଦରତା କମିବା ସହିତ ଅନେକ ପ୍ରକାର ରୋଗ ମଧ୍ୟ୍ୟ ହୋଇଥାଏ |ମୁଁ ଆଜି ଆପଣଙ୍କୁ ଏହି ମୋଟାପଣ କମାଇବା ପାଇଁ ଏକ ଘରୋଇ ଉପଚାର କହିବି ଯାହାକୁ ବ୍ୟବହାର କଲେ ଆପଣଙ୍କ ଏହି ସମସ୍ୟା ଶୀଘ୍ର ଭଲ ହୋଇଯିବ |ତେବେ ଆସନ୍ତୁ ଜଣିବା ଏହି ହୋମ ରିମିଡ଼ିର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ |
ଆବଶ୍ୟକ ସାମଗ୍ରୀ :-ପାଣି, ଲେମ୍ବୁ, ମହୁ ଓ ହଳଦୀ
ପ୍ରସ୍ତୁତି :-ପ୍ରଥମେ ଆପଣ ଏକ ଗ୍ଲାସ ଉଷମ ପାଣି ନିଅନ୍ତୁ, ସେଥିରେ ଗୋଟିଏ ଲେମ୍ବୁ ଚିପୁଡ଼ି ନିଅନ୍ତୁ |ସେଥିରେ ଆପଣ ଏକ ଚାମୋଚ ମହୁ ଭଲରେ ମିଶାଇ ଦିଅନ୍ତୁ |ବର୍ତମାନ ଅପଣଂକର ଏହି ଡ୍ରିଙ୍କ ପ୍ରସ୍ତୁତ ହୋଇଗଲା |ଏହା ଅଧିକ ଏଫେକ୍ଟଭ ହେବା ପାଇଁ ଆପଣ ଏଥିରେ ଏକ ଚାମୋଚ ହଳଦୀ ମଧ୍ୟ ମିଶାଇ ପାରିବେ |
ବ୍ୟବହାର :-ଏହି ଡ୍ରିଙ୍କ ଆପଣ ପ୍ରତ୍ୟେକ ଦିନ ସକାଳ ଖାଲି ପେଟରେ ପିଅନ୍ତୁ, ଏହି ଡ୍ରିଙ୍କ ପିଇବାର ଅଧ ଘଣ୍ଟା ପରେ ଖାଦ୍ୟ ଖାଆନ୍ତୁ |ଏହି ଡ୍ରିଙ୍କ ପିଇବା ଦ୍ଵାରା ଆପଣ ଚର୍ବି କମିବା ସହିତ ପେଟ ମଧ୍ୟ ସଫା ରହିଥାଏ |ଏହି ଡ୍ରିଙ୍କ ଆପଣ ଲଗାତାର ଦୁଇ ସପ୍ତାହ ପ୍ରଯ୍ୟନ୍ତ ପିଅନ୍ତୁ, ଏହିପରି କରିବା ଦ୍ଵାରା ଆପଣଙ୍କ ଶରୀରର ଚର୍ବି ଧୀରେ ଧୀରେ କମ ହୋଇଥାଏ |ଏହା ସହିତ ଆପଣଙ୍କ ମୋଟା ପଣ ମଧ୍ୟ୍ୟ କମିଯାଏ, ଯାହାଦ୍ୱାରା ଆପଣ ସ୍ଲିମ ହେବା ସହିତ ସୁନ୍ଦର ଦେଖାଯାନ୍ତି |
ଏହି ଡ୍ରିଙ୍କ ପିଇବା ସହିତ ଆପଣ ମସଲା ଜାତୀୟ ଖାଦ୍ୟ ଖାଇବା କମ କରନ୍ତୁ ଏବଂ ଏହା ସହିତ ପ୍ରତ୍ୟେକ ଦିନ ମର୍ନିଙ୍ଗ ୱାର୍କ କରନ୍ତୁ |ଚଲାବୁଲା ମଧ୍ୟ୍ୟ ଅଧିକ କରନ୍ତୁ ଦେଖିବେ ଆପଣ ଧୀରେ ଧୀରେ ପତଳା ହୋଇଯିବେ ଏବଂ ଆପଣଙ୍କ ଶରୀରରୁ ଅନେକ ରୋଗ ମଧ୍ୟ୍ୟ କମିଯିବ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।