ଆଜିର ବ୍ୟସ୍ତମୟ ଜୀବନରେ ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି , ନିଜ ଶରୀର ପ୍ରତି ମଧ୍ୟ ଠିକ୍ ଭାବରେ କେୟାର ମଧ୍ୟ ନେଉ ନାହାନ୍ତି । ପୁରୁଷ ହେଉ ବା ମହିଳା ସମସ୍ତଙ୍କ ଠାରେ କେଶ ଝ଼ଡିବା ଭଳି ସମସ୍ୟା ଦେଖାଯାଉଛି । ଏହାର ନିରାକରଣ ପାଇଁ ସେମାନେ ବିଭିନ୍ନ ପ୍ରକାର କେମିକାଲ ଅଏଲ ୟୁଜ କରୁଛନ୍ତି , ଯାହା ହେୟାର ପାଇଁ ଆଦୌ ଉପଯୁକ୍ତ ନୁହଁ । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଘରୋଇ ରେମିଡି ବତେଇବୁ , ଯାହାକୁ ୟୁଜ କରି ଆପଣ ମାନେ ଆପଣଙ୍କ ହେୟାରକୁ ସୁସ୍ଥ , ମଜବୁତ ଓ ଲଙ୍ଗ କରି ପାରିପାରିବେ । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପାୟ ବିଷୟରେ ।
ଆବଶ୍ୟକ ସାମଗ୍ରୀ :-
1. ପିଆଜ
2. ସରିଷତେଲ
3. ରସୁଣ
4. କରିଲିଫ୍
5. ଭିଟାମିନ ସି କ୍ୟାପସୁଲ
6 ନଡିଆ ତେଲ
ପ୍ରସ୍ତୁତି ପ୍ରଣାଳୀ :-
ପ୍ରଥମେ ଆପଣ 2ଟି ପିଆଜ ନିଅନ୍ତୁ , ତାହାକୁ ଛୋଟ ଛୋ଼ଟ ପିସ ରେ କାଟି ଦିଅନ୍ତୁ । ପିଆଜ ଆମ ହେୟାର ପାଇଁ ବହୁତ ଲାଭଦାୟକ ହୋଇଥାଏ କାରଣ ସେଥିରେ ଅଧିକ ପରିମାଣରେ ସଲଫର ରହିଥାଏ । ବର୍ତ୍ତମାନ ସେହି ପିଆଜକୁ ଗ୍ରାଇଣ୍ଡିଙ୍ଗ ଜଗରେ ପୂରାଇ ଗ୍ରାଇଡିଙ୍ଗ କରିନିଅନ୍ତୁ । ଏହା ପରେ ସେଥିରେ 2 ରୁ 3 ଚାମଚ ସରିଷ ତେଲ ଦିଅନ୍ତୁ ଏବଂ ପୁଣିଥରେ ଏହାକୁ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ । ଏହାପରେ ଦ୍ୱିତୀୟ ସାମଗ୍ରୀ ଏ଼ଡ୍ କରନ୍ତୁ ତାହା ଅଟେ ରସୁଣ , ଯାହା ଆମ ହେୟାରକୁ ହେଲ୍ଦି ଓ ମଜବୁତ କରିବାରେ ହେଲ୍ପ କରିଥାଏ । 7 ରୁ 8 ଟି ରସୁଣ କୋଳିକୁ ମଧ୍ୟ ସେଥିରେ ଏଡ୍ କରୁନ୍ତୁ । ତୃତୀୟ ସାମଗ୍ରୀ ଏଡ୍ କରନ୍ତୁ କରି ଲିଭ୍ , କେଶକୁ ଗ୍ରୋଥ ଏବଂ ସାଇନି ବନେଇବାରେ ସାହାର୍ଯ୍ୟ କରିଥାଏ ।
ତେବେ ଏହି ସମସ୍ତ ସାମଗ୍ରୀକୁ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ , ବର୍ତ୍ତମାନ ଏକ କଢେଇ ନିଅନ୍ତୁ । ସେଥିରେ ପ୍ରସ୍ତୁତ କରି ରଖିଥିବା ପେଷ୍ଟକୁ ପକାନ୍ତୁ ଏବଂ ସେଥିରେ 200 ଗ୍ରାମ ର ସୋରିଷ ତେଲ ମଧ୍ୟ ଏଡ୍ କରନ୍ତୁ । ଏହାପରେ ଶହେ ଗ୍ରାମର ନଡିଆ ତେଲ ଏଡ୍ କରନ୍ତୁ , ବର୍ତ୍ତମାନ ଗ୍ୟାସ ଅନ କରି କଢେଇକୁ ବସାନ୍ତୁ । କଢେଇ ସାମାନ୍ୟ ଗରମ ହୋଇଯିବା ପରେ ଗ୍ୟାସ ର ଫ୍ଲେମକୁ ଲୋ କରି ଦିଅନ୍ତୁ । ଏହିପରି 25 ମିନିଟ ପର୍ଯ୍ୟନ୍ତ ଏହାକୁ ଭଲ ଭାବରେ ଫୁଟିବା ପାଇଁ ଛାଡି ଦିଅନ୍ତୁ , ସାମାନ୍ୟ ବ୍ରାଇନ ହୋଇ ଆସିବା ପରେ ଏହାକୁ ଓହ୍ଲାଇ ଆଣନ୍ତୁ । କୌଣସି କାଚ ଜାର ବା ବୋଟଲରେ ଏହାକୁ ଛାଣି ନିଅନ୍ତୁ । ଶେଷରେ ଏଥିରେ ଭିଟାମିନ ସି କ୍ୟାପସୁଲ ଏଡ କରନ୍ତୁ ଏବଂ ଏହାକୁ ଭଲ ଭବାରେ ମିକ୍ସ କରିନିଅନ୍ତୁ ।
ବ୍ୟବହାର ପ୍ରଣାଳୀ :-
ଆପଣ ମାନେ ଏହି ତେଲକୁ ୟୁଜ କରିବା ପୂର୍ବରୁ ହାଲକା ଉଷମ କରିନିଅନ୍ତୁ । ଏହି ତେଲ କେଶ ଲଗାଇ ସାରିବା ପରେ ଏହାକୁ 2 ଘଣ୍ଟା ବା ଓଭର ନାଇଟ ମଧ୍ୟ ରଖିପାରିବେ । ଏହା କେଶ ପାଇଁ ବହୁତ ଲାଭଦାୟକ ଅଟେ , କେଶକୁ ମଜବୁତ , ଲଙ୍ଗ ଏବଂ ଷ୍ଟ୍ରଙ୍ଗ କରିବାରେ ବହୁତ ସାହାର୍ଯ୍ୟ କରିଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।