କେଶ ସମସ୍ୟାର ଆୟୁର୍ବେଦିକ ଚିକିତ୍ସା | Dr. Ranjana Sharma

କେଶ ଝଡ଼ିବା ଆଜିର ସମୟରେ ଏକ ବଡ ସମସ୍ୟା ଭାବରେ ଦେଖା ଦେଇଛି ଯୁବପିଢି ମାନଙ୍କ କ୍ଷେତ୍ରରେ। ଅନେକଙ୍କ କ୍ଷେତ୍ରରେ ଚନ୍ଦା ପଣ ମଧ୍ଯ ବହୁତ୍ ଅଳ୍ପ ବୟସରୁ ଦେଖିବାକୁ ମିଳୁଛି ଏବଂ ଆଉ କିଛିଙ୍କ ସ୍ଥାନରେ ମୁଣ୍ଡରେ ମଝିରେ ମଝିରେ ଫାଙ୍କା ସ୍ଥାନ ଭଳି ଚୁଟି ଝଡ଼ିବା ପରେ ହେଉଥିବା ସମସ୍ୟା ଦେଖା ଦେଉଛି। ତେବେ ଏଥିପାଇଁ ଅନେକ ଚିନ୍ତିତ ଏବଂ କିପରି ଭାବରେ ଏହି ସମସ୍ୟାରୁ ମୁକ୍ତି ପାଇବେ ତାହାକୁ ନେଇ ଅନେକ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି। ତେବେ ବିଭିନ୍ନ ରାସାୟନିକ ତତ୍ତ୍ବ ଥିବା ଶ୍ୟାମ୍ପୁ ବ୍ୟବହାର କରିବା, ନିୟମିତ ଭାବେ କେଶ ଷ୍ଟ୍ରେଟ ଓ କଲର କରାଇବା ଆଦି ଯୋଗୁଁ ଅନେକ ସମୟରେ ଏଥିପାଇଁ ଲୋକେ ଚିନ୍ତାରେ ମଧ୍ୟ ରହିଥାନ୍ତି।

କାରଣ ଚୁଟି ଝଡ଼ିବା ବା ପତଳା ହେବା କାରଣରୁ ଏହା ନିଜର ସୌନ୍ଦର୍ଯ୍ୟ ଉପରେ ପ୍ରଭାବ ପକାଇଥାଏ। ତେଣୁ ଏଥିପାଇଁ ଯୁବକ ଯୁବତୀ ମାନେ ଅନେକ ପ୍ରକାର ଉପାୟ ଅବଲମ୍ବନ କରନ୍ତି ଏହି ସମସ୍ୟା ରୁ ମୁକ୍ତି ପାଇବା ପାଇଁ।ଅନେକାଂଶରେ ଏହା ସେମାନଙ୍କ ପାଇଁ ସେତିକି ଫଳପ୍ରଦ ହୋଇ ନଥାଏ। ତେବେ ଆପଣଙ୍କୁ କହି ରଖୁଛୁ ଯେ ଘନ ଏବଂ ସୁନ୍ଦର କେଶ ପାଇବା ନିମନ୍ତେ ସରଳ ଉପଚାର କରିବାର ଆବଶ୍ୟକତା ରହିଛି ଯାହା ରାସାୟନିକ ତତ୍ତ୍ଵ ଉପରେ ଆଧାରିତ ହେଉ ନଥିବ। ସେହିଭଳି ଏକ ସରଳ ଏବଂ ଘରୋଇ ଉପଚାର ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବିଶେଷ ଫଳପ୍ରଦ ହୋଇ ପାରିବ।

ଡାକ୍ତରଙ୍କ କହିବା ଅନୁସାରେ ଆୟୁର୍ବେଦିକ ଉପଚାର ଦ୍ଵାରା ଏହାକୁ ଅନେକାଂଶରେ ରୋକା ଯାଇ ପାରିବ। ତେବେ ଏଥିପାଇଁ ଆପଣଙ୍କୁ ନିମ୍ନଲିଖିତ କଥା ଗୁଡିକ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ।

– ସପ୍ତାହକୁ ଥରେ ଶାମ୍ପୁ କରନ୍ତୁ ଏବଂ ଚୁଟି ମୂଳକୁ ସଫା ରଖନ୍ତୁ।

– ଶୀତଦିନେ କିପରି ରୂପି ନହେବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।

– ଚୁଟି ଝଡୁଥିଲେ ଚୁଟିରେ ଷ୍ଟିମ୍ ଦିଅନ୍ତୁ।

– ମେହେନ୍ଦି ପ୍ୟାକ୍ ସହିତ ମେଥି ବଟା ଲଗାଇବା କେଶ ପାଇଁ ଭଲ ହୋଇଥାଏ?

– ଏଥିପାଇଁ ସନ୍ତୁଳିତ ଖାଦ୍ୟର ଏବଂ ନ୍ୟୁଟ୍ରିସନ୍ ର ଆବଶ୍ୟକତା ରହିଛି।

– ଋତୁକାଳୀନ ଫଳ ଓ ସବୁଜ ପନିପରିବା ପ୍ରଚୁର ମାତ୍ରାରେ ଖାଆନ୍ତୁ।

– ଉପଯୁକ୍ତ ମାତ୍ରାରେ ଆପଣ ପାଣି ପିଅନ୍ତୁ।

– କ୍ଷୀର, ଘିଅ, ଦହି, ଛେନା ଆଦି କେଶ ପାଇଁ ଉପକାରୀ ଖାଦ୍ୟ ପଦାର୍ଥ କୁ ନିଶ୍ଚିତ ଖାଆନ୍ତୁ।

– ଏହାସହିତ ଚୁନା ମାଛ, ଶାଗ ଏବଂ ଡାଳିମ୍ବ ଭଳି ଫଳ ଆଦି ଖାଆନ୍ତୁ।

– ଖାଣ୍ଟି ନଡ଼ିଆ ତେଲ କିମ୍ୱା ରାଶି ତେଲ ବ୍ଯବହାର କରନ୍ତୁ। ଯାହା ଚୁଟି ପାଇଁ ବିଶେଷ ଉପଯୋଗୀ ଅଟେ।

– ସାମ୍ପୁ କରିବା ପୁର୍ବରୁ ମୁଣ୍ଡରେ ପିଆଜ ବଟା ଲଗେଇ ପାରିବେ।ଏହା ମଧ୍ୟ ଆପଣଙ୍କୁ ଫାଇଦା ଦେଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment