କେଉଁ ଜିନିଷ ତୁମେ ଆଣିଲା ବେଳକୁ କଳା , ବ୍ୟବହାର କଲେ ନାଲି ଓ କାମ ସରିଗଲେ ଧଳା ହୋଇଯାଏ ?ଯାହାର ଉତ୍ତର 99 ପ୍ରତିଶତ ଲୋକ ଜାଣନ୍ତି ନାହିଁ
କେତେକ ମଜାଳିଆ ପ୍ରଶ୍ନ ରହିଛି ଯାହାର ଉତ୍ତର କେବଳ ଜଣେ ବୁଦ୍ଦିମାନ ବ୍ୟକ୍ତି ହିଁ ଜାଣିଥାଏ ଏବଂ ଏହାର ସଠିକ ଉତ୍ତର ମଧ୍ୟ କହିଥାଏ । ତେବେ ଆଜି ଆମେ କେତେକ ବୁଦ୍ଦିମାନର ପ୍ରଶ୍ନ ପଚାରିବୁ ଯାହାର ଉତ୍ତର ଆପଣ ମାନଙ୍କୁ ଦେବାକୁ ହେବ । ତେବେ ଆସନ୍ତୁ ଜାଣିବା କେତେକ ମଜାଳିଆ ପ୍ରଶ୍ନ ସହ ଉତ୍ତର ସମ୍ପର୍କରେ ।
1 ବାପ ପୁଅ ଦୁଇ ଜଣ ମଣ୍ଡା ଛଅଟି କେମିତି ଖାଇବେ ଦୁଇ ଦୁଇ ଟି ?
ଉତ୍ତର – ବାପ ଜଣେ ଓ ପୁଅ ଦୁଇଜଣ = 3 ।
2 କାହାକୁ ତୁମେ ହାତ ଗୋଡ ନ ଲଗେଇ ମଧ୍ୟ ଧରିପାରିବ ?
ଉତ୍ତର – ନିଶ୍ୱାସ ପ୍ରଶ୍ୱାସକୁ ।
3 କଣ ସବୁବେଳେ ବଢେ କିନ୍ତୁ କେବେ କମେ ନାହିଁ ?
ଉତ୍ତର – ବୟସ ।
4 ମୁଁ ବିଶ୍ୱର ଏ କୋଣରୁ ସେ କୋଣ ଯାଏ ହେଲେ ଗୋଟିଏ କୋଣରେ ବସିଥାଏ , ତେବେ କୁହ ମୁଁ କିଏ ?
ଉତ୍ତର – ଡାକ ଟିକଟ ।
5 ଯିଏ ଏହାକୁ ତିଆରି କରେ ସେ ତା ନିଜ ପାଇଁ କରେନି , ଯିଏ ଏହାକୁ କିଣେ ସେ ତା ନିଜ ପାଇଁ କିଣେନି , ଏ ଯାହାର କାମରେ ଲାଗେ ସେ ତା ଜୀବନର ପ୍ରଥମ ଓ ଶେଷଥର ତେବେ ସେ ଜିନିଷର ନାମ କଣ ?
ଉତ୍ତର – କଫିନ ।
6 20 ଟି ପାରା ଗୋଟିଏ ଗଛରେ ବସିଥିଲେ । ଗୋଟେ ଶିକାରୀ ଗୋଟେ ପାରାକୁ ଗୁଳି କରି ମାରିଦେଲା , ଆଉ ସେ ଗଛରେ କୋତୋଟି ପାରା ରହିଲେ ?
ଉତ୍ତର – ବାକିତକ ପାରା ଗଛରୁ ଉଡିଗଲେ ।
7 ଯଦି ଗୋଟିଏ ଇଲେକ୍ଟ୍ରି ଟ୍ରେନ୍ ପୂର୍ବ ଦିଗକୁ ଯାଉଛି , ତେବେ ତା ଧୂଆଁ କେଉଁ ଦିଗକୁ ଉଡୁଥିବ ?
ଉତ୍ତର – ଇଲେକ୍ଟ୍ରି ଟ୍ରେନ୍ ରେ ଧୂଆଁ ନାହିଁ ।
8 କେଉଁ ଜିନିଷ ତୁମେ ଆଣିଲା ବେଳକୁ କଳା , ବ୍ୟବହାର କଲେ ନାଲି ଓ କାମ ସରିଗଲେ ଧଳା ହୋଇଯାଏ ?
ଉତ୍ତର – କୋଇଲା ।
9 କେତେ ଥର ଆମେ 100 ରୁ 10 ଫେଡି ପାରିବା ?
ଉତ୍ତର – ଥରେ ।
10 ଖରା ଦେଖିକି ମୁଁ ଆସିଥାଏ , ଛାଇ ଦେଖିକି ମୁଁ ଲୁଚିଯାଏ , ପବନ ଛୁଇଁଲେ ମତେ , ମୁଁ ଲାଜେ ଲାଜେ ମରିଯାଏ ?
ଉତ୍ତର – ଝାଳ ।
11 ରାସ୍ତା ଅଛି ହେଲେ ଗାଡି ନାହିଁ , ବଣ ଅଛି ହେଲେ ଗଛ ନାହିଁ , ଗାଁ ଅଛି ହେଲେ ମଣିଷ ନାହିଁ , କହିଲ ଦେଖି ଏମିତି ଜାଗାଟେ କାହିଁ ?
ଉତ୍ତର – ମାନଚିତ୍ର ।
12 ନାଲି ଘୋଡାଟି ଯୁଆଡେ ଯାଏ , କଳା ଘୋଡା ସବୁ ଡରି ପଳାଏ , କହିଲ ଦେଖି ଏ ନାଲି ଘୋଡାଟି କିଏ ?
ଉତ୍ତର – ନିଆଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।