Odisha News Portal

କେଉଁ କାମ ଝିଅମାନେ ପଛ ଅପେକ୍ଷା ଆଗରେ କରିବାକୁ ଭଲ ପାଆନ୍ତି ? ଯାହାର ଉତ୍ତର 99 ପ୍ରତିଶତ ଲୋକ ଜାଣନ୍ତି ନାହିଁ , ସାହାସ ଅଛି ତ ଉତ୍ତର ଦିଅ

ଶିକ୍ଷିତ ଯୁବପିଢୀ ମାନଙ୍କ ପାଇଁ ସାଧାରଣ ଜ୍ଞାନର ଅନେକ ଅବଶ୍ୟକ ରହିଥାଏ କାରଣ ସେମାନେ ଯେକୌଣସି କମ୍ପିଟେଟିଭ ପରିକ୍ଷାରେ ଉତ୍ତିର୍ଣ୍ଣ କରିବା ପାଇଁ ସାଧାରଣ ଜ୍ଞାନ ଜାଣିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଅନେକ ପିଲା ମାନେ ଅତି ସହଜ ଓ ସରଳ ପ୍ରଶ୍ନର ଉତ୍ତର ଦେଇ ପାରନ୍ତି ନାହିଁ ଯାହା ଫଳରେ ସେମାନଙ୍କୁ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ବହୁତ କଷ୍ଟ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେତେକ ସହଜ ଓ ମଜାଳିଆ ପ୍ରଶ୍ନ ସହିତ ଉତ୍ତର ସମ୍ପର୍କରେ ।

1 ଗୋଟିଏ ଫଳରେ ଅନେକ କଣ୍ଟା ପାଚିଲା ଖାଇଲେ ହାତରେ ଅଠା ?
ଉତ୍ତର – ପଣସ ।

2 ସେ କିଏ ଯାହାକୁ ଖାଇବାକୁ ଦେଲେ ବଞ୍ଚିଯାଏ କିନ୍ତୁ ପିଇବାକୁ ଦେଲେ ମରିଯାଏ ?
ଉତ୍ତର – ନିଆଁ ।

3 ଭାରତର କେଉଁ ପ୍ରଧାନମନ୍ତ୍ରୀ ବିବାହ କରିନଥିଲେ ?
ଉତ୍ତର – ଅଟଳବିହାରୀ ବାଜପେୟୀ ।

4 ଧରିଲେ ଧରା ଦିଏ ନାହିଁ ଦେଖିଲେ ଦେଖା ଦିଏ ଯୁଆଡେ ଗଲେ ଯାଏ ସିଏ କହଭାଇ କହ କଣ ସିଏ ?
ଉତ୍ତର – ନିଜର ଛାଇ ।

5 ବାବାଜୀ ନୁହେଁ ସେ ବଢିଛି ଦାଢି , ପାଦତଳ ଯାକ ଆସିଛି ମାଡି , ପିଲାଏ ଖେଳନ୍ତି ଦାଢିରେ ଦୋଳି ପକ୍ଷୀଏ ଖାଆନ୍ତି ତାରି କୋଳି ?
ଉତ୍ତର – ବରଗଛ ।

6 କେଉଁ କାମ ଝିଅମାନେ ପଛ ଅପେକ୍ଷା ଆଗରେ କରିବାକୁ ଭଲ ପାଆନ୍ତି ?
ଉତ୍ତର – ନିଜର ପ୍ରଶଂସା ।

7 ଏମିତି କେଉଁ ଜିନିଷ ଯାହାକୁ ଆମେ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଭାଙ୍ଗିବାକୁ ପଡିଥାଏ ?
ଉତ୍ତର – ଅଣ୍ଡା ।

8 ଏମିତି କେଉଁ କାମ ଯାହାକୁ ପୁରୁଷମାନେ ଥରେ କରନ୍ତି ଏବଂ ନାରୀମାନେ ସବୁଦିନ କରନ୍ତି ?
ଉତ୍ତର – ମଥାରେ ସିନ୍ଦୁର ଦେବା ।

9 କେଉଁ ବହି ଯାହା କେବେ ଛପା ଯାଇନାହିଁ ?
ଉତ୍ତର – ଫେସବୁକ ।

10 କେଉଁ ଜାଗାରେ ଜଣେ ଚାହିଁଲେ ବି ଘୁଙ୍ଗୁଡି ମାରି ପାରିବ ନାହିଁ ?
ଉତ୍ତର – ମହାକାଶରେ ।

11 ସେ କେଉଁ ଜିନିଷ ଯାହା ଆମେ ନ ଚାହିଁଲେ ବି ଆସିଥାଏ ?
ଉତ୍ତର – ମୃତ୍ୟୁ ।

12 ମା ଠାରୁ ଜନ୍ମ ହୁଏ ମା କୁ ଛୁଇଁଲେ ମରିଯାଏ ?
ଉତ୍ତର – ଲୁଣ ।

13 ଏମିତି କେଉଁ ଫଳ ଅଛି ଯିଏ ମିଠା ହେବା ସତ୍ତ୍ୱେବି ବଜାରରେ ବିକା ଯାଏ ନାହିଁ ?
ଉତ୍ତର – ଧର୍ଯ୍ୟର ଫଳ ।

14 ପାଞ୍ଚଟି ଅକ୍ଷର ନାମ ମୋହର ଚତୁର୍ଥ ଦ୍ୱିତୀୟ କହିଲେ ଯୋଗ ହାତୀର ନାମକୁ ବୁଝାଉଥିବ , ଦ୍ୱିତୀୟ ପ୍ରଥମ କରିଲେ ଯୋଗ ଜଳର ନାମକୁ ବୁଝାଉଥିବ , ପ୍ରଥମ ପଞ୍ଚମ କରିଲେ ଯୋଗ କିପରି ଖାଇବା ତାକୁ ଜାଣିବ , ପ୍ରଥମ , ଦ୍ୱିତୀୟ , ତୃତୀୟ କରିଲେ ଯୋଗ ରାତ୍ରୀର ନାମକୁ ବୁଝାଉଥିବ , ଯନ୍ତ୍ର କରି ମତେ ଯିଏ ରଖିବ ବଗିଚା ତାର ମହକୁ ଥିବ ?
ଉତ୍ତର – ରଜନୀଗନ୍ଧା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।