ଆଜିର ଦିନରେ ବାଳ ଝଡିବା ଏକ ପ୍ରମୁଖ ସମସ୍ୟା , ମୁଣ୍ଡରେ ଥିବା କେଶ ରେଗୁଲାରି ଝଡିବା ସହିତ କିଛି ଗ୍ରୋଥ ମଧ୍ୟ ହୋଇଥାଏ । କେଶ ଝଡିବା ଏକ ଡିଜିଜ ନୁହେଁ , ଏହା ବହୁ କାରଣ ପାଇଁ ଏବଂ ସମସ୍ତ ବୟସର ଲୋକ ମାନଙ୍କ ଠାରେ ଦେଖାଯାଏ । କିଛି ଡିଜିଜ୍ ସମସ୍ୟା ଥିଲେ ବା ହରମୋନାଲ ଇନବାଲାନ୍ସ ଯୋଗୁଁ ମଧ୍ୟ ହେୟାର ଫଲ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଶ ଝଡିବାର କାରଣ ଏବଂ ନିରାକରଣ ବିଷୟରେ ।
କେଶ ଝଡିବାର କାରଣ :-
ଯେହେତୁ ବାଳ ଝଡିବାର ବହୁତ ପ୍ରକାର କାରଣ ରହୁଛି କିନ୍ତୁ ସେଥିମଧ୍ୟରୁ ରେଗୁଲାର କେସେସ୍ ରେ ଅଧିକ ଟ୍ରେସ ନେବା କାରଣ ଯୋଗୁଁ କେଶ ଝଡିବା ସମସ୍ୟା ଦେଖାଯ।ଉଛି । ହେୟାର ପାଇଁ ଯେଉଁ ନ୍ୟୁଟ୍ରିସିଅନ , ମିନେରାଲସ୍ , ଆଣ୍ଟିଅକ୍ସିଡାଣ୍ଟ ବା ଭିଟାମିନ ଦରକାର । ଆପଣ ମାନଙ୍କ ଖାଦ୍ୟରେ ସବୁଜ ପନିପରିବା ବା ଫଳର କମି ବହୁତ ରହୁଛି ତେଣୁ ତାର ପ୍ରଭାବରେ ଆଜିକାଲି ହେୟାର ଲସ୍ ଟିକିଏ ଅଧିକା ହେଉଛି । ଯଦି କିଛି ଡିଜିଜ୍ ପାଇଁ ହେଉଛି ଯେମିତିକି ଥାଇରଡ ହେଲା ବା କିଛି ମେ଼ଡିସିନ ଯଦି ଖାଉଥାନ୍ତି ସେଥିପାଇଁ ମଧ୍ୟ ହେୟାର ଲସ୍ ହୋଇଥାଏ । ଜେନେଟିକ ପ୍ରବ୍ଲେମ ଥିଲେ ମଧ୍ୟ ହେୟାର ଲସ୍ ହୋଇଥାଏ ।
କେଶ ଝଡିବା ସମସ୍ୟାର ଚିକିତ୍ସା :-
ଯଦି ଆପଣଙ୍କର ଶହେରୁ ଅଧିକା କେଶ ଝଡୁଥାଏ ତେବେ ଏହାକୁ ସିଗନିଫିକାଣ୍ଟ ଭାବେ ଗ୍ରହଣ କରାଯାଏ । ପ୍ରଥମେ ଏହାର କାରଣ ଦେଖିବା ପାଇଁ ପଡିଥାଏ , ଯେମିତିକି ଆପଣ କୌଣସି ମେଡିକେସନ ନେଉଛନ୍ତି ବା କୌଣସି ଡିଜିଜ୍ ରେ ଆକ୍ରାନ୍ତ ଅଛନ୍ତି ତେବେ ଏସବୁ କ୍ଷେତ୍ରରେ କେଶ ଝଡିବା ସମସ୍ୟା ଅଧିକ ଦେଖାଯାଏ । ତେଣୁ ଆପଣ ମାନେ ସର୍ବଦା ଡକ୍ଟରଙ୍କ ପରାମର୍ଶ ନିଅନ୍ତୁ ।
ଏହାଛଡା ଟ୍ରେସ ଲେବୁଲ ଆପଣଙ୍କର କେମିତି ଅଛି ବା ଆପଣ କେଶରେ କେଉଁ ତେଲ ଲଗଉଛନ୍ତି ସେହି ଅନୁସାରେ ଆପଣଙ୍କର ହେୟାର କଣ୍ଡିସନ କେମିତି ଅଛି । ଏହିସବୁ ଦେଖିଲା ପରେ ପ୍ରଥମେ ବ୍ଲଡ ଟେଷ୍ଟ କରାଯାଏ , ଯେଉଁଥିରେ ଆପଣଙ୍କର ହରମୋନ ଇଭାଲ୍ୟୁସନ କରାଯାଏ । ସେଥିରେ ଯଦି କିଛି ଆପନରମାଲ ଆସିଲା ସେହି ଅନୁସାରେ ଟ୍ରିଟମେଣ୍ଟ କରାଯାଏ । ପ୍ରଥମେ ଆପଣଙ୍କୁ କିଛି ମେଡିସିନ ଖାଇବା ପାଇଁ ଏବଂ ଲଗେଇବା ପାଇଁ ଦିଆଯାଏ
ସୁଷମ ଖାଦ୍ୟ କେଶ ପାଇଁ ଭଲ :-
ଆମର ଲାଇଫ୍ ଷ୍ଟାଇଲ ସହିତ ଡାଏଟ୍ ର ମଧ୍ୟ ବହୁତ ଇମ୍ପଟାଣ୍ଟ ରହିଛି । ଆଜିର ଦିନରେ କାର୍ବୋହାଇଡ୍ରେଡ ବା ଫେଟ ଡାଏଟ୍ ଖାଉଛୁ , କିନ୍ତୁ ସୁଷମ ଖାଦ୍ୟ ଖାଉନାହୁଁ । ଏହିସବୁ ଜିନିଷ ଆପଣଙ୍କ ଫୁଡ୍ ରେ କମ ରହିଛି ବା ସବୁବେଳେ ଫାଷ୍ଟ ଫୁଡ୍ ଖାଉଛନ୍ତି ସେ ସସବୁରୁ ଦୂରେଇ ରୁହନ୍ତୁ । ପ୍ରତ୍ୟେକ ଦିନ ଖାଦ୍ୟରେ ଗ୍ରୀନ ଭେଜିଟେବୁଲର ଏଡ୍ କରନ୍ତୁ ଏବଂ ହେୟାରକୁ ମଜବୁତ କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।