କେତେ ବି ପୁରୁଣା ଦାଗ , ଚିହ୍ନ ହେଉ ୫ ମିନିଟ ଏହି ଟିପ୍ସ କରନ୍ତୁ ଏବଂ ପାଆନ୍ତୁ କାଚ ଭଳି ଚମକୁଥିବା ଚେହେରା | Priyanka’s Tips

ହଁ ବନ୍ଧୁଗଣ ସମସ୍ତେ ଚାହାନ୍ତି କି ନିଜ ମୁହଁ ର ଦାଗ ଓ ବ୍ରଣ କୁ ଦୂର କରି ଉଜ୍ବଳ ଓ ସୁନ୍ଦର ତ୍ୱଚା ପାଇବା ପାଇଁ ଚାହାଁନ୍ତି ଆଉ ସେଥି ପାଇଁ ବହୁତ ଜିନିଷ ମଧ୍ୟ ମୁହଁରେ ଲାଗନ୍ତି, କେତେକ ଲୋକ ଗୋରା ପଣକୁ ପାଇବା ପାଇଁ ଫେସ ରେ ବହୁତ ପ୍ରକାରର କେମିକାଲ ମଧ୍ୟ ବ୍ୟବହାର କରିଥାନ୍ତି, ଓ ଯାହା ଯୋଗୁ ମଣିଷ ନିଜର ସୌନ୍ଦର୍ଯ୍ୟ କୁ ଖରାପ ମଧ୍ୟ କରିଦେଇଥାଏ, ଏପରି କିଛି ପ୍ରକୃତିକ ଘରେଇ ଉପକରଣ ଅଛି ଯାହାକୁ କି ଆପଣ ବ୍ୟବହାର କରି ବିନା ମୂଲ୍ୟରେ ସୁନ୍ଦର ଓ ଗ୍ଲୋଇଙ୍ଗ ତ୍ୱଚା ପାଇପାରିବେ, ତେବେ ଆସନ୍ତୁ ଆଜି ମୁଁ ଆପଣ ମାନଙ୍କୁ ଏମିତି କିଛି ଘରେଇ ରେମିଡି ବତାଇବି ଯାହା ଦ୍ୱାରା ତ୍ୱଚା ଜଣିତ ସମସ୍ୟା ସମ୍ପୂର୍ଣ୍ଣ ଦୁରେଇ ଯିବ | ତେବେ ଆସନ୍ତୁ ପ୍ରସ୍ତୁତ କରିବା ପେଷ୍ଟ |

ପ୍ରସ୍ତୁତି ପ୍ରଣାଳୀ :-

ଆଜି ଆମେ ସମ୍ପୂର୍ଣ୍ଣ ନେଚୁରାଲ ଜିନିଷ ପ୍ରସ୍ତୁତ କରିବା ଆଉ ତାହା ପ୍ରସ୍ତୁତି ପାଇଁ ପ୍ରଥମେ ଆମେ ନେବା ଗୋଟିଏ ଆଳୁ, ଆଉ ସେହି ଆଳୁକୁ ଭଲ ଭାବରେ ଗ୍ରାଇଣ୍ଡିଂ କୋରେଇଦେବା ଆଉ ତାହାପରେ ଗୋଟିଏ ବାଉଲ ଆଣିକି ସେଥିରୁ ଆଳୁ ରସକୁ ଛାଣିନେବା, ଆଉ ଗୋଟିଏ ବାଉଲ ଆଣି ସେଥିରେ କିଛି ବେସନ ନେବା ।

କାରଣ ଆମେ ଆଗରୁ ଜାଣିଛେ ବେସନ ଆମ ଫେସ ଉପରେ ବହୁତ ଭଲ କାମ ଦେଇଥାଏ, ତାହାପରେ ସେହି ବେସନ ରେ ଅଳ୍ପ କି ହଳଦୀ ମିଶାଇବା, ଓ ସେଥିରେ ଆମେ ମିଶାଇବା ଗୋଟିଏ ଚାମଚ ମହୁ ଓ ଛଣା ହେଇଥିକି ଥିବା ଆଳୁ ରସକୁ ସେଥିରେ ମିଶାଇବା ଆଉ ତାହା ପରେ ତାକୁ ଭଲ ଭାବରେ ଗୋଳାଇଦେବା ଆଉ ଶେଷରେ ସେଥିରେ ମିଶାଇବା ରୋଜ ୱାଟର , ଆଉ ସବୁ ଜିନିଷକୁ ଭଲ ଭାବରେ ମିଶାଇ ଗୋଟିଏ ଭଲକି ମିଶ୍ରଣ ପ୍ରସ୍ତୁତ କରିବା |

ବ୍ୟବହାର :-

ଏହି ପେଷ୍ଟକୁ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ମୁହଁକୁ ଭଲ ଭାବରେ ଧୋଇଦେବା ଓ ମୁହଁକୁ ପୋଛି ଦେବା ତାପରେ ଏହି ପେଷ୍ଟକୁ ମୁହଁରେ ଲଗାଇବା, ଲଗାଇସାରିଲା ପରେ ଏମିତି 10 ମିନିଟ. ତାକୁ ଶୁଖିବା ପାଇଁ ଛାଡ଼ିଦେବା, ଆଉ ପେଷ୍ଟ ଟି ମୁହଁରେ ଭଲ ଭାବରେ ଶୁଖିସାରିଲା ପରେ ତାହାକୁ ସାଧାରଣ ପାଣିରେ ସ୍କ୍ରପ ଭଳିଆ କରି କରି ଧୁଇ ଦିଅନ୍ତୁ, ଆଉ ଯଦି ଆପଣ ସେହି ଆଳୁର ବଳକା ପେଷ୍ଟ କୁ ପକାଇବା ପାଇଁ ଚାହୁଁନାହାନ୍ତି ତେବେ ସେଥିରେ ମହୁ କୁ ମିଶାଇ ମୁହଁକୁ ସ୍କ୍ରପ କରିପାରିବେ |

ଏହି ଭଳି ଭାବରେ ଆଲୁକୁ ବ୍ୟବହାର କରି ଘରେଇ ଉପାୟରେ ଏହି ପେଷ୍ଟକୁ ପ୍ରସ୍ତୁତ କରେଇ, ପ୍ରକୃତିକ ଉପାୟରେ କମ ଖର୍ଚ୍ଚ ରେ ଘରେଇ ଉପକରଣ ବ୍ୟବହାର କରି ନିଜ ତ୍ୱଚା ର ଯତ୍ନ ନେଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment